ନୂଆଦିଲ୍ଲୀ,୧୧ା୧୧: ଇସ୍ଲାମାବାଦର ଏକ କୋର୍ଟ ବାହାରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ ଭାରତକୁ ଦାୟୀ କରିଛନ୍ତି। ସୋମବାର ଆଫଗାନିସ୍ତାନ ସୀମାନ୍ତ ୱାନାରେ ଥିବା ଏକ କ୍ୟାଡେଟ୍ କଲେଜ ଉପରକୁ ହୋଇଥିବା ଆକ୍ରମଣରେ ମଧ୍ୟ ନୂଆଦିଲ୍ଲୀର ଭୂମିକା ଥିବା ସେ ଅଭିଯୋଗ କରିଛନ୍ତି।
ଶରିଫ୍ ଏହି ଆକ୍ରମଣ ପାଇଁ “ଭାରତ ପ୍ରାୟୋଜିତ ଆତଙ୍କବାଦୀ ପ୍ରକ୍ସି”କୁ ଦୋଷ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ଶରିଫ୍ କହିଛନ୍ତି ଯେତେବେଳେ “ଭାରତ ପୃଷ୍ଠପୋଷକତା ପ୍ରାପ୍ତ ଉଗ୍ରବାଦୀ” ଇସ୍ଲାମାବାଦରେ ଆକ୍ରମଣ କରିଛନ୍ତି, ସେହି ଏକା ନେଟୱର୍କ ଆଫଗାନିସ୍ତାନ ଭୂମିରୁ କାର୍ଯ୍ୟ କରି ୱାନାରେ ନିରୀହ ଶିଶୁମାନଙ୍କୁ ମଧ୍ୟ ଆକ୍ରମଣ କରିଛି। ସେ ଆହୁରି ମଧ୍ୟ କହିଛନ୍ତି, “ଭାରତର ପୃଷ୍ଠପୋଷକତାରେ ଆଫଗାନ ମାଟିରୁ କରାଯାଉଥିବା ଏହି ଆକ୍ରମଣକୁ ଯେତେ ନିନ୍ଦା କରାଗଲେ ବି କମ୍ ହେବ।”


