ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଗରିବଙ୍କ ପାଇଁ ଏପରି କୌଣସି ମାଗଣା ରାସନ ଯୋଜନା ଅଛି କି? ଉତ୍ତର ହେଉଛି ହଁ, ପାକିସ୍ତାନରେ ମଧ୍ୟ ଦୁର୍ୱଳ ଏବଂ ଗରିବ ପରିବାରକୁ ସାହାଯ୍ୟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ସବସିଡି ଏବଂ ରାସନ ଯୋଜନା ଚାଲୁଛି, ଯଦିଓ ଏହାର ତରିକା ଭାରତର ଯୋଜନାଠାରୁ ଟିକିଏ ଅଲଗା।

ପାକିସ୍ତାନରେ ଗରିବଙ୍କ ସାହାଯ୍ୟ ପାଇଁ ସବୁଠାରୁ ବଡ଼ ଏବଂ ପୁରୁଣା ଯୋଜନା ହେଉଛି ବେନଜିର ଇନକମ ସପୋର୍ଟ ପ୍ରୋଗ୍ରାମ (BISP)। ଏହି ଯୋଜନା ବିଶେଷ କରି ଗରିବ ମହିଳାମାନଙ୍କୁ କେନ୍ଦ୍ରରେ ରଖି ଚଲାଯାଇଥାଏ, ଯାହାଫଳରେ ସେମାନଙ୍କ ଘର ଖର୍ଚ୍ଚ ଚାଲିପାରିବ ଏବଂ ଆର୍ଥିକ ଅନଟନ ଟିକିଏ କମ ହେବ। ଏହା ସମ୍ପୂର୍ଣ୍ଣ ମାଗଣା ରାସନ ବାଣ୍ଟୁଥିବା ଯୋଜନା ନୁହେଁ, ବରଂ ଏହା ଅଧୀନରେ ଯୋଗ୍ୟ ପରିବାରର ଆକାଉଣ୍ଟକୁ ସିଧାସଳଖ ନଗଦ ଟଙ୍କା ପଠାଯାଇଥାଏ, ଯାହାଦ୍ୱାରା ସେମାନେ ନିଜର ଆବଶ୍ୟକୀୟ ସାମଗ୍ରୀ କିଣିପାରିବେ। ପାକିସ୍ତାନ ସରକାର ସମୟ ସମୟରେ ଏହି ଯୋଜନାର ପରିସର ବୃଦ୍ଧି କରିଛନ୍ତି ଏବଂ ଆଜି ଏହା ସହିତ କୋଟି କୋଟି ପରିବାର ଯୋଡ଼ିହୋଇଛନ୍ତି। ସମ୍ପ୍ରତି ବର୍ଷଗୁଡ଼ିକରେ ଏଥିରେ ବାୟୋମେଟ୍ରିକ ସିଷ୍ଟମ ମଧ୍ୟ ଯୋଡ଼ାଯାଇଛି, ଯାହାଫଳରେ ଟଙ୍କା ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ ଏବଂ ହେରଫେରର ଆଶଙ୍କା କମ ରହିବ।

ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ମଧ୍ୟ ନିଜ ସ୍ତରରେ ଏକ ଅଲଗା ରାସନ କାର୍ଡ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ଯୋଗ୍ୟ ପରିବାରଗୁଡ଼ିକୁ CNIC (ଜାତୀୟ ପରିଚୟ ପତ୍ର) ସହ ଯୋଡ଼ା ହୋଇଥିବା ଏକ ରାସନ କାର୍ଡ ଦିଆଯାଇଥାଏ, ଯାହା ଦ୍ୱାରା ସେମାନେ ୟୁଟିଲିଟି ଷ୍ଟୋର୍ସ ଏବଂ ର୍ନିଦ୍ଧାରିତ ଦୋକାନଗୁଡ଼ିକରୁ ଅଟା, ଡାଲି, ଚିନି, ଘିଅ ଏବଂ ଚାଉଳ ଭଳି ସାମଗ୍ରୀ ରିହାତି ଦରରେ କିଣିପାରିବେ। ଏହି ଯୋଜନାର ତଦାରଖ ପଞ୍ଜାବ ସୋସିଆଲ ପ୍ରୋଟେକ୍ସନ ଅଥରିଟି କରେ। ଏହା ଅଧୀନରେ ପ୍ରାୟ ୧୨.୫ ଲକ୍ଷ କମ ଆୟବର୍ଗର ପରିବାରକୁ ପ୍ରତି ମାସରେ ଆର୍ଥିକ ସହାୟତା ଦେବା କଥା କୁହାଯାଇଛି, ଯାହାଫଳରେ ସେମାନେ ରୋଷେଇ ଘରର ଜରୁରୀ ସାମଗ୍ରୀ ସହଜରେ କିଣିପାରିବେ।

ପାକିସ୍ତାନ ସରକାରଙ୍କ ଦାବି ଅନୁଯାୟୀ, ସେଠାକାର ଯୋଜନାଗୁଡ଼ିକରୁ କୋଟି କୋଟି ଲୋକଙ୍କୁ ସହାୟତା ପହଞ୍ଚାଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ଦ୍ୱାରା ଘୋଷିତ ରମଜାନ ରିଲିଫ ପ୍ୟାକେଜ ଅଧୀନରେ ଦେଶର ପ୍ରାୟ ୧.୨ କୋଟି ଗରିବ ପରିବାରକୁ ସିଧାସଳଖ ଲାଭ ପହଞ୍ଚାଯାଇଥିଲା। ଯଦି ଗୋଟିଏ ପରିବାରରେ ହାରାହାରି ୫ ରୁ ୬ ଜଣ ସଦସ୍ୟ ଧରାଯାଏ, ତେବେ ଏହାଦ୍ୱାରା ପ୍ରାୟ ୬ ରୁ ୭ କୋଟି ଲୋକ ସିଧାସଳଖ ଫାଇଦା ପାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ନିଟ୍‌ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା

ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

କୂଅ ଭିତରେ ପଡ଼ିଛି ଦୁଇ ହେଟାବାଘ, ଉଦ୍ଧାର ପାଇଁ ବନ ବିଭାଗର ପ୍ରୟାସ

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ରାଇଘର ବ୍ଲକ ବୋବେଇ ପଞ୍ଚାୟତ ଅନ୍ତର୍ଗତ ବୋବେଇ ଗ୍ରାମରେ ଏକ ଜମି ଭିତରେ ଥିବା କୂଅରେ ଦୁଇଟି ହେଟାବାଘ ପଡ଼ିଛି। ଗ୍ରାମବାସୀ ହେଟାବାଘ…

ସେପ୍ଟେମ୍ୱରରେ ୩,୬ ଓ ୨୬ ତାରିଖ ଭାରି ଖାସ୍‌: ୩ ରାଶିଙ୍କ କ୍ୟାରିୟରରେ ହେବ ଉନ୍ନତି, ଅଚାନକ ଟଙ୍କା…

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ସୁଖ, ବୈଭବ, ଭୋଗବିଳାସ, ବିବାହ, ପ୍ରେମ ଏବଂ ସୌନ୍ଦର୍ଯ୍ୟ ଆଦିର କାରକ ଗ୍ରହ ବୋଲି ଧରାଯାଏ। ଶୁକ୍ର ଯେତେବେଳେ ବି ରାଶି ପରିବର୍ତ୍ତନ…

ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀକୁ ହତ୍ୟା: ପାଇଖାନା ଟାଙ୍କିରେ ପୋତିଦେଲେ….

ଢେଙ୍କାନାଳ,୨୯।୮(ରତନ ନାୟାର): ସୁଭଦ୍ରା ଟଙ୍କା ନ ଦେବାରୁ ସ୍ତ୍ରୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗରେ ଜଣେ ମଦ୍ୟପ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଢେଙ୍କାନାଳ ସଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri