ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର, ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ: ୫ ଗିରଫ

ଚଣ୍ଡିଗଡ଼,୧୭ା୧୧(ପି.ଟି.): ପଞ୍ଜାବ ପୋଲିସ ୬ଟି ଅତ୍ୟାଧୁନିକ ପିସ୍ତଲ ଏବଂ ୧.୧୦ କେ.ଜି. ହେରୋଇନ୍‌ ସହ ୫ ଜଣଙ୍କୁ ଗିରଫ କରିବା ଫଳରେ ପାକିସ୍ତାନ ଜଡ଼ିତ ଥିବା ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ ହୋଇଛି। ଗିରଫ ଅଭିଯୁକ୍ତମାନେ ପାକିସ୍ତାନରେ ଥିବା ପରିଚାଳକମାନଙ୍କ ସହ ସୋସିଆଲ୍‌ ମିଡିଆ ଏବଂ ଡ୍ରୋନ୍‌ ଯୋଗେ ଯୋଗାଯୋଗରେ ଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଗୋଇନ୍ଦା ସୂଚନା ଆଧାରରେ ଅମୃତସର କମିଶନରେଟ୍‌ ପୋଲିସ ଏହି ଚଢ଼ାଉ କରି ଡ୍ରଗ୍ସ ଓ ଅସ୍ତ୍ର ଚାଲାଣ ଯୋଜନାକୁ ପଣ୍ଡ କରିଦେଇଛି। ଜବତ ଅସ୍ତ୍ର ମଧ୍ୟରେ ୫ଟି ପଏଣ୍ଟ ଥ୍ରୀ ଜିରୋ ବୋର୍‌ ଏବଂ ଗୋଟିଏ ଗ୍ଲୋକ୍‌-୯ ଏମ୍‌ଏମ୍‌ ପିସ୍ତଲ ରହିଥିବା ଡିଜିପି ଗୌରବ ଯାଦବ କହିଛନ୍ତି। ପଞ୍ଜାବରେ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପହଞ୍ଚାଇବାରେ ଡ୍ରୋନ୍‌ ବ୍ୟବହାର କରାଯାଉଥିଲା। ଅସ୍ତ୍ରଶସ୍ତ୍ର ଆଇନ, ନାର୍କୋଟିକ୍‌ ଡ୍ରଗ୍ସ ଆଣ୍ଡ୍‌ ସାଇକୋଟ୍ରପିକ ସବ୍‌ଷ୍ଟାନ୍ସ (ଏନ୍‌ଡିପିଏସ୍‌) ଆଇନ ବଳରେ ଛେହର୍ତା ଏବଂ ଅମୃତସର କ୍ୟାଣ୍ଟନମେଣ୍ଟ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଉକ୍ତ ନେଟ୍‌ଓ୍ବର୍କକୁ ଧ୍ୱଂସ କରିବା ସହ ଏହାର ପରିଚାଳକଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଗୋରକ୍ଷକ ଫାର୍ସା ବାବାଙ୍କୁ ଜାଣିଶୁଣି ଟ୍ରକ୍‌ ମଡ଼ାଇ ହତ୍ୟା ଅଭିଯୋଗ: ରାସ୍ତାରୋକୋ କରି ଲୋକେ…

ମଥୁରା,୨୨ା୩: ଉତ୍ତରପ୍ରଦେଶର ମଥୁରା ନିକଟ ଆଗ୍ରା-ଦିଲ୍ଲୀ ରାଜପଥରେ ଏକ ଟ୍ରକ୍‌ ମାଡ଼ିଯିବାରୁ ଫାର୍ସା ବାବା ଭାବେ ପରିଚିତ ଗୋରକ୍ଷକ ଚନ୍ଦ୍ରଶେଖରଙ୍କ ମୃତ୍ୟୁ ଘଟିଛି। ଶନିବାର ଭୋର ୪ଟା…

୬ଟା ଯୁଦ୍ଧ ଜାହାଜ ପଠାଇଲା ଚାଇନା, ଛାନିଆ ହେଲେ ଟ୍ରମ୍ପ!

ବେଜିଂ,୨୨।୩: ତାଇୱାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ (MND) ରବିବାର (ସ୍ଥାନୀୟ ସମୟ) ସକାଳ 6:00 ଟାରେ ତାଇୱାନର ଆଞ୍ଚଳିକ ଜଳସୀମା ନିକଟରେ ଛଅଟି ଚାଇନା ନୌସେନା ଜାହାଜ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

‘ ଆପଣମାନଙ୍କ ପାଇଁ ଟ୍ରଫି ୬…’, IPL ପୂର୍ବରୁ ପ୍ରଶଂସକମାନଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୩: ମୁମ୍ବାଇ ଇଣ୍ଡିଆନ୍ସ ୨୯ ମାର୍ଚ୍ଚରେ IPL ୨୦୨୬ ଅଭିଯାନ ଆରମ୍ଭ କରିବ। ଦଳର ପ୍ରଥମ ମ୍ୟାଚ ୱାଙ୍ଖଡେରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ। ସବୁଦିନ ପରି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri