Posted inଖେଳ

ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ବଡ଼ିବ ଟିମ୍‌ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏଯାବତ ସ୍ପଷ୍ଟ ହୋଇନାହିଁ। ଏସବୁ ମଧ୍ୟରେ ପାକିସ୍ତାନୀ ଗଣମାଧ୍ୟମ ପକ୍ଷରୁ ବଡ଼ ଦାବି କରାଯାଇଛି।
୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଲାଗି ଟିମ୍‌ ଇଣ୍ଡିଆର ପାକିସ୍ତାନ ଯିବା ସମ୍ଭାବନା କମ୍‌। ଏମିତିରେ ବିସିସିଆଇ ଆଇସିସିକୁ ଟୁର୍ନାମେଣ୍ଟକୁ ହାଇବ୍ରିଡ ମଡେଲରେ ଆୟୋଜିତ କରିବାକୁ ଅନୁରୋଧ କରିବାକୁ ଯୋଜନା କରୁଛି। ଏହି ସମୟରେ ଆଇସିସି ପାକିସ୍ତାନରେ ଟୁର୍ନାମେଣ୍ଟର ଆୟୋଜନ କରିବା ଉଚିତ। ଯଦି ଭାରତ ଏଥିରୁ ଓହରିଯାଏ ତେବେ ଶ୍ରୀଲଙ୍କା ଦଳର ସ୍ଥାନ ନେବ। ଏପରିକି ଶ୍ରୀଲଙ୍କା କ୍ରିକେଟ ଆଇସିସିର ସବୁଜ ସଙ୍କେତକୁ ଅପେକ୍ଷା କରିଛି ବୋଲି ପାକିସ୍ତାନୀ ଗଣମାଧ୍ୟମ ଦାବି କରିଛି।
ଶ୍ରୀଲଙ୍କା କାହିଁକି ସ୍ଥାନ ପାଇବ?
କହିବାକୁ ଗଲେ ଚାମ୍ପିଅନ୍ସ ଟ୍ରଫିରେ ୮ ଦଳ ଅଂଶଗ୍ରହଣ କରନ୍ତି। ୨୦୨୩ ଦିନିକିଆ ବିଶ୍ୱକପ୍‌ ସମୟର ସୁପର-୮ ଦଳମାନେ ଏହି ଟୁର୍ନାମେଣ୍ଟରେ ଭାଗ ନେବେ। ଶ୍ରୀଲଙ୍କା ଉକ୍ତ ଦଳର ଅଂଶ ନ ଥିଲା। ଯଦି ଟିମ ଇଣ୍ଡିଆ ଟ୍ରଫିରୁ ନାମ ପ୍ରତ୍ୟାହାର କରେ, ତେବେ ଏକ ନୂତନ ଦଳ ଟୁର୍ନାମେଣ୍ଟରେ ପ୍ରବେଶ କରିବ। ଆଇସିସି ର଼୍ୟାଙ୍କିଂ ଅନୁଯାୟୀ ଶ୍ରୀଲଙ୍କା ଏଥିଲାଗି ଦାବିଦାର।
କହିରଖୁଛୁ, ୨୦୦୮ରୁ ଭାରତୀୟ ଟିମ୍‌ ପାକିସ୍ତାନ ଗସ୍ତ କରିନାହିଁ। ପୂର୍ବରୁ ପାକିସ୍ତାନ ମଧ୍ୟ ଏସିଆ କପ୍‌ ୨୦୨୩ ଆୟୋଜନ କରିଥିଲା। ହେଲେ ଭାରତ ଲାଗି ଟୁର୍ନାମେଣ୍ଟଟି ଏକ ହାଇବ୍ରିଡ ମଡେଲରେ ଆୟୋଜିତ ହୋଇଥିଲା। ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ୍‌ ଖେଳିଥିଲା। ଏଣୁ ୨୦୨୫ରେ ମଧ୍ୟ ଦୁବାଇ କିମ୍ବା ଶ୍ରୀଲଙ୍କାରେ ମ୍ୟାଚ୍‌ ଆୟୋଜନ କରିବାକୁ ବିସିସିଆଇ ଆଇସିସିକୁ କହିପାରେ। ଯଦି ଆଇସିସି ଏହାକୁ ଅନୁମୋଦନ କରେ, ତେବେ ହାଇବ୍ରିଡ ମଡେଲରେ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ଖେଳାଯାଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri