Posted inଖେଳ

ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ

ଭୁବନେଶ୍ୱର,୨୮।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ବିଦାୟ ନେଇଛି ପାକିସ୍ତାନ। ରବିବାର ଅନୁଷ୍ଠିତ ପୁଲ୍‌ ‘ଡିି’ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ପାକିସ୍ତାନକୁ ହରାଇ ଦେଇଛି। ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ଆର୍ଜେଣ୍ଟିନା। ଆର୍ଜେଣ୍ଟିନା ୩ ମ୍ୟାଚରୁ ୨ ବିଜୟ ସହ ୬ ପଏଣ୍ଟ ପାଇଥିବାବେଳେ ପାକିସ୍ତାନ ୩ ମ୍ୟାଚରୁ ଦ୍ୱିତୀୟ ପରାଜୟ ସହ ବିଦାୟ ନେଇଛି। ଏଣିକି ପାକ୍‌ ଦଳ କ୍ଲାସିଫିକେଶନ ମ୍ୟାଚ ଖେଳିବ।

ଉଭୟ ଆର୍ଜେଣ୍ଟିନା ଓ ପାକିସ୍ତାନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲେ। ୧୦ମ ମିନିଟରେ ବୌଟିଷ୍ଟା କାପୁରୋ ଫିଲ୍ଡ ଗୋଲ ଦେଇ ଆର୍ଜେଣ୍ଟିନାକୁ ଅଗ୍ରଣୀ କରାଇଥିଲେ। ପ୍ରଥମ କ୍ବାର୍ଟର ଶେଷ ସୁଦ୍ଧା ଆର୍ଜେଣ୍ଟିନା ୧-୦ରେ ଆଗୁଆ ରହିଥିଲା। ଦ୍ୱିତୀୟ କ୍ବାର୍ଟର ଆରମ୍ଭରେ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପାକିସ୍ତାନ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଦଳ ପକ୍ଷରୁ ଅବଦୁଲ ରାଣା ଏହି ଗୋଲଟି ଦେଇଥିଲେ। ତେବେ ଏହାର ୩ ମିନିଟ ପରେ ଆର୍ଜେଣ୍ଟିନାର ଇଗ୍ନାସିଓ ନାର୍ଡୋଲିଲୋ ଏକ ଫିଲ୍ଡ ଗୋଲ ଦେଇ ପୁଣି ଦଳକୁ ଅଗ୍ରଣୀ କରାଇଥିଲେ। ଦ୍ୱିତୀୟ କ୍ବାର୍ଟର ଶେଷ ପର୍ଯ୍ୟାୟରେ ଆର୍ଜେଣ୍ଟିନା ଗୋଲପୋଷ୍ଟ ଡି’ ଏରିଆ ମଧ୍ୟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ବିପଜ୍ଜନକ ଖେଳ ପାଇଁ ପାକିସ୍ତାନକୁ ପେନାଲ୍ଟି ଷ୍ଟ୍ରୋକ୍‌ ସୁଯୋଗ ଦିଆ ଯାଇଥିଲା। ଦଳର ୩ ନମ୍ବର ଖେଳାଳି ଅଲୀ ରିଜୱାନ କୌଣସି ତ୍ରୁଟି ନ କରି ପ୍ରତିପକ୍ଷ ଗୋଲକିିପର ନେହୁଏନ ହେର୍ନାଣ୍ଡୋଙ୍କୁ ଚକ୍‌ମା ଦେବାରେ ସକ୍ଷମ ହୋଇଥିଲେ। ୨୮ତମ ମିନିଟରେ ଏହି ଗୋଲ ହୋଇଥିଲା। ତେବେ ପାକିସ୍ତାନର ଏହି ଖୁସି ବେଶି ସମୟ ତିଷ୍ଠି ନ ଥିଲା। ୩୦ତମ ମିନିଟରେ ଫ୍ରାନ୍ସିସ୍କୋ ରୁଇଜ୍‌ ଏକ ଫିଲ୍ଡ ଗୋଲ ଦେଇ ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଆର୍ଜେଣ୍ଟିନାକୁ ୩-୨ରେ ଅଗ୍ରଣୀ କରାଇଥିଲେ। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଏକାଧିକଥର ସୁଯୋଗ ସୃଷ୍ଟି କରିଥିଲେ ହେଁ ତାହାକୁ ଗୋଲରେ ପରିଣତ କରିପାରି ନ ଥିଲେ। ବିଶେଷ କରିି ପାକିସ୍ତାନ ୪୪ ଓ ୪୫ତମ ମିନିଟରେ ୨ ଥର ପେନାଲ୍ଟି କର୍ନର ପାଇଥିଲେ ହେଁ ତା’ର ସଦୁପଯୋଗ କରିପାରି ନ ଥିଲା। ୪ର୍ଥ କ୍ବାର୍ଟର ଆରମ୍ଭରେ ଆର୍ଜେଣ୍ଟିନା ଆଉ ଏକ ଗୋଲ ଦେଇ ଚାପ ସୃଷ୍ଟି କରିଥିଲା। ୪୭ତମ ମିନିଟରେ ଇଗ୍ନାସିଓ ଇବାରା ଏହି ଫିଲ୍ଡ ଗୋଲଟି ଦେଇଥିଲେ। ୫୩ତମ ମିନିଟରେ ପାକିସ୍ତାନକୁ ପେନାଲ୍ଟି କର୍ନର ମିଳିଥିଲା। ବଲ୍‌ ଷ୍ଟପ୍‌ରେ ତ୍ରୁଟି ହୋଇଥିଲେ ହେଁ ଡି’ ଏରିଆ ମଧ୍ୟରେ ପାକିସ୍ତାନ ଖେଳାଳିମାନେ ବଲ୍‌କୁ ରଖିବାରେ ସକ୍ଷମ ହୋଇଥିଲେ ଏବଂ ଅହମଦ ଅକିଲ ଗୋଲ ଦେଇଥିଲେ। ଶେଷ ୭ ମିନିଟରେ ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥିଲେ ହେଁ ପାକିସ୍ତାନ ଗୋଲ ପରିଶୋଧ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri