ସ୍ମୃତିଙ୍କ ପରେ ଆଉ ଜଣଙ୍କୁ ଚୁନ ଲଗାଇଲେ ପଲାଶ, ଏତିକି ଲକ୍ଷ ଟଙ୍କାର ଠକେଇ ଅଭିଯୋଗ

ମୁମ୍ବାଇ,୨୩।୧: ଖ୍ୟାତନାମା ଗାୟକ, ସଂଗୀତ ନିର୍ଦ୍ଦେଶକ ତଥା ସିନେମା ନିର୍ଦ୍ଦେଶକ ପଲାଶ ମୁଛଲ ଏବେ ଏକ ବଡ଼ ବିବାଦରେ ଛନ୍ଦି ହୋଇଛନ୍ତି। ମହାରାଷ୍ଟ୍ରର ସାଙ୍ଗଲି ଜିଲାର ଜଣେ ବ୍ୟକ୍ତିଙ୍କୁ ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ବୁଧବାର ସନ୍ଧ୍ୟାରେ ସାଙ୍ଗଲି ପୋଲିସ ନିକଟରେ ଏକ ଅଭିଯୋଗ ଦାୟର ହୋଇଛି।

ଅଭିଯୋଗକାରୀ ବୈଭବ ମାନେ ଜଣେ ଚଳଚ୍ଚିତ୍ର ଅର୍ଥ ନିବେଶକ ଏବଂ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧାନାଙ୍କ ପିଲାଦିନର ସାଙ୍ଗ। ବୈଭବଙ୍କ ଅଭିଯୋଗ ଅନୁଯାୟୀ, ସ୍ମୃତିଙ୍କ ବାପା ଶ୍ରୀନିବାସ ମାନ୍ଧାନା ହିଁ ପଲାଶଙ୍କୁ ସାଙ୍ଗଲି ଗସ୍ତ ସମୟରେ ତାଙ୍କ ସହ ପରିଚୟ କରାଇଥିଲେ।

ବୈଭବ ମାନେଙ୍କ ଦାବି ଅନୁଯାୟୀ, ପଲାଶ ତାଙ୍କୁ ‘ନଜରିଆ’ ନାମକ ଏକ ଚଳଚ୍ଚିତ୍ରରେ ଅର୍ଥ ନିବେଶ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଫିଲ୍ମଟି ଖୁବଶୀଘ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ ଏବଂ ଏଥିରୁ ଭଲ ଲାଭ ମିଳିବ ବୋଲି ପ୍ରତିଶ୍ରୁତି ମିଳିଥିଲା। ଏହି ବିଶ୍ୱାସରେ ବୈଭବ ବିଭିନ୍ନ କିସ୍ତିରେ ନଗଦ ଏବଂ ଗୁଗଲ ପେ ମାଧ୍ୟମରେ ମୋଟ ୪୦ ଲକ୍ଷ ଟଙ୍କା ପଲାଶଙ୍କୁ ଦେଇଥିଲେ।

ଅଭିଯୋଗରେ କୁହାଯାଇଛି ଯେ, ଚଳଚ୍ଚିତ୍ର କାମ ସମ୍ପୂର୍ଣ୍ଣ ହୋଇପାରିନଥିଲା। ଯେତେବେଳେ ବୈଭବ ନିଜ ଟଙ୍କା ଫେରସ୍ତ ମାଗିଥିଲେ, ପଲାଶ ପ୍ରଥମେ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ପରେ ସେ ବୈଭବଙ୍କ ଫୋନ୍ କଲ୍ ଉଠାଇବା ବନ୍ଦ କରିଦେବା ସହ ତାଙ୍କ ନମ୍ବରଟିକୁ ବ୍ଲକ୍ କରିଦେଇଥିଲେ।

ସାଙ୍ଗଲି ପୋଲିସ ଅଧୀକ୍ଷକଙ୍କ ନିକଟରେ ବୈଭବ ସମସ୍ତ ବ୍ୟାଙ୍କ୍ କାରବାରର ଦଲିଲ ଏବଂ ପ୍ରମାଣ ଦାଖଲ କରିଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅଭିଯୋଗ ଗ୍ରହଣ କରାଯାଇଛି ଏବଂ କାଗଜପତ୍ରର ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ, କିଛି ସପ୍ତାହ ପୂର୍ବରୁ କ୍ରିକେଟର ସ୍ମୃତି ମାନ୍ଧାନାଙ୍କ ସହ ପଲାଶଙ୍କ ବିବାହ ରଦ୍ଦ ହେବା ଖବର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ବର୍ତ୍ତମାନ ପଲାଶ ଅଭିନେତା ଶ୍ରେୟସ ତଲପଡ଼େଙ୍କ ସହ ଏକ ନୂଆ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ, ଜିଲାପାଳ…

ପୁରୁଷୋତ୍ତମ ପୁର,୧୦।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ ହୋଇଛି ‌। ଭକ୍ତଙ୍କ ଗହଳିରେ ସମଗ୍ର ରତ୍ନଗିରି…

ଯୁଦ୍ଧ ମଧ୍ୟରେ ‘ମୋଦିଙ୍କ ଗୋଟିଏ କଲ…’, ବୟାନକୁ ନେଇ ହେଲାଣି ଚର୍ଚ୍ଚା

ତେହରାନ୍‌,୧୦।୩: ଭାରତରେ ଅବସ୍ଥାପିତ UAEର ପ୍ରଥମ ରାଷ୍ଟ୍ରଦୂତ ହୁସେନ ହାସନ ମିର୍ଜା କହିଛନ୍ତି ଯେ ତାଙ୍କ ଦେଶ ଇରାନ-ଇସ୍ରାଏଲ ବିବାଦରେ ସାମିଲ ହେବାକୁ ଇଚ୍ଛା କରେ ନାହିଁ,…

ଗର୍ଜିଲେ ଚାଷୀ: ଅଧେ ଚାଷୀଙ୍କୁ ଉଠାଇନେଲା ପୋଲିସ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ବରଗଡ଼ ଜିଲା ଭେଡ଼େନ ବ୍ଲକ ଅନ୍ତର୍ଗତ ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ବିଭିନ୍ନ ଗ୍ରାମର ଚାଷୀମାନେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ…

ବି.ଏଡ୍‌ ନାମଲେଖା ପାଇଁ ଆଜି ଏନ୍‌ସିଇଟି ଆବେଦନର ଶେଷ ତାରିଖ

ଭୁବନେଶ୍ୱର,୧୦ା୩ (ସୁଚିସ୍ମିତା ସାହୁ): ୪ ବର୍ଷିଆ ବି.ଏଡ୍‌ରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ନ୍ୟାଶନାଲ କମନ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ସିଇଟି)-୨୦୨୬ର ଆବେଦନ ମଙ୍ଗଳବାର ଶେଷ ହେଉଛି। ରାତି ୧୧ଟା ୫୦…

ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, କହିଲେ ୨୦ ଗୁଣା ଅଧିକ କରିବେ ଆକ୍ରମଣ

ଓ୍ବାଶିଂଟନ,୧୦।୩: ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଦ୍ୱାରା ତୈଳ ଯୋଗାଣ ବନ୍ଦ କରିବା ବିରୁଦ୍ଧରେ ଏକ କଠୋର ଚେତାବନୀ ଦେଇଛନ୍ତି।…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ: ପାକିସ୍ତାନରେ ଦୁଇ ସପ୍ତାହ ସ୍କୁଲ ବନ୍ଦ, ୨୫% କଟିବ ଦରମା

ନୂଆଦିଲ୍ଲୀ,୧୦ା୩: ଇରାନ ବିରୁଦ୍ଧରେ ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାକିସ୍ତାନ ପାଇଁ ଏକ ବିପର୍ଯ୍ୟୟ ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ସୋମବାର ପାକିସ୍ତାନର ପ୍ରଧାନମନ୍ତ୍ରୀ…

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୦।୩: ICC ୨୦୨୬ ଟି-୨୦ ବିଶ୍ୱକପ ପାଇଁ ‘ଟିମ ଅଫ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରିଛି। ବିଶ୍ୱ ଚାମ୍ପିଅନ ଭାରତୀୟ ଦଳର ଚାରି ଜଣ ଖେଳାଳିଙ୍କୁ ଏହି…

ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଛି ଆବର୍ଜନା ସ୍ଥଳ

ନୂଆପଡ଼ା,୧୦ା୩ (ମକାରୁ ବେମାଲ):ନୂଆପଡ଼ା ଜିଲାର ପଞ୍ଚାୟତ କାର୍ଯ୍ୟାଳୟ ଏବେ ଆବର୍ଜନା ସ୍ଥଳ ପାଲଟିଛି। ଦୀର୍ଘଦିନ ଧରି ଆବର୍ଜନା ପଡିରହୁଥିବାରୁ କାର୍ଯ୍ୟାଳୟ ପରିସର ପ୍ରଦୂଷିତ ହେବାରେ ଲାଗିଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri