ଇସଲାମାବାଦ୍, ୯।୧ : ପ୍ରଥମ ଥର ପାଇଁ ପାକିସ୍ତାନ ସୁପ୍ରିମ୍କୋର୍ଟରେ ଜଣେ ମହିଳା ବିଚାରପତି ନିଯୁକ୍ତି ପାଇବେ। ଏହି ଗୌରବ ବିଚାରପତି ଆୟେଶା ମାଲିକ୍ ହାସଲ କରିବାକୁ ଯାଉଛନ୍ତି। କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆନ୍ତରିକତା ଯୋଗୁ ଆୟେଶା ଏଭଳି ଚମତ୍କାର କରି ଦେଖାଇଛନ୍ତି।
ଦେଶର ନ୍ୟାୟିକ ଆୟୋଗ ତାଙ୍କ ନାମକୁ ମଞ୍ଜୁର କରିଛନ୍ତି। ସଂସଦୀୟ କମିଟିର ଅନୁମୋଦନ ପାଇବା ପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇବେ। ୩ ଜୁନ ୧୮୬୬ ରେ ଜନ୍ମ ହୋଇଥିବା ଆୟେଶା ମାଲିକ କରାଚି ଗ୍ରାମର ବିଦ୍ୟାଳୟରୁ ପ୍ରାଥମିକ ଅଧ୍ୟୟନ କରିବା ପରେ କରାଚି ସରକାରୀ ବାଣିଜ୍ୟ ଏବଂ ଅର୍ଥନୀତି କଲେଜରୁ ସ୍ନାତକ ହାସଲ କରିଥିଲେ।
ଏହା ପରେ, ସେ ଆଇନ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ ଲାହୋର କଲେଜ ଅଫ ଲ’ରୁ ଡିଗ୍ରୀ ହାସଲ କରିବା ପରେ ଆମେରିକାର ମାସାଚୁସେଟ୍ସର ହାର୍ଭାର୍ଡ ସ୍କୁଲ ଅଫ ଲ’ରୁ ମାଷ୍ଟର୍ସ ଅଫ ଲ ଅଧ୍ୟୟନ କରିଥିଲେ। ୨୦୧୨ରେ ସେ ଲାହୋର ଉଚ୍ଚ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ।


