ପାକିସ୍ତାନ ଉପରେ ୪୨,୭୪୫ ଶହ କୋଟିରୁ ଅଧିକ ଋଣ ବୋଝ…

ଇସଲାମାବାଦ୍‌, ୧୮।୪ : ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଏବେ ପାକିସ୍ତାନର ମୋଟ ଋଣ ପରିମାଣ ୪୨,୭୪୫ ଶହ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ପାକିସ୍ତାନର ନୂତନ ସରକାର ପୁଣି ଶହେ କୋଟି ଡଲାର ଋଣ ନେବା ପାଇଁ ଆଇଏମ୍‌ଏଫ୍‌ ସହିତ ଆଲୋଚନା କରୁଛନ୍ତି।

ପାକିସ୍ତାନର ମୋଟ ଋଣ ଜିଡିପିର ୫୫ ପ୍ରତିଶରେ ପହଞ୍ଚିଛି। ଡିସେମ୍ବର ୨୦୨୧ ସୁଦ୍ଧା ପାକିସ୍ତାନର ମୋଟ ସରକାରୀ ଋଣ ୪୨,୭୪୫ ଶହ କୋଟି ଟଙ୍କାରେ ପହଞ୍ଚିଥିଲା। ସେଥିରେ ଘରୋଇ ଋଣ ପରିମାଣ ୨୬,୭୪୫ ଶହ କୋଟି ଥିବାବେଳେ ବାହ୍ୟ ଋଣ ୧୫,୯୫୦ ଶହ କୋଟି ଟଙ୍କା ରହିଛି।

ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜୁନ ୨୦୨୧ ରେ ଦେଶର ମୋଟ ସରକାରୀ ଋଣ ୩୯,୮୫୯ ଶହ କୋଟିକୁ ବୃଦ୍ଧି ପାଇଥିଲା। ଏହାପୂର୍ବରୁ ଜୁନ ୨୦୨୦ ରେ ଏହା ୩୬,୩୯୯ ଶହ କୋଟି ଥିଲା। ଏଥି ସହିତ, ଜୁନ ୨୦୧୯ରେ, ଏହା ୩୨,୭୦୮ ଶହ କୋଟି ଥିଲା। ଜୁନ ୨୦୨୧ରେ ଋଣ ପରିମାଣ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୫୫.୧ ପ୍ରତିଶତ ଛୁଇଁଥିଲା।

ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ପାକିସ୍ତାନକୁ ଋଣ ବୋଝରୁ ମୁକ୍ତ କରିବା ପାଇଁ ସରକାରଙ୍କୁ ବିଭିନ୍ନ ବିକାଶମୂଳକ ଖର୍ଚ୍ଚ ହ୍ରାସ କରିବାକୁ ପଡ଼ିବ। ଏହା ବ୍ୟତୀତ ରପ୍ତାନିକୁ ବୃଦ୍ଧି କରିବାକୁ ପଡିବ ଏବଂ ଆମଦାନୀ ହ୍ରାସ କରିବାକୁ ପଡିବ। ସେହିପରି ନିଜସ୍ବ ଆୟର ଉତ୍ସ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ପାକିସ୍ତାନର ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ନିର୍ଭରଶୀଳତା ହ୍ରାସ କରି ପାଣ୍ଠି ସଂଗ୍ରହ ପାଇଁ ଅନ୍ୟ ଉପାୟ ଖୋଜିବାକୁ ସରକାର ଚେଷ୍ଟା କରିବା ଉଚିତ। ଜଳ ବିଦ୍ୟୁତ୍‌ ଶକ୍ତି ଏବଂ ଖଣିଜ ସମ୍ପଦ ମାଧ୍ୟମରେ ଦେଶ ପାଇଁ ଅଧିକ ଆର୍ଥିକ ସମ୍ବଳ ସୃଷ୍ଟି କରିବା ଏବଂ ମହଙ୍ଗା ବିଦେଶୀ ଋଣ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି। ଉପଲବ୍ଧ ଆର୍ଥିକ ସମ୍ବଳର ଉପଯୁକ୍ତ ଉପଯୋଗ, ଦୁର୍ନୀତି ରୋକିବା ଏବଂ ଉତ୍ତମ ଶାସନକୁ ପ୍ରୋତ୍ସାହିତ କରିବାକୁ ସେମାନେ କହିଛନ୍ତି।

ପାକିସ୍ତାନର ନୂତନ ସରକାର ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱାଶିଂଟନରେ ନୂତନ ସରକାରଙ୍କ ଆଇଏମଏଫ ଅଧିକାରୀଙ୍କ ସହ ଆଲୋଚନା ଆରମ୍ଭ। ଆଇଏମଏଫ ପାକିସ୍ତାନକୁ ଏକ ଶହେ କୋଟି ଡଲାର କିସ୍ତି ଦେବାକୁ ନିଷ୍ପତ୍ତି ନେବ। ଏହା ସହିତ ଆଇଏମଏଫ ନୂତନ ସରକାରଙ୍କ ଚିନ୍ତାଧାରା ଉପରେ ମଧ୍ୟ ଆଲୋଚନା କରିବ। ଇସଲାମାବାଦର ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଏହି ଆଲୋଚନାରେ ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri