ନ୍ୟୁୟର୍କ,୨୭।୯: ଜାତିସଂଘ ସୁରକ୍ଷା ପରିଷଦ (UNSC)ରେ ଅନୁଷ୍ଠିତ AI ନବସୃଜନ ଆଲୋଚନା ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ତାଙ୍କ କଥା ସ୍ପଷ୍ଟ ଭାବରେ ପ୍ରକାଶ କରିବାରେ ବିଫଳ ହୋଇଥିଲେ। ଅତି କମରେ ସାତ ଥର ତାଙ୍କ ପାଟିରୁ ଶବ୍ଦ ଖସି ଯାଇଥିଲା। ଏହା ଫଳରେ ତାଙ୍କୁ ସୋସିଆଲ ମିଡିଆରେ ପୁଣି ଥରେ ଟ୍ରୋଲ କରାଯାଇଥିଲା।
ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ଖ୍ବାଜା ଆସିଫ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ଭାରତ-ପାକିସ୍ତାନ ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ। ତଥାପି, ତାଙ୍କ ଭାଷଣର ମୁଖ୍ୟ ବିଷୟ AI ନୁହେଁ, ବରଂ ତାଙ୍କର ବାରମ୍ବାର ଭାଷାଗତ ତ୍ରୁଟି ଥିଲା।
୍ଆସିଫ୍ଙ୍କ ଏକ ଭିଡିଓ ଭାଇରାଲ ହେବାରେ ଳାଗିଛି। ଏଥିରେ ଆସିଫଙ୍କ ପାଟି ଖନେଇ ଯାଉଥିବା ଦେଖାଯାଉଛି। ଭିଡିଓରେ, ସେ ‘risk’ କୁ ‘riks’କୁ , ‘development’ କୁ ‘developend’ ଏବଂ ‘first time’ କୁ ‘sirst time’ବୋଲି ମଧ୍ୟ ଉଚ୍ଚାରଣ କରିଥିଲେ। ଏହା ବ୍ୟତୀତ, ସେ ‘instability’ ଏବଂ ‘technological disparities’ଭଳି ଶବ୍ଦ ଉଚ୍ଚାରଣ କରିବାରେ ସଂଘର୍ଷ କରୁଥିଲେ।
View this post on Instagram


