ଦେଶ ଛାଡିଲେ ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର

ଇସ୍‌ଲାମାମବାଦ,୧୯ ।୧୦: ଚାଇନିଜ ଆପ୍ ଟିକ୍‌ଟକ୍‌କୁ ବ୍ୟାନ କରାଯିବା ପରେ ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର କୁହାଯାଉଥିବା ଜନ୍ନତ ମିର୍ଜା ଦେଶ ଛାଡି ଦେଇଛନ୍ତି । କେବଳ ସେତିକି ନୁହେଁ ସେ ଯିବାବେଳେ ପାକିସ୍ତାନ ଲୋକଙ୍କର ଖୁବ୍ ନିନ୍ଦା ମଧ୍ୟ କରିଛନ୍ତି । ଏବେ ମିର୍ଜା ଜାପାନରେ ରହିବେ ବୋଲି କହିଛନ୍ତି । ତେବେ ସେ ଯିବା ସମୟରେ ତାଙ୍କୁ ପାକିସ୍ତାନ ଫେରିବେକି ନା ପଚରା ଯିବାରୁ ସେ କହିଥିଲେ ପାକିସ୍ତାନ ଲୋକଙ୍କ ଚିନ୍ତାଧାର୍ ଖୁବ୍ ନିଚ । ତେଣୁ ସେ ଜାପାନରୁ ଆଉ ଫେରିବେ ନାହିଁ ସେହିଠାରେ ହିଁ ରହିବେ । ମିର୍ଜା ପାକିସ୍ତାନର ସବୁଠାରୁ ବଡ ଟିକ୍‌ଟକ୍ ଷ୍ଟାର ହୋଇଥିବା ବେଳେ ଭାରତ ଓ ଆମେରିକାରେ ବି ତାଙ୍କର ଖୁବ୍ ପ୍ରଶଂସକ ରହିଛନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଶଂସକ ଅଛନ୍ତି । ଏବେ ସେ ପାକିସ୍ତାନ ଛାଡି ଜାପାନ ଚାଲି ଯାଉଥିବାରୁ ତାଙ୍କର ବହୁ ପ୍ରଶଂସକ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଟିକ୍‌ଟକ୍ ବ୍ୟାନ ହେବା ପୂର୍ବରୁ ସେ ଜାପାନ ଚାଲି ଯାଇଥିଲେ । ଆଉ କହିଥିଲେ ପାକିସ୍ତାନ ବହୁତ ସୁନ୍ଦର ଦେଶ ହେଲେ ପାକିସ୍ତାନୀଙ୍କ ମାନସିକତା ଅତ୍ୟନ୍ତ ଖରାପ ।

Share