ନୂଆଦିଲ୍ଲୀ,୧୦।୫: ଭାରତର ଅପରେଶନ ସିନ୍ଦୁର ପରେ, ପାକିସ୍ତାନୀ ସେନାରେ ଆତଙ୍କ ଖେଳିଯାଇଛି। ଫଳରେ ସେମାନେ ସୀମାରେ ନିରନ୍ତର ଅସ୍ତ୍ରବିରତି ଉଲ୍ଲଂଘନ କରୁଛନ୍ତି। କେବଳ ଏତିକି ନୁହେଁ, ପାକିସ୍ତାନ ସୋସିଆଲ ମିଡିଆରେ ନିରନ୍ତର ମିଥ୍ୟା ପୋଷ୍ଟ କରି ଗୁଜବ ପ୍ରସାର କରିବାକୁ ଚେଷ୍ଟା କରୁଛି। ଗୋଟିଏ ପଟେ, ପାକିସ୍ତାନୀ ସେନା ଡ୍ରୋନ ଏବଂ ମିଶାଇଲ୍ ମାଧ୍ୟମରେ ଭାରତ ଉପରେ ଆକ୍ରମଣ କରିବାକୁ ନିରନ୍ତର ଚେଷ୍ଟା କରୁଛି, ଅନ୍ୟପଟେ ପାକିସ୍ତାନ ଏବେ ଦାବି କରୁଛି, ସେମାନେ ଭାରତୀୟ ବାୟୁସେନାର ଜଣେ ମହିଳା ପାଇଲଟଙ୍କୁ ବନ୍ଦୀ କରିଛି।
ଭାରତୀୟ ସେନା ନିରନ୍ତର ପାକିସ୍ତାନୀ ଆକ୍ରମଣର ଉଚିତ ଜବାବ ଦେଉଛି। ଭାରତୀୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ସେମାନଙ୍କର ଡ୍ରୋନ ଏବଂ ମିଶାଇଲକୁ ଆକ୍ରମଣକୁ ଆକାଶରେ ସମ୍ପୂର୍ଣ୍ଣ ଧ୍ୱଂସ କରାଯାଇଛି। ପାକିସ୍ତାନ ଏବେ କିଛି କରିପାରୁନାହିଁ, ସେ ନିଜ ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବା ପାଇଁ ସୋସିଆଲ ମିଡିଆ ମାଧ୍ୟମରେ ଭାରତୀୟ ମହିଳା ପାଇଲଟଙ୍କୁ ବନ୍ଦୀ କରିବାର ମିଥ୍ୟା ଖବର ଲଗାତାର ପ୍ରସାର କରୁଛି। ଅନେକ ପାକିସ୍ତାନୀ ସମର୍ଥକ ଦାବି କରୁଛନ୍ତି ଯେ, ଭାରତୀୟ ବାୟୁସେନାର ମହିଳା ପାଇଲଟ ସ୍କ୍ବାଡ୍ରନ ଲିଡର ଶିବାନୀ ସିଂହଙ୍କୁ ବନ୍ଦୀ କରାଯାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା ଖବର ଏବଂ ଏହି ଦାବି ମଧ୍ୟ ସମ୍ପୂର୍ଣ୍ଣ ଭୁଲ।
ଭାରତୀୟ ମହିଳା ପାଇଲଟଙ୍କୁ ବନ୍ଦୀ କରାଯିବାର ମିଥ୍ୟା ଖବର ବ୍ୟତୀତ, ପାକିସ୍ତାନ ଭାରତୀୟ ଗ୍ରୀଡ ଉପରେ ସାଇବର ଆକ୍ରମଣର ମିଥ୍ୟା ଖବର ମଧ୍ୟ ପ୍ରସାର କରୁଛି। ଏଥିରେ ସେମାନେ ଦାବି କରିଛନ୍ତି, ଗ୍ରୀଡ ଉପରେ ଏହି ଆକ୍ରମଣ ଯୋଗୁ ଭାରତରେ ୭୦ ପ୍ରତିଶତ ବିଦ୍ୟୁତ ସଂଯୋଗ ବନ୍ଦ ହୋଇଯାଇଛି, ଯାହା ସମ୍ପୂର୍ଣ୍ଣ ମିଥ୍ୟା। PIB ଏହାର ସତ୍ୟା ଯାଞ୍ଚରେ ଏହାକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛି।


