Posted inଜାତୀୟ

ପାକିସ୍ତାନର ଡ୍ରୋନ୍‌ ଷଡ଼ଯନ୍ତ୍ର, ଅଜନାଲା ସେକ୍ଟରରୁ ୨ ସନ୍ଦିଗ୍ଧ ପ୍ୟାକେଟ ଜବତ…

ଅମୃତସର, ୯।୨ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ପ୍ରଦାନ କାର୍ଯ୍ୟ ପାକିସ୍ତାନ ପକ୍ଷରୁ ଜାରି ରହିଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ରଚିଛି। ଏବେ ପଞ୍ଜାବର ଅମୃତସରର ଅଜନାଲା ସେକ୍ଟରର ପଞ୍ଜ ଗାରାଇ ପୋଷ୍ଟ ନିକଟରେ ଡ୍ରୋନ ମାଧ୍ୟମରେ ଦୁଇଟି ସନ୍ଦିଗ୍ଧ ପ୍ୟାକେଟ ଆକାଶରୁ ଖସାଇ ଦିଆଯାଇଛି।

ପ୍ୟାକେଟଗୁଡ଼ିକ ମଧ୍ୟରେ ବିସ୍ଫୋଟକ ସାମଗ୍ରୀ କିମ୍ବା ନିଶା ପଦାର୍ଥ ରହିଛି ତାହାର ଅନୁସନ୍ଧାନ ଚାଲିଛି। ବିଏସ୍‌ଏଫ୍‌ ପକ୍ଷରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି।

ଭାରତୀୟ ଆକାଶମାର୍ଗରେ ଉଡ଼ିବୁଲୁଥିବା ସୀମାପାର୍‌ ଡ୍ରୋନ ଉପରେ ବିଏସ୍‌ଏଫ୍‌ ଯବାନମାନେ ଗୁଳି ଚଳାଇଥିଲେ।

କୁହାଯାଉଛି ଯେ ରାତି ପ୍ରାୟ ୧୨ଟା ୩୦ରେ ଅଜନାଲା ସେକ୍ଟରର ପଞ୍ଜ ଗାରାଇ ପୋଷ୍ଟ ନିକଟରେ ଏଫ୍‌ ଡବ୍ଲ୍ୟୁଡି ଯବାନମାନେ ପାକିସ୍ତାନ ପଟୁ ଭାରତ ଆଡକୁ ଆସୁଥିବା ଏକ ସନ୍ଦେହଜନକ ଡୋନ୍‌ର ଉଡ଼ିବା ଶବ୍ଦ ଶୁଣିଥିଲେ।

ଏହା ପରେ ବିଏସ୍‌ଏଫ୍‌ ଯବାନମାନେ ଡ୍ରୋନ ଉପରେ ଗୁଳି ଚଳାଇଥିଲେ। ପରେ, ବିଏସଏଫ କୁକୁର ହ୍ୟାଣ୍ଡେଲର୍ମାନଙ୍କ ଦ୍ୱାରା ଘଗ୍ଗର ଏବଂ ସିଙ୍ଘୋକ ଗ୍ରାମରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା

ଦୁଇଟି ହଳଦିଆ ରଙ୍ଗର ସନ୍ଦିଗ୍ଧ ପ୍ୟାକେଟକୁ ସର୍ଚ୍ଚଅପରେଶନ୍‌ ସମୟରେ ଜବତ କରାଯାଇଛି। ପ୍ୟାକେଟ ଗୁଡ଼ିକ କାହା ପାଖକୁ ଆସିଥିଲା ତାହାର ତଦନ୍ତ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri