ଇରାନକୁ ଔଷଧ ମାଗିଲା ପାକିସ୍ତାନ

ଇସଲାମବାଦ,୭।୯: ପାକିସ୍ତାନ ବର୍ତ୍ତମାନ ବୃହତ ଅର୍ଥସଙ୍କଟ ଦେଇ ଗତି କରୁଛି। ଖାଦ୍ୟପଦାର୍ଥ ମହଙ୍ଗା ହେବା ସହ ଲୋକ ଖାଇବାକୁ ମୁଠେ ପାଉ ନାହାନ୍ତି। ତେବେ ଦେଶରେ ବୈଦେଶିକ ମୁଦ୍ରା ଅଭାବରୁ କିଛି ମାସ ଧରି ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଇଛି। ଏଥିପାଇଁ ଦେଶରେ ସ୍ବାସ୍ଥ୍ୟ ସେବା ଅତି ସଙ୍କଟାପନ୍ନବସ୍ଥା ଦେଇ ଗତି କରୁଛି। ଜେନେରିକ ଔଷଧର ମଧ୍ୟ ଅଭାବ ଦେଖାଦେଇଛି। ପାକିସ୍ତାନରେ ଔଷଧ ଏବଂ ସ୍ଥାନୀୟ ଔଷଧ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲର ଅଭାବ ରହିଛି। ବର୍ତ୍ତମାନ ପାକିସ୍ତାନ ଇରାନକୁ ସାହାଯ୍ୟ ମାଗିଛି ଯାହାଦ୍ୱାରା ଇରାନ ଅତି କମରେ ଜୀବନ ରକ୍ଷାକାରୀ ଔଷଧ ଯୋଗାଇ ପାରିବ।

ପାକିସ୍ତାନର ସ୍ବାସ୍ଥ୍ୟ ସେବା ମନ୍ତ୍ରୀ ନଦିମ ଜାନ ଏବଂ ଇରାନର ରାଷ୍ଟ୍ରଦୂତ ରେଜା ଆମିରି ମୋଗାଡାମଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାକିସ୍ତାନ ଇରାନକୁ ଔଷଧ ଯୋଗାଇବା ପାଇଁ ସାହାଯ୍ୟ ମାଗିଛି। ଏନେଇ ଦେଶର ଖବରକାଗର ଡ୍ରନରେ ଏକ ଖବର ପ୍ରକାଶ ପାଇଛି।

ପାକିସ୍ତାନରେ ଜୀବନ ରକ୍ଷାକାରୀ ଔଷଧର ଅଭାବ ଦେଖାଦେଇଛି। ପାକିସ୍ତାନର ଅବସ୍ଥା ଏତେ ଖରାପ ହୋଇଛି ଯେ ମଧୁମେହ ରୋଗୀଙ୍କ ପାଇଁ ଇନସୁଲିନ ପାଇବା ମଧ୍ୟ କଷ୍ଟସାଧ୍ୟ ହୋଇପଡିଛି। ଔଷଧ ବିକଳରେ ଜନସାଧରଣ ବିକଳ ହେଉଛନ୍ତି। ସେହିପରି ଭାବରେ ଯେତିକି ବି ଔଷଧ ବିକ୍ରି ହେଉଛି ସେସବୁ କଳା ବଜାରରେ ବିକ୍ରି ହେଉଛି। ଔଷଧକୁ ଦୁଇଗୁଣ ମୂଲ୍ୟରେ ବିକ୍ରି କରାଯାଉଛି। କେବଳ ଏତିକି ନୁହେଁ, ବଜାରରେ ନିମ୍ନ ମାନର ଔଷଧ ପ୍ରଚୁର ପରିମାଣ ରହିଛି। ପାକିସ୍ତାନୀ ଫାର୍ମା ଇଣ୍ଡଷ୍ଟ୍ରି କହିଛି, ଯଦି ଔଷଧ କିମ୍ବା ଏହାର କଞ୍ଚାମାଲ ଆମଦାନୀ ଶୀଘ୍ର ଆରମ୍ଭ ନ ହୁଏ, ତେବେ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଖରାପ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri