ନୂଆଦିଲ୍ଲୀ/ଇସଲାମାବାଦ,୧୪।୮: ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ S-400 ପ୍ରତିରକ୍ଷା ପ୍ରଣାଳୀର ଶକ୍ତି ଦେଖି ପାକିସ୍ତାନୀ ସେନାର ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ଯେ ଏବେ ଏହା ଏକ ନୂତନ ରକେଟ ବାହିନୀ ଗଠନ କରିବାକୁ ଯାଉଛି।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ବୁଧବାର ଇସଲାମାବାଦରେ ଏକ କାର୍ଯ୍ୟକ୍ରମରେ ଏହି ନୂଆ ବାହିନୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ବାହିନୀ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ସଜ୍ଜିତ ହେବ।
ଶହବାଜ ସରିଫ ଭାରତର ନାମ ନେଇ ନଥିଲେ, କିନ୍ତୁ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ ଏହି ବାହିନୀ ବିଶେଷ ଭାବରେ ଭାରତ ବିରୁଦ୍ଧରେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ପାଇଁ ଗଠନ କରାଯାଉଛି। ଏହି ଅଧିକାରୀ କହିଛନ୍ତି ଯେ ସେନା ରକେଟ ବାହିନୀର ନିଜସ୍ବ ପୃଥକ କମାଣ୍ଡ ରହିବ, ଯାହା କ୍ଷେପଣାସ୍ତ୍ର ବ୍ୟବହାର ଏବଂ ନିୟୋଜନ ପାଇଁ ଦାୟୀ ରହିବ।
ପାକିସ୍ତାନର ଏହି ପଦକ୍ଷେପକୁ ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଏବଂ ବିଶେଷକରି ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ S-400 ପ୍ରତିରକ୍ଷା ପ୍ରଣାଳୀର ପ୍ରତିକ୍ରିୟା ଭାବରେ ଦେଖାଯାଉଛି।
ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏହି ବାହିନୀ ବିଶେଷ ଭାବରେ ପାରମ୍ପରିକ ଯୁଦ୍ଧରେ କ୍ଷେପଣାସ୍ତ୍ର ପରିଚାଳନା ପାଇଁ ହେବ। ଏହାର ଉଦ୍ଦେଶ୍ୟ ହେଉଛି ଭାରତର ବର୍ଦ୍ଧିତ ସାମରିକ ଶକ୍ତିକୁ ମୁକାବିଲା କରିବା।
ପାକିସ୍ତାନ ବିଶ୍ୱାସ କରେ ଯେ ଭାରତର ବ୍ରହ୍ମୋସ ଭଳି ହାଇ-ସ୍ପିଡ ମିସାଇଲ ଏବଂ S-400 ଭଳି ମିସାଇଲ ପ୍ରତିରକ୍ଷା ପ୍ରଣାଳୀ ଏହାର ସାମରିକ ରଣନୀତି ପାଇଁ ଏକ ବଡ଼ ବିପଦ। ଏହି କାରଣରୁ ଇସଲାମାବାଦ ଏବେ ତାର ମିସାଇଲ କାର୍ଯ୍ୟକ୍ରମକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଛି।


