ଭାରତ ସହ ଆଲୋଚନା ପାଇଁ ଚାହୁଁଛି ପାକିସ୍ତାନ, ଗଣମାଧ୍ୟମ-ବାଣିଜ୍ୟକୁ ଗୁରୁତ୍ୱ ଦେଲେ ପୂର୍ବତନ ସେନା ମୁଖ୍ୟ…

ଇସଲାମାବାଦ,୨୦।୨ : ଖରାପ ଅର୍ଥନୈତିକ ଅବସ୍ଥା ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି। ବର୍ତ୍ତମାନ ଭାରତ ସହ ଆଲୋଚନା ପାଇଁ ପାକିସ୍ତାନ ଚାହୁଁଛି। ପାକିସ୍ତାନର ଜଣେ ପୂର୍ବତନ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଭାରତ ସହ କଥା ହେବା ଆବଶ୍ୟକ। ୧୪ ତମ କରାଚି ସାହିତ୍ୟ ମହୋତ୍ସବର ଶେଷ ଦିନରେ ଅବସରପ୍ରାପ୍ତ ମେଜର ଜେନେରାଲ ଅତହର ଅବ୍ବାସ ମଧ୍ୟ ଅଂଶଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମ ସମୟରେ ଇଣ୍ଟର ସର୍ଭିସ ଲୋକସମ୍ପର୍କ ବିଭାଗର ପୂର୍ବତନ ଡିଜି (ଆଇଏସଆରପି) କହିଛନ୍ତି ଯେ ଆଜିର ସମୟରେ ସଂଳାପ ହେଉଛି ଦେଶର ଆବଶ୍ୟକତା। ସଂଳାପକୁ ଆଗକୁ ନେବା କେବଳ ସରକାର କିମ୍ବା ସେନାର କାମ ନୁହେଁ। କାରଣ ଯଦି ତୁମେ ସେମାନଙ୍କ ଉପରେ ସମସ୍ତ ଦାୟିତ୍ୱ ଛାଡିଦିଅ, ତେବେ ମାମଲା ଆଗକୁ ବଢ଼ିବ ନାହିଁ। ଗଣମାଧ୍ୟମ, ବ୍ୟବସାୟ ଏବଂ ବାଣିଜ୍ୟ ମାଧ୍ୟମରେ ଏହା ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି। ଏହା ଭାରତୀୟ ସମାଜରେ କଥାବାର୍ତ୍ତା ପାଇଁ ଏକ ପରିବେଶ ସୃଷ୍ଟି କରିବ । ଯେଉଁଥିପାଇଁ ଆଲୋଚନା ପାଇଁ ପାକିସ୍ତାନ ସରକାରଙ୍କ ଉପରେ ମଧ୍ୟ ଚାପ ପଡ଼ିବ। ଏଥିସହ ଆମେରିକା ଏବଂ ୟୁରୋପୀୟ ୟୁନିଅନ ମଧ୍ୟ ଏଥିରେ ବାହ୍ୟ ଚାପ ସୃଷ୍ଟି କରିପାରିବେ।

ଅବ୍ବାସ କହିଛନ୍ତି ଯେ ଅତୀତରେ ଭାରତ ଏବଂ ପାକିସ୍ତାନ ପାଇଁ ଆଲୋଚନା ଆରମ୍ଭ କରିବାର ଅନେକ ସୁଯୋଗ ଥିଲା କିନ୍ତୁ ବିଫଳ ରହିଥିଲେ। ଏଥିରେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ବସ ଯୋଗେ ଲାହୋରକୁ ଆସିବା ଏବଂ ପରେ ପାକିସ୍ତାନର ପୂର୍ବତନ ଜେନେରାଲ ପରଭେଜ ମୁଶରଫ ଆଗ୍ରା ଯିବା ବିଷୟରେ ସେ ଉଲ୍ଲେଖ କରିଛନ୍ତି। ପାକିସ୍ତାନରେ ରାଜନୈତିକ ଅସ୍ଥିର ପରିସ୍ଥିତିକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ତୁମେ ନିଜ ମଧ୍ୟରେ ଯୁଦ୍ଧ କରୁଛ, ଏପରି ପରିବେଶରେ ଆଲୋଚନା ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri