ଖବରଦାତାଙ୍କ ପଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ, ୨୦୦୩ରୁ ଏବେ ପର୍ଯ୍ୟନ୍ତ ୯୩ ହତ୍ୟା

ଇସଲାମାବାଦ,୬ ।୧: ଖବରଦାତାଙ୍କ ପାଇଁ ପାକିସ୍ତାନ ଏବେବି ବିପଦପୂର୍ଣ୍ଣ ଦେଶ ମଧ୍ୟରୁ ଗୋଟିଏ ଭାବେ ଗଣା ଯାଉଛି । ରିପୋଟର୍ସ ୱିଦାଉଟ ବର୍ଡର୍ସର ରିପୋର୍ଟ ଅନୁଯାୟୀ, ଭାରତ ଏମିତି ଦେଶର ସୂଚିରେ ୫ମ ସ୍ଥାନରେ ରହିଥିବା ବେଳେ ଏଠାରେ ପ୍ରେସର ସ୍ୱାଧିନତା ବିପଦରେ । ରିପୋର୍ଟରେ କୁହାଯାଇଛି ପାକିସ୍ତାନରେ ୨୦୦୩ରୁ ଏବେ ପର୍ଯ୍ୟନ୍ତ ୯୩ ଖବରଦାତାଙ୍କୁ ହତ୍ୟା କରାଯାଇଛି ।
ପାକ ମିଡିଆରେ କୁହାଯାଇଛି କି ପାକିସ୍ତାନର ଏହି ସ୍ଥିତି ଦେଶର ନେତାମାନଙ୍କ ପାଇଁ ଅପମାନର ସମୟ । ଏହାସହ ଏଭଳି ସ୍ଥିତି ପାକିସ୍ତାନର ଦୁର୍ବଳ ଲୋକତନ୍ତ୍ରର ପ୍ରମାଣ । ପାକିସ୍ତାନ ସେହିସବୁ ଦେଶର ସୂଚିରେ ଆସୁଛି, ଯେଉଁଠାରେ ଯୁଦ୍ଧ ହେଉନାହିଁ, ହେଲେ ଖବରଦାତାଙ୍କ ପାଇଁ ଦେଶରେ ସୁରକ୍ଷିତ ପରିବେଶ ନାହିଁ । ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଆତଙ୍କବାଦୀ, ବିଦ୍ରୋହୀ ଓ ରାଜ୍ୟ ସମର୍ଥିତ ଲୋକଙ୍କ ଦ୍ୱାରା ଖବରଦାତାଙ୍କୁ ହତ୍ୟା କରାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି କି ଏହି ହତ୍ୟାରେ ସାମାନ୍ୟ କଥା ହେଉଛି ହତ୍ୟାକାରୀ ସର୍ବ ସମ୍ମୁଖରେ ଘୁରି ବୁଲୁଛନ୍ତି ଆଉ ପୀଡ଼ିତ ପରିବାର ନ୍ୟାୟ ପାଇଁ ଦ୍ୱାର ଦ୍ୱାର ବୁଲିବାକୁ ବାଧ୍ୟ ହେଉଛନ୍ତି ।

Share