Posted inଜାତୀୟ

ଭାରତ ବିରୋଧରେ ପାକିସ୍ତାନର ୩ ଷଡ଼ଯନ୍ତ୍ର: ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ…

ନୂଆଦିଲ୍ଲୀ,୩।୧୦ : କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାକିସ୍ତାନର ଉଦ୍ଦେଶ୍ୟ ବୁଝି ସାରିଛି, କିନ୍ତୁ ନିକଟ ଅତୀତରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ଯାହା ଆଶ୍ଚର୍ଯ୍ୟଜନକ। ଯେତେବେଳେ ପାକିସ୍ତାନ ପାଇଁ ଭାରତ ସୀମା ପାର ହୋଇ ଯୁଦ୍ଧ କରିବା କଷ୍ଟସାଧ୍ୟ ହେଲା, ସେତେବେଳେ ଆତଙ୍କବାଦ ବିସ୍ତାର କରିବାର ନୂଆ ଉପାୟ ବାହାର କରିଥିଲା। ପାକିସ୍ତାନ ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ ଆଦି ତିନୋଟି ଷଡ଼ଯନ୍ତ୍ର ମାଧ୍ୟମରେ ଭାରତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଛି। ତେବେ ଭାରତ ବିରୋଧରେ ପାକିସ୍ତାନର ସେସେବୁ ବିପଜ୍ଜନକ ପଦକ୍ଷେପ ବିଫଳ ହୋଇଛି।

ଆଇଏସଆଇ ସହ ଜଡିତ ଜଣେ ବଡ ଆତଙ୍କବାଦୀ ଶାହନାୱାଜଙ୍କୁ ଦେଶର ରାଜଧାନୀ ଦିଲ୍ଲୀରୁ ଗିରଫ କରାଯାଇଛି। ଏହା ବ୍ୟତୀତ ତାଙ୍କର ଆଉ ଦୁଇ ସହଯୋଗୀ ମହମ୍ମଦ ରିଜୱାନ ଆଶ୍ରାଫ ଏବଂ ମହମ୍ମଦ ଅର୍ଶଦ ୱାର୍ସିଙ୍କୁ ଉତ୍ତରପ୍ରଦେଶର ଲକ୍ଷୌ୍ନ ଏବଂ ମୋରାଦାବାଦରୁ ଗିରଫ କରାଯାଇଛି। ପୋଲିସ ସେମାନଙ୍କଠାରୁ ଏକ .୩୨ ବୋର ପିସ୍ତଲ ସହିତ ସାତ ଜୀବନ୍ତ କାର୍ଟ୍ରିଜ, ରାସାୟନିକ ପଦାର୍ଥରେ ଭର୍ତ୍ତି ପ୍ଲାଷ୍ଟିକ କଣ୍ଟେନର, ଏସିଡଥିବା ଗ୍ଲାସ ବୋତଲ, ଛୋଟ ଆକାରର ଷ୍ଟିଲ ବଲ, ମ୍ୟାଚ ବକ୍ସ, ଲୁହା ପାଇପ, ଇଲେକ୍ଟ୍ରୋନିକ ଓଜନ ମେସିନ, ଥର୍ମୋମିଟର, ସର୍ଜିକାଲ ଗ୍ଲୋଭସ ଏବଂ ବିଭିନ୍ନ ରଙ୍ଗୀନ ପାଉଡର ଜବତ କରିଛି।

ଏହି ତିନି ଆତଙ୍କବାଦୀ ଦେଶରେ ଲୁଟ କାର୍ଯ୍ୟରେ ଲିପ୍ତ ଥିଲେ। ଦେଶରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ହେବା ସେମାନଙ୍କର ଉଦ୍ଦେଶ୍ୟ ଥିଲା କିନ୍ତୁ ସେହି ଆକ୍ରମଣ ପାଇଁ ସେମାନଙ୍କୁ ଟଙ୍କା ଜମା କରିବାକୁ ପଡୁଥିଲା। ଆତଙ୍କବାଦୀ ଆକ୍ରମଣ ପାଇଁ ପାଣ୍ଠି ସଂଗ୍ରହ କରିବାର କାର୍ଯ୍ୟ ମଧ୍ୟ ଆଇଏସଆଇ ତାଙ୍କୁ ଦେଇଥିଲା। ସ୍ବତନ୍ତ୍ର ସେଲ ଦ୍ୱାରା ଧରାଯାଇଥିବା ତିନି ଆତଙ୍କବାଦୀ ପୋଲିସକୁ ଏହା କହିଛନ୍ତି।

ସେହିଭଳି ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇ କିଛି ସମୟ ପୂର୍ବରୁ ସୁନ୍ଦରୀ ଯୁବତୀଙ୍କ ହନିଟ୍ରାପରେ ଭାରତୀୟ ଯବାନମାନଙ୍କୁ ଫଶାଇବା ୁଦ୍ୟମ କରୁଥିଲା। ଭାରତୀ ଗୁପ୍ତଚର ସଂସ୍ଥା ଖବର ପାଇଥିଲା ପାକିସ୍ତାନ ଦେଶକୁ ୨୧ ସୁନ୍ଦରୀ ଯୁବତୀଙ୍କୁ ପଠାଇଥିଲା। ଆଇଏସଆଇ ସହିତ ଜଡିତ ଏହି ଯୁବତୀମାନଙ୍କର କାମ ଥିଲା ଉତ୍ତରପ୍ରଦେଶ ପୋଲିସର ଅଧିକାରୀମାନଙ୍କୁ ସେମାନଙ୍କ ସୌନ୍ଦର୍ଯ୍ୟରେ ଫାଶରେ ପକାଇବା। ଦେଶର ଗୁପ୍ତଚର ଏଜେନ୍ସି ଏ ସମ୍ପର୍କରେ ପୋଲିସ କର୍ମଚାରୀଙ୍କୁ ସତର୍କ କରାଇ ଦେଇଛି।

ପାକିସ୍ତାନ ଏବଂ ଆଇଏସଆଇର ତୃତୀୟ ପଦ୍ଧତି ଅବ୍ୟାହତ ରହିଛି। ସୀମାରେ ଅନୁପ୍ରବେଶ। କିଛି ଦିନ ପାଇଁ ପାକିସ୍ତାନ ପକ୍ଷରୁ ଅନୁପ୍ରବେଶ ଘଟଣା ହ୍ରାସ ପାଇଥିଲା, ଏବେ ପୁଣି ଥରେ ସୀମାରୁ ଅନେକ ଆତଙ୍କବାଦ ମାମଲା ସାମ୍ନାକୁ ଆସୁଛି। ଜମ୍ମୁ-କଶ୍ମୀରର କୁପୱାରା ଜିଲାରେ ସୁରକ୍ଷା ବାହିନୀ ମାଛିଲ ସେକ୍ଟରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ସେମାନଙ୍କ ସହ ପାକିସ୍ତାନ ମୁଦ୍ରା ମଧ୍ୟ ମିଳିଥିଲା। ଏହାପୂର୍ବରୁ ବାରମୁଳାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଆତଙ୍କବାଦୀଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏହି ଏନକାଉଣ୍ଟରରେ ତିନିଜଣ ସେନା ଅଧିକାରୀ ମଧ୍ୟ ଶହିଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri