୫୩୧ ଶରଣାର୍ଥୀଙ୍କୁ ଆଫଗାନିସ୍ତାନ ପଠାଇଲା ପାକିସ୍ତାନ…

ଇସଲାମାବାଦ,୧୪।୬ : ପାକିସ୍ତାନ ମହିଳା ଏବଂ ଶିଶୁଙ୍କ ସମେତ ୫୩୧ ଶରଣାର୍ଥୀଙ୍କୁ ଆଫଗାନିସ୍ତାନକୁ ଫେରାଇ ଦେଇଛି। ତାଲିବାନ ନେତୃତ୍ୱାଧୀନ ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ ଏ ସମ୍ପର୍କରେ ଆଫଗାନିସ୍ତାନର ଗଣମାଧ୍ୟମ ମାଧ୍ୟମରେ ଏହି ସୂଚନା ଦିଆଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ତାଲିବାନ ନେତୃତ୍ୱାଧୀନ ଶରଣାର୍ଥୀ ଏବଂ ପ୍ରତ୍ୟାବର୍ତ୍ତନ ମନ୍ତ୍ରଣାଳୟ ଏକ ଟୁଇଟରେ କହିଛି ଆଫଗାନିସ୍ତାନ ଶରଣାର୍ଥୀମାନେ ଦକ୍ଷିଣ କାନ୍ଦାହାର ପ୍ରଦେଶର ସ୍ପିନ ବୋଲଡାକ କ୍ରସିଂ ପଏଣ୍ଟ ଦେଇ ଆଫଗାନିସ୍ତାନରେ ପହଞ୍ଚିଛନ୍ତି। ରିପୋର୍ଟରେ କୁହାଯାଇଛି ତାଲିବାନ ଅଗଷ୍ଟ ୨୦୨୧ ରେ କ୍ଷମତାକୁ ଆସିବା ପରେ ହଜାରେ ରୁ ଅଧିକ ଲୋକ ପାକିସ୍ତାନ ଏବଂ ଇରାନ ଭଳି ପଡୋଶୀ ଦେଶରେ ପ୍ରବେଶ କରି ନିରାପତ୍ତା ତଥା ଚାକିରି ସୁଯୋଗ ଖୋଜିଥିଲେ। ଗତ କିଛି ମାସ ମଧ୍ୟରେ, ତାଲିବାନର ଅଧିକାରୀମାନେ ହଜାର ହଜାର ଆଫଗାନିସ୍ତାନ ଶରଣାର୍ଥୀ ଇରାନ ଏବଂ ତୁର୍କୀରୁ ସ୍ବେଚ୍ଛାକୃତ ଭାବେ ଦେଶକୁ ଫେରୁଥିବା ସୂଚନା ଦେଇଛନ୍ତି।

ଇସଲାମାବାଦ, ରାୱଲପିଣ୍ଡି ଏବଂ ଅନ୍ୟାନ୍ୟ ପ୍ରମୁଖ ସହରରୁ ଆଇନଗତ ରହିବା ଅନୁମତି (ଭିଜା) ପାଇବାରେ ବିଫଳ ହୋଇଥିବାରୁ ପାକିସ୍ତାନୀ ପୋଲିସ ଶହ ଶହ ଆଫଗାନିସ୍ତାନ ନାଗରିକଙ୍କୁ ଗିରଫ କରିଛି। ପାକିସ୍ତାନ ଏବଂ ଇରାନ କ୍ରମାଗତ ଭାବରେ ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ବନ୍ଦୀ କରି ରଖିଛନ୍ତି। ବର୍ଷ ବର୍ଷ ଧରି ମାନବିକ ସଙ୍କଟ ଏବଂ ଅର୍ଥନୈତିକ ଆହ୍ବାନ ଆଫଗାନିସ୍ତାନର ନାଗରିକଙ୍କୁ ପଡୋଶୀ ଦେଶକୁ ପଳାଇବାକୁ ବାଧ୍ୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri