ମାସୁଦ ଆଝାରଙ୍କ ପ୍ରଶ୍ନ ଶୁଣି ଥଙ୍ଗମଙ୍ଗ ହୋଇଗଲେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ: କହିଲେ…

ନୂଆଦିଲ୍ଲୀ,୧୫।୫: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ହାତ ଥିବା ସାମ୍ନାକୁ ଆସିବା ପରେ, ପାକିସ୍ତାନ ପୁଣି ଥରେ ବିଶ୍ୱର ନଜରରେ ପଡ଼ିଛି। ଏକ ସାକ୍ଷାତକାରରେ, ସାମ୍ବାଦିକମାନେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କୁ ମୋଷ୍ଟ ଓ୍ବାଣ୍ଟେଡ୍‌ ଆତଙ୍କବାଦୀ ମାସୁଦ ଆଝାର ପାକିସ୍ତାନରେ ଅଛି କି ବୋଲି ପଚାରିବାରୁ ସେ ଥଙ୍ଗମଙ୍ଗ ହୋଇଯାଇଥିଲେ।

ପଚାରିଲେ, ଆତଙ୍କବାଦୀ ସଂଗଠନ କିମ୍ବା ସେମାନଙ୍କର ନେତାମାନେ ଏବେ ବି ପାକିସ୍ତାନରେ ଅଛନ୍ତି କି ପ୍ରଶ୍ନରେ ସେ କହିଥିଲେ ନା, କୌଣସି ଆତଙ୍କବାଦୀ ସଂଗଠନ ନାହିଁ। କଶ୍ମୀରରେ ଅନେକ ଆକ୍ରମଣ କରିଥିବା ଜୈଶ-ଏ-ମହମ୍ମଦ ଭଳି ସଂଗଠନ ବିଷୟରେ ପଚରାଯିବାରୁ, ପ୍ରତିରକ୍ଷା ମନ୍ତ୍ରୀ ଏହାକୁ ‘ପୁରୁଣା କଥା’ କହି ଏହାକୁ ଖାରଜ କରିବାକୁ ଚେଷ୍ଟା କରିଥିଲେ।

ସାମ୍ବାଦିକ ଜଣକ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରଙ୍କ ନାମ ସିଧାସଳଖ ପଚାରିଲେ ଯେ, ସେ ଏବେ ବି ପାକିସ୍ତାନରେ ଅଛନ୍ତି କି ଏବଂ ସେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ଅଛନ୍ତି କି ନାହିଁ, ଖ୍ବାଜା ଆସିଫ ଉତ୍ତର ଦେଇଥିଲେ, ମୁଁ ଭାବୁନାହିଁ ଯେ ସେ ପାକିସ୍ତାନରେ ଅଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ରୋକିବା ପାଇଁ କ’ଣ କରୁଛି ପ୍ରଶ୍ନ ଶୁଣି ମନ୍ତ୍ରୀ କହିଥିଲେ, ଆମେ ତୁମକୁ ବାହାୱଲପୁର ନେଇଯିବୁ, ତୁମେ ନିଜେ ସ୍ବାଧୀନ ଭାବରେ ଏହାର ତଦନ୍ତ କରିପାରିବ।

ଖ୍ବାଜା ଆସିଫ ଏହା ମଧ୍ୟ କହିଛନ୍ତି, ଯେଉଁମାନେ ପୂର୍ବରୁ ଆତଙ୍କବାଦୀ ଗୋଷ୍ଠୀ ସହିତ ଜଡିତ ଥିଲେ ସେମାନେ ଏବେ ପରିବର୍ତ୍ତନ ହୋଇଯାଇଛନ୍ତି। ସେ ଜୀବିତ ଅଛନ୍ତି, କିନ୍ତୁ ଆଉ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ନାହାଁନ୍ତି। ପାକିସ୍ତାନ ବାରମ୍ବାର ଦାବି କରିଆସୁଛି ଯେ, ସେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଛି, କିନ୍ତୁ ଭାରତ ଏବଂ ଆମେରିକା ଭଳି ଦେଶ ପାଖରେ ଉପଲବ୍ଧ ଗୋଇନ୍ଦା ରିପୋର୍ଟ ଏବଂ ପ୍ରମାଣ ଭିନ୍ନ କାହାଣୀ କହୁଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri