ମାସୁଦ ଆଝାରଙ୍କ ପ୍ରଶ୍ନ ଶୁଣି ଥଙ୍ଗମଙ୍ଗ ହୋଇଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ…

ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ମାସୁଦ ଆଝାର ପାକିସ୍ତାନରେ ଅଛି କି ବୋଲି ପଚାରିବାରୁ ସେ ଥଙ୍ଗମଙ୍ଗ ହୋଇଯାଇଥିଲେ।

ପଚାରିଲେ, ଆତଙ୍କବାଦୀ ସଂଗଠନ କିମ୍ବା ସେମାନଙ୍କର ନେତାମାନେ ଏବେ ବି ପାକିସ୍ତାନରେ ଅଛନ୍ତି କି ପ୍ରଶ୍ନରେ ସେ କହିଥିଲେ ନା, କୌଣସି ଆତଙ୍କବାଦୀ ସଂଗଠନ ନାହିଁ। କଶ୍ମୀରରେ ଅନେକ ଆକ୍ରମଣ କରିଥିବା ଜୈଶ-ଏ-ମହମ୍ମଦ ଭଳି ସଂଗଠନ ବିଷୟରେ ପଚରାଯିବାରୁ, ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ‘ପୁରୁଣା କଥା’ କହି ଏହାକୁ ଖାରଜ କରିବାକୁ ଚେଷ୍ଟା କରିଥିଲେ।

ସାମ୍ବାଦିକ ଜଣକ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ନାମ ସିଧାସଳଖ ପଚାରିଲେ ଯେ, ସେ ଏବେ ବି ପାକିସ୍ତାନରେ ଅଛନ୍ତି କି ଏବଂ ସେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଅଛନ୍ତି କି ନାହିଁ, ଖ୍ବାଜା ଆସିଫ ଉତ୍ତର ଦେଇଥିଲେ, ମୁଁ ଭାବୁନାହିଁ ଯେ ସେ ପାକିସ୍ତାନରେ ଅଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ରୋକିବା ପାଇଁ କ’ଣ କରୁଛି ପ୍ରଶ୍ନ ଶୁଣି ମନ୍ତ୍ରୀ କହିଥିଲେ, ଆମେ ତୁମକୁ ବାହାୱଲପୁର ନେଇଯିବୁ, ତୁମେ ନିଜେ ସ୍ବାଧୀନ ଭାବରେ ଏହାର ତଦନ୍ତ କରିପାରିବ।

ଖ୍ବାଜା ଆସିଫ ଏହା ମଧ୍ୟ କହିଛନ୍ତି, ଯେଉଁମାନେ ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀ ସହିତ ଜଡିତ ଥିଲେ ସେମାନେ ଏବେ ପରିବର୍ତ୍ତନ ହୋଇଯାଇଛନ୍ତି। ସେ ଜୀବିତ ଅଛନ୍ତି, କିନ୍ତୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ନାହାଁନ୍ତି। ପାକିସ୍ତାନ ବାରମ୍ବାର ଦାବି କରିଆସୁଛି ଯେ, ସେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି, କିନ୍ତୁ ଭାରତ ଏବଂ ଆମେରିକା ଭଳି ଦେଶ ପାଖରେ ଉପଲବ୍ଧ ଗୋଇନ୍ଦା ରିପୋର୍ଟ ଏବଂ ପ୍ରମାଣ ଭିନ୍ନ କାହାଣୀ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri