ମାଲାଲାଙ୍କ ‘ଜୟଲ୍ୟାଣ୍ଡ’ ଉପରୁ କଟକଣା ହଟାଇଲା ପାକିସ୍ତାନ

ଇସ୍‌ଲାମାବାଦ,୧୮ା୧୧:‘ଜୟଲ୍ୟାଣ୍ଡ’ ହେଉଛି ପାକିସ୍ତାନୀ-ପଞ୍ଜାବୀ ଭାଷାରେ ମୁକ୍ତିଲାଭ କରିଥିବା ଏକ ସିନେମା। ସଇମ ସାଦିକ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଡ୍ରାମା ଫିଲ୍ମରେ ଅଲି ଜୁନେଓ, ରାସ୍ତି ଫାରୁକ୍‌, ଏଲିନା ଖାନ୍‌ ଓ ସରଓ୍ବତ୍‌ ଗିଲାନିଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ୨୦୨୨ ମାର୍ଚ୍ଚ ୨୩ରେ ୭୫ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଏହାର ଓ୍ବାଲର୍‌ଡ ପ୍ରିମିୟର ପ୍ରଦର୍ଶିତ ହୋଇଥିଲା। କିନ୍ତୁ ପାକିସ୍ତାନରେ ଏହାକୁ ବ୍ୟାନ୍‌ କରାଯାଇଥିଲା। ଫିଲ୍ମର ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ମାଲାଲା ୟୁସୁଫ୍‌ଜାଇ ଏହି ପଦକ୍ଷେପକୁ କଡ଼ା ସମାଲୋଚନା କରିବା ପରେ ପାକିସ୍ତାନ ସରକାର ଦେଶରେ ଫିଲ୍ମ ପ୍ରଦର୍ଶନ ଉପରୁ କଟକଣା ଉଠାଇଦେଇଛନ୍ତି। କିଛି ସାମାନ୍ୟ କଟ୍ସ ସହ ‘ଜୟଲ୍ୟାଣ୍ଡ’ର ରିଲିଜ୍‌କୁ ଅନୁମତି ଦିଆଯାଇଥିବା ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଷ୍ଟ୍ରାଟେଜିକ୍‌ ରିଫମର୍‌ସ ୟୁନିଟ୍‌ ମୁଖ୍ୟ ସଲମାନ ସୁଫି ଟୁଇଟ୍‌ କରିଛନ୍ତି। ଫିଲ୍ମଟି ଶୁକ୍ରବାର ମୁକ୍ତିଲାଭ କରିବ।
ଲାହୋରର ଏକ ମଧ୍ୟବିତ୍ତ ପରିବାର ଉପରେ ପର୍ଯ୍ୟବସିତ ‘ଜୟଲ୍ୟାଣ୍ଡ’ରେ ହ୍ବିଲ୍‌ଚେୟାର ଉପରେ ନିର୍ଭରଶୀଳ ଜଣେ ବରିଷ୍ଠ ନାଗରିକଙ୍କୁ ଦେଖିବାକୁ ମିଳୁଛି। ସେ ନିଜ ଦୁଇ ଝିଅ ଓ ବୋହୂଙ୍କ ଉପରେ ରୁଢ଼ିବାଦୀ ଚିନ୍ତାଧାରା ଲଦିଦେଉଛନ୍ତି। ସମ୍ପୃକ୍ତ ବୃଦ୍ଧଙ୍କ ମତରେ ପରିବାରର ଖୁସି ପାଇଁ ତାଙ୍କ ପୁଅବୋହୂ ପିଲା ଜନ୍ମ କରନ୍ତୁ। କିନ୍ତୁ ତାଙ୍କ ସାନପୁଅ ହାଇଦର (ଫିଲ୍ମର ମୁଖ୍ୟ ନାୟକ) ବିବା ନାମ୍ନୀ ଜଣେ ଟ୍ରାନ୍ସଜେଣ୍ଡର ନୃତ୍ୟାଙ୍ଗନାଙ୍କ ପ୍ରେମରେ ପଡ଼ି ଗୋପନରେ ଡ୍ୟାନ୍ସ କରିବା ପରେ ସବୁକିଛି ବଦଳିଯାଇଛି। ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ‘ଜୟଲ୍ୟାଣ୍ଡ’ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଆମେରିକାର ମିଡିଆ ମାଗାଜିନ୍‌ ‘ଭେରାଇଟି’କୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଫିଲ୍ମ ଉପରୁ କଟକଣା ହଟାଯାଇଛି। କିନ୍ତୁ କାହିଁକି ହଟାଗଲା ତାହା ବୁଝିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ଫିଲ୍ମ କଳାର ଏକ ନିଦର୍ଶନ, ଯହିଁରେ କାହାକୁ ବିରୋଧ କରାଯାଇନାହିଁ। ପାକିସ୍ତାନକୁ ଏହା ଏକ ପ୍ରେମ ପତ୍ର ଏବଂ ପୁରୁଷ ପ୍ରଧାନ ଆଭିମୁଖ୍ୟ ଲାଗି କ୍ଷତିଗ୍ରସ୍ତ ପାକିସ୍ତାନରେ ସ୍ବାଧୀନତା ଖୋଜୁଥିବା ଲୋକଙ୍କ ପାଇଁ ଏକ ଦର୍ପଣ। ଫିଲ୍ମର ପ୍ରତ୍ୟେକ ଚରିତ୍ର ସମ୍ବେଦନଶୀଳ। ବୟସ୍କ ଅଜା ପରିବାର ଉପରେ ନିଜ ଇଚ୍ଛାକୁ ଲଦି ଦେଉଥିବାବେଳେ ଜଣେ ମହିଳା ତାଙ୍କ ଚାରିପଟେ ଥିବା ପୁରୁଷଙ୍କଠାରୁ ଅଧିକ କିଛି ପାଇବାକୁ ଆଶା କରୁଛନ୍ତି। ପୁରୁଷ ପ୍ରଧାନ ମାନସିକତା କିପରି ପୁରୁଷ, ମହିଳା ଓ ପିଲାମାନଙ୍କୁ ବ୍ୟଥିତ କରୁଛି, ତାହାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି। ଏଥିରେ ପାକିସ୍ତାନୀ ସଂସ୍କୃତି,
ସମ୍ପର୍କର ସେତୁ…
ଖାଦ୍ୟ, ଫ୍ୟାଶନ ଓ ସାଧାରଣ ଲୋକଙ୍କ କଥା ପ୍ରଦର୍ଶିତ ହୋଇଛି। ଏହା ଉପରେ ନିଷେଧାଦେଶ ଜାରି କରାଯିବା ଫଳରେ ଆମ ଦେଶକୁ ନେଇ ଏକ ନକାରାମତ୍କ ଭାବମୂର୍ତ୍ତି ପ୍ରତିଷ୍ଠା ହୋଇଛି। ବାସ୍ତବରେ ସ୍ବାଧୀନତାକାମୀ ପାକିସ୍ତାନୀମାନେ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ଜିନିଷରେ କିପରି ନିଜ ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି, ତାହା ହିଁ ଫିଲ୍ମରେ ଦେଖାଯାଇଛି। ନାରୀ ଶିକ୍ଷା ଆକ୍ଟିଭିଷ୍ଟ ମାଲାଲା ଆହୁରି କହିଛନ୍ତି, କଳା ଲୋକସମ୍ପର୍କର ଏକ ମାଧ୍ୟମ ହେବା ଉଚିତ। ଫିଲ୍ମକୁ ଦେଖିବା ପରେ ପାକିସ୍ତାନ ପ୍ରତି ବିଶ୍ୱର ରହିଥିବା ନକାରାମତ୍କ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବା ଉଚିତ।
ପ୍ରକାଶ ଯେ, ଗତ ୧୩ ତାରିଖରେ ପାକିସ୍ତାନ ସରକାର ଓସ୍କାର ଦୌଡ଼ରେ ସାମିଲ ହୋଇଥିବା ‘ଜୟଲ୍ୟାଣ୍ଡ’ ଉପରେ କଟକଣା ଲଗାଇଥିଲେ। ଫିଲ୍ମରେ ପାକିସ୍ତାନୀ ସମାଜର ମୂଲ୍ୟବୋଧ ପରିପନ୍ଥୀ ତଥା ଅତ୍ୟନ୍ତ ଆପତ୍ତିଜନକ ବିଷୟବସ୍ତୁ ରହିଥିବା ନେଇ ଅଭିଯୋଗ ହେବା ପରେ ଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗତ ଅଗଷ୍ଟରେ ଦେଇଥିବା ଏହାର ପ୍ରଦର୍ଶନ ଲାଇସେନ୍ସକୁ ରଦ୍ଦ କରିଦେଇଥିଲା। ଏହାକୁ ନେଇ ଫିଲ୍ମର କଳାକାରଙ୍କ ସମେତ ଅନ୍ୟ ସେଲିବ୍ରିଟି ଏବଂ ନେଟିଜେନ୍ସଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଫଳରେ ପ୍ରଧାନମନ୍ତ୍ରୀ ଶରିଫ୍‌ ‘ଜୟଲ୍ୟାଣ୍ଡ’ ବିରୋଧରେ ଦାଖଲ ହୋଇଥିବା ଅଭିଯୋଗଗୁଡ଼ିକର ମୂଲ୍ୟାଙ୍କନ ପାଇଁ ଏକ ସ୍ବତନ୍ତ୍ର କମିଟି ଗଠନ କରିଥିଲେ। ଫିଲ୍ମକୁ ମଞ୍ଜୁରୀ ମିଳିବା ପରେ ମଧ୍ୟ ପଞ୍ଜାବ ପ୍ରଦେଶ ସରକାର ଏହାକୁ ପ୍ରଦର୍ଶିତ କରାଇଦେବେ ନାହିଁ ବୋଲି ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri