କରଜରେ ବୁଡି ରହିଛି ପାକସ୍ତାନ, ପ୍ରତି ମାସରେ ୨.୬ପ୍ରତିଶତ ହାରରେ ୫୮.୬ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ଋଣ ଭାର

ଇସଲାମବାଦ,୬।୬: ପଡୋଶୀ ଦେଶ ପାକିସ୍ତାନ ବର୍ତ୍ତମାନ କରଜ ଭାରରେ ବୁଡି ରହିଛି। ଦେଶର ଆର୍ଥିକ ସ୍ଥିତି ଏବେ ତଳମୁହାଁ ହେବାସହ ଅତ୍ୟାବଶକ ଦ୍ରବ୍ୟର ଦରଦାମ ଆକାଶଛୁଆଁ ରହିଛି। ନିକଟରେ କେନ୍ଦ୍ରୀୟ ବ୍ୟାଙ୍କର ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ସରକାରଙ୍କ ଋଣ ଭାର ବାର୍ଷିକ ୩୪.୧ ପ୍ରତିଶତ ବୃଦ୍ଧି ହୋଇ ଏପ୍ରିଲ ଶେଷରେ ୫୮.୬ ଲକ୍ଷ କୋଟିରେ ପହଞ୍ଚିଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଋଣ ଭାର ମାସିକ ୨.୬ପ୍ରତିଶତ ବୃଦ୍ଧି ପାଉଛି। ଅନ୍ୟପକ୍ଷରେ ପାକିସ୍ତାନର ଅର୍ଥମନ୍ତ୍ରୀ ଇଶାକ ଦାର୍‌ କହିଛନ୍ତି, ଦେଶର ଅର୍ଥନୀତିରେ ସୁଧାର ଆଣିବା ଲାଗି ଦେଶକୁ କିଛି ସମୟ ଲାଗିପାରେ।

ମିଡିଆ ରିପୋର୍ଟ ଅନୁଯାୟୀ, ଏପ୍ରିଲ ଶେଷରେ ମୋଟ ଋଣ ମଧ୍ୟରୁ ଘରୋଇ ଋଣ ହେଉଛି ୩୬.୫ ଲକ୍ଷ କୋଟି ଅର୍ଥାତ ୬୨.୩ପ୍ରତିଶତ। ଯେତେବେଳେ ବାହ୍ୟ ଋଣ ହେଉଛି ୨୨ ଲକ୍ଷ କୋଟି ଯାହା ୩୭.୬ପ୍ରତିଶତ। ଷ୍ଟେଟ ବ୍ୟାଙ୍କ ଅଫ ପାକିସ୍ତାନ (ଏସବିପିି) ତଥ୍ୟ ଅନୁଯାୟୀ, ବାହ୍ୟ ଋଣ ବାର୍ଷିକ ୪୯.୧ପ୍ରତିଶତ ବୃଦ୍ଧି ପାଇଛି।

ଘରୋଇ ଋଣର ସର୍ବାଧିକ ଅଂଶ ପାକିସ୍ତାନ ସରକାର ନଓ୍ବାଜ ସରିଫଙ୍କ ରହିଛି। ଏହା ପ୍ରାୟ ୨୫ଲକ୍ଷ କୋଟି ଟଙ୍କା। ଘରୋଇ ଋଣରେ ପ୍ରାୟ ୭.୨ଲକ୍ଷ କୋଟି ଟଙ୍କା ସ୍ବଳ୍ପ ମିଆଦି ଋଣ ଏବଂ ୨.୯ଲକ୍ଷ କୋଟି ଟଙ୍କା ଅନାବଶ୍ୟକ ଋଣ ରହିଛି। ଏଥିରେ ଜାତୀୟ ସଞ୍ଚୟ ଯୋଜନାରୁ ଉଧାର ନିଆଯାଇଥିବା ରାଶି ମଧ୍ୟ ଅନ୍ତର୍ଭୁକ୍ତ।

ବୈଦେଶିକ ମୁଦ୍ରା ଭଣ୍ଡାରରେ କେବଳ ଗୋଟିଏ ମାସ ଆମଦାନୀ ଶୁଝିବାର କ୍ଷମତା ରହିଛି। ଅନ୍ୟପକ୍ଷରେ, ରେକର୍ଡ-ଉଚ୍ଚ ମୁଦ୍ରାସ୍ଫୀତିରେ ସୁଧ ହାର ରେକର୍ଡ ଛୁଇଁଛି। ଘରୋଇ ଋଣ ପରିଶୋଧ କରିବା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ରାଜନୈତିକ ଏବଂ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବିପୁଳ ବାହ୍ୟ ଋଣ, ଦୁର୍ବଳ ସ୍ଥାନୀୟ ମୁଦ୍ରା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ହ୍ରାସ ହେବାରେ ଲାଗିଛି। ଦେଶର ପରିସଂଖ୍ୟାନ ଅନୁଯାୟୀ ଏପ୍ରିଲରେ ଏକ ବର୍ଷରେ ମୁଦ୍ରାସ୍ଫୀତି ସ୍ତର ୩୬.୪ପ୍ରତିଶତ ବୃଦ୍ଧି ପାଇଛି। ଯାହା ଦକ୍ଷିଣ ଏସିଆରେ ସର୍ବାଧିକ।

 


Enter your email to get our daily news in your inbox.

All Right Reserved By Dharitri.Com

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri