ଭାରତର ପ୍ରତିଶୋଧ ଭୟରେ ପାକିସ୍ତାନ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୪।୪: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିର୍ଦ୍ଦୋଷ ଭାରତୀୟଙ୍କ ଜୀବନ ଯିବା ପରେ ଭାରତ ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦେବା ପାଇଁ ଅନେକ ବଡ଼ ନିଷ୍ପତ୍ତି ଘୋଷଣା କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି (ସିସିଏସ)ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକ ପରେ, ସିନ୍ଧୁ ନଦୀ ଜଳ ଚୁକ୍ତିନାମା ବନ୍ଦ କରିବା ସମେତ ପାଞ୍ଚଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ଭାରତ ଦ୍ୱାରା ଏହି କଠୋର ନିଷ୍ପତ୍ତି ଘୋଷଣା ପରେ, ପାକିସ୍ତାନ ସରକାର ଗୁରୁବାର) ଜାତୀୟ ସୁରକ୍ଷା କମିଟି (ଏନ୍‌ଏସ୍‌ସି)ର ଏକ ବୈଠକ ଡାକିଥିଲେ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ତିନି ସେନା ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ।

ଏନଏସସି ବୈଠକ ପରେ ପାକିସ୍ତାନ ଅନେକ ପ୍ରତିଶୋଧମୂଳକ ନିଷ୍ପତ୍ତି ନେଇଥିଲା। ଭାରତ ୱାଘା ସୀମା ବନ୍ଦ କରିବାର ଘୋଷଣାର ଜବାବରେ, ପାକିସ୍ତାନ ମଧ୍ୟ ୱାଘା ସୀମା ବନ୍ଦ କରିବାର ଘୋଷଣା କରିଛି। ଭାରତ ପାକିସ୍ତାନକୁ ଦେଶ ଛାଡିବା ପାଇଁ ପରାମର୍ଶ ଜାରି କରିଥିଲା, ପାକିସ୍ତାନ ମଧ୍ୟ ଦେଶରେ ଉପସ୍ଥିତ ସମସ୍ତ ଭାରତୀୟଙ୍କୁ ଏପ୍ରିଲ ୩୦ ସୁଦ୍ଧା ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଜାରି କରିଛି। ପାକିସ୍ତାନର ଜାତୀୟ ସୁରକ୍ଷା କମିଟି ବୈଠକରେ ଅନେକ ନିଷ୍ପତ୍ତି ନିଆଯାଇଛି। ପାକିସ୍ତାନ କହିଛି, ଯଦି ଭାରତ ପାଣି ବନ୍ଦ କରେ ତେବେ ଏହାକୁ ଯୁଦ୍ଧ ବୋଲି ବିବେଚନା କରାଯିବ।

ଭାରତ ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ତୁରନ୍ତ ସ୍ଥଗିତ କରିବାର ଘୋଷଣା କରିଛି। ଏହାର ଜବାବରେ, ପାକିସ୍ତାନ ସାର୍କ ଭିଜା ଯୋଜନା ଅଧୀନରେ ଭାରତୀୟମାନଙ୍କୁ ଦିଆଯାଇଥିବା ସମସ୍ତ ଭିଜା ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ପାକିସ୍ତାନରେ ଥିବା ସମସ୍ତ ଭାରତୀୟଙ୍କୁ ୪୮ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।

-ପାକିସ୍ତାନ ମଧ୍ୟ ଭାରତ ସହିତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିନାମାକୁ ତୁରନ୍ତ ପ୍ରଭାବରୁ ବନ୍ଦ କରିଦେଇଛି।
-ପାକିସ୍ତାନ ସିମଲା ଚୁକ୍ତିନାମାକୁ ମଧ୍ୟ ବନ୍ଦ କରିଛି
-ପାକିସ୍ତାନ ମଧ୍ୟ ତାର ୱାଘା ସୀମା ବନ୍ଦ କରିଦେଇଛି
-ପାକିସ୍ତାନ ତାର ଏୟାରସ୍ପେସ ବନ୍ଦ କରିଦେଇଛି
-ପାକିସ୍ତାନ ଦେଶରେ ଉପସ୍ଥିତ ସମସ୍ତ ଭାରତୀୟଙ୍କୁ ୩୦ ଏପ୍ରିଲ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ ଜାରି କରିଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ପାଇଁ ଭାରତର ନିଷ୍ପତ୍ତିକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରି କହିଛି ଯେ, ଏହା ୨୪୦ ନିୟୁତ ପାକିସ୍ତାନୀ ଲୋକଙ୍କ ପାଇଁ ଜୀବନରେଖା। ସିନ୍ଧୁ ଜଳ ଚୁକ୍ତିନାମା ବିଶ୍ୱ ବ୍ୟାଙ୍କ ଦ୍ୱାରା ମଧ୍ୟସ୍ଥତାରେ ହୋଇଥିବା ଏକ ଅନ୍ତର୍ଜାତୀୟ ଚୁକ୍ତିନାମା ଏବଂ ଏଥିରେ ଏକପାଖିଆ ସ୍ଥଗିତ ରଖିବାର କୌଣସି ବ୍ୟବସ୍ଥା ନାହିଁ। ଭୟଭୀତ ପାକିସ୍ତାନ ଭାରତ ଉପରେ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରୁଥିବାର ଅଭିଯୋଗ ଆଣିଛି। ଭାରତର କାର୍ଯ୍ୟାନୁଷ୍ଠାନ ଭୟରେ, ପହଲଗାମ ଆକ୍ରମଣରେ ଏହାର କୌଣସି ଭୂମିକା ନାହିଁ ବୋଲି ପାକିସ୍ତାନ କହିଛି। ପାକିସ୍ତାନ ପିଏମଓ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଭାରତର ଏହି ନିଷ୍ପତ୍ତି ରାଜନୈତିକ ଉତ୍ତେଜନା ବୃଦ୍ଧି କରିବ ଏବଂ ଏହି ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠାରେ ବାଧା ସୃଷ୍ଟି କରିବ।
ପାକିସ୍ତାନ କହିଛି ଯେ, ଏହା ସ୍ପଷ୍ଟ ଭାବରେ ଆତଙ୍କବାଦକୁ ନିନ୍ଦା କରେ। ପାକିସ୍ତାନ ଭାରତ ସହିତ ସମସ୍ତ ବାଣିଜ୍ୟ ଉପରେ ନିଷେଧ କରିଥିଲା, ଯେଉଁଥିରେ ତୃତୀୟ ଦେଶ ମାଧ୍ୟମରେ ବାଣିଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ। ପାକିସ୍ତାନର ସାର୍ବଭୌମତ୍ୱ ଏବଂ ସୁରକ୍ଷା ପ୍ରତି ଯେକୌଣସି ବିପଦର କଡ଼ା ଜବାବ ଦିଆଯିବ।

 

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

ରୁଷିଆ ସେନାରେ ଏବେବି ୫୫ ଭାରତୀୟ, ତଥ୍ୟ ଦେବାକୁ ମସ୍କୋକୁ ଅନୁରୋଧ କଲା ନୂଆଦିଲ୍ଲୀ

ନୂଆଦିଲ୍ଲୀ,୩ା୧୦: ରୁଷିଆ ସେନାରେ ନିଯୁକ୍ତି ପାଇଥିବା ଭାରତୀୟଙ୍କ ମଧ୍ୟରୁ ଇତିମଧ୍ୟରେ ୧୪୦ ଜଣଙ୍କୁ ମୁକ୍ତ କରାଗଲାଣି। ଏବେ ବି ରୁଷିଆର ସଶସ୍ତ୍ର ସେନାରେ ୫୫ ଭାରତୀୟ କାର୍ଯ୍ୟରତ…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?