Posted inଖେଳ

ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ବଡ଼ିବ ଟିମ୍‌ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଏସବୁ ମଧ୍ୟରେ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼ ଦାବି କରାଯାଇଛି।
୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଲାଗି ଟିମ୍‌ ଇଣ୍ଡିଆର ପାକିସ୍ତାନ ଯିବା ସମ୍ଭାବନା କମ୍‌। ଏମିତିରେ ବିସିସିଆଇ ଆଇସିସିକୁ ଟୁର୍ନାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜିତ କରିବାକୁ ଅନୁରୋଧ କରିବାକୁ ଯୋଜନା କରୁଛି। ଏହି ସମୟରେ ଆଇସିସି ପାକିସ୍ତାନରେ ଟୁର୍ନାମେଣ୍ଟର ଆୟୋଜନ କରିବା ଉଚିତ। ଯଦି ଭାରତ ଏଥିରୁ ଓହରିଯାଏ ତେବେ ଶ୍ରୀଲଙ୍କା ଦଳର ସ୍ଥାନ ନେବ। ଏପରିକି ଶ୍ରୀଲଙ୍କା କ୍ରିକେଟ ଆଇସିସିର ସବୁଜ ସଙ୍କେତକୁ ଅପେକ୍ଷା କରିଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି।
ଶ୍ରୀଲଙ୍କା କାହିଁକି ସ୍ଥାନ ପାଇବ?
କହିବାକୁ ଗଲେ ଚାମ୍ପିଅନ୍ସ ଟ୍ରଫିରେ ୮ ଦଳ ଅଂଶଗ୍ରହଣ କରନ୍ତି। ୨୦୨୩ ଦିନିକିଆ ବିଶ୍ୱକପ୍‌ ସମୟର ସୁପର-୮ ଦଳମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେବେ। ଶ୍ରୀଲଙ୍କା ଉକ୍ତ ଦଳର ଅଂଶ ନ ଥିଲା। ଯଦି ଟିମ ଇଣ୍ଡିଆ ଟ୍ରଫିରୁ ନାମ ପ୍ରତ୍ୟାହାର କରେ, ତେବେ ଏକ ନୂତନ ଦଳ ଟୁର୍ନାମେଣ୍ଟରେ ପ୍ରବେଶ କରିବ। ଆଇସିସି ର଼୍ୟାଙ୍କିଂ ଅନୁଯାୟୀ ଶ୍ରୀଲଙ୍କା ଏଥିଲାଗି ଦାବିଦାର।
କହିରଖୁଛୁ, ୨୦୦୮ରୁ ଭାରତୀୟ ଟିମ୍‌ ପାକିସ୍ତାନ ଗସ୍ତ କରିନାହିଁ। ପୂର୍ବରୁ ପାକିସ୍ତାନ ମଧ୍ୟ ଏସିଆ କପ୍‌ ୨୦୨୩ ଆୟୋଜନ କରିଥିଲା। ହେଲେ ଭାରତ ଲାଗି ଟୁର୍ନାମେଣ୍ଟଟି ଏକ ହାଇବ୍ରିଡ ମଡେଲରେ ଆୟୋଜିତ ହୋଇଥିଲା। ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ୍‌ ଖେଳିଥିଲା। ଏଣୁ ୨୦୨୫ରେ ମଧ୍ୟ ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ଆଇସିସିକୁ କହିପାରେ। ଯଦି ଆଇସିସି ଏହାକୁ ଅନୁମୋଦନ କରେ, ତେବେ ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଖେଳାଯାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri