ନୂଆଦିଲ୍ଲୀ,୧୯ା୭:ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରଙ୍କୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ଗିଲ୍ଗିଟ-ବାଲଷ୍ଟାନ୍ ଅଞ୍ଚଳର ସ୍କାର୍ଦୁସ୍ଥିତ ସଦପାରା ରୋଡ୍ରେ ଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। ଶୁକ୍ରବାର ଏକ ଜାତୀୟ ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ନିଜ ଗଡ଼ ବହାଓ୍ବଲପୁରରୁ ୧୦୦୦ କି.ମି. ଦୂରରେ ମାସୁଦଙ୍କୁ ଦେଖିବାକୁ ମିଳିଛି। କିଛିଦିନ ତଳେ ପାକିସ୍ତାନର ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରି କହିଥିଲେ, ମାସୁଦ ପାକିସ୍ତାନରେ ନାହଁାନ୍ତି।


