ପାକିସ୍ତାନରେ ନିର୍ବାଚନୀ ହିଂସା: ଘରେ ଇମ୍ରାନଙ୍କ ଦଳୀୟ ପତାକା ଲଗେଇବାରୁ ପୁଅକୁ ହତ୍ୟା କଲେ ବାପା

ସଲାମବାଦ,୨୩।୧: ପାକିସ୍ତାନରେ ନିର୍ବାଚନକୁ ନେଇ ହିଂସା ତେଜିବାରେ ଲାଗିଛି। ଏହି ଭିତରେ ହତ୍ୟା ଓ ଅପହରଣକୁ ନେଇ ଦେଶରେ ଅନେକ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ହିଂସା ଦେଶରେ ଉଗ୍ରରୂପ ଧାରଣ କରିଛି। ସଦ୍ୟତମ ଘଟଣାନୁସାରେ ରାଜନୈତିକ ମତଭେଦକୁ ନେଇ ପାକିସ୍ତାନରେ ଜଣେ ବାପା ନିଜ ପୁଅକୁ ହତ୍ୟା କରିଛନ୍ତି।
ଘଟଣା ଅନୁଯାୟୀ, ପୁଅ କତାରରେ କାମ କରୁଥିଲେ। ନିକଟରେ ସେ ଘରକୁ ଫେରିଥିଲେ। ଖେବର ପଖତୁନଖା ପ୍ରାନ୍ତ ସ୍ଥିତ ନିଜ ଘରେ ପୁଅ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ପତାକା ଲଗାଇଥିଲେ। ଯାହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ବ୍ୟକ୍ତିଜଣକ ଘରେ ଦଳୀୟ ପତାକା ଲଗେଇବାକୁ ମନା କରିଥିଲେ, ଯାହାକୁ ପୁଅ ଅଣଦେଖା କରିଥିଲେ।
ଝଗଡା ଅଧିକ ବଢିବାରୁ ରାଗିଯାଇ ବ୍ୟକ୍ତିଜଣକ ନିଜ ୩୧ବର୍ଷିୟ ପୁଅଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ। ତେବେ ପରେ ତାଙ୍କୁ ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା। ପୋଲିସ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ଏବେ ତଦନ୍ତ ଜାରି ରଖିଛି।
ତଦନ୍ତରେ ଜଣାପଡିଛି କି, ହତ୍ୟାକାରୀ ବ୍ୟକ୍ତିଜଣକ ରାଷ୍ଟ୍ରବାଦୀ ଅବାମୀ ନ୍ୟାଶନାଲ ପାର୍ଟି(ଏଏନପି)ରେ ଅଛନ୍ତି। ବାମପନ୍ଥୀ ବ୍ୟକ୍ତିଜଣକ ନିଜ ଘରେ ଆବାମୀ ପାର୍ଟିର ଦଳୀୟ ପତାତା ଲଗେଇଥିଲେ। କିନ୍ତୁ ଯେତେବେଳେ ସେ ନିଜ ପୁଅକୁ ପିଟିଆଇର ପତାକା ଲଗେଇବାର ଦେଖିଲେ ପ୍ରତିଶୋଧପରାୟଣ ହୋଇ ସେ ପୁଅକୁ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri