Pakistan Election 2024: ଜେଲ୍‌ରେ ଥାଇ ବାଜି ଓଲଟାଇଦେଲେ ଇମ୍ରାନ

ଇସଲାମବାଦ,୧୦।୨: ପାକିସ୍ତାନ ନିର୍ବାଚନରେ ହୋଇଛି କଡା ଟକ୍କର। ସେତିକି ରୋଚକ ହୋଇଛି ରେଜଲ୍ଟ। ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍‌ଙ୍କୁ ଶାସନଗାଦିରୁ ଆଉଟ୍‌ କରିବା ପାଇଁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି ବିରୋଧି। ହେଲେ ଫଳାଫଳରେ ତାଙ୍କ ସମର୍ଥିତ ଦଳ କରିଛନ୍ତି କମାଲ। କିନ୍ତୁ ଯେଉଁ ରେଜଲ୍ଟ ସାମ୍ନାକୁ ଆସିଛି ସେଥିରେ କିଏ ସରକାର କଠନ କରିବ ତାହା ସମସ୍ତଙ୍କୁ ଜଣା। ହେଲେ ଇମ୍ରାନ ଓ ନଓ୍ବାଜ ଶରିଫ୍‌ଙ୍କ ହାଇଡ୍ରାମା ମଧ୍ୟରେ କିଏ ଗାଦି ହାତେଇବ ତାହା ଦେଖିବା ବାକି ରହିଛି।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାରୀ ଭାବେ ଫଳାଫଳ ଘୋଷଣା ନ ହୋଇଥିଲେ ମଧ୍ୟ ଏଥର ପାକିସ୍ତାନ ନିର୍ବାଚନରେ ସବୁଠୁ ଅଧିକ ଆସନ ଜିତିଛନ୍ତି ସ୍ବାଧିନ ପ୍ରାର୍ଥୀ। ସ୍ବାଧିନ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପିଟିଆଇ ସମର୍ଥିତ ପାର୍ଟି।
ସରକାର ଗଢ଼ିବା ପାଇଁ ୧୩୩ ସଦସ୍ୟଙ୍କ ଆବଶ୍ୟକତା ଥିବାବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଫଳାଫଳ ଅନୁଯାୟୀ ଶରିଫଙ୍କ ଦଳ ୪୨ ଆସନ ଜିତିଛି। ଅନ୍ୟପକ୍ଷରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ଆଗରେ ଅଛନ୍ତି। ଘୋଷିତ ୧୩୯ ଆସନ ମଧ୍ୟରୁ ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ୫୫ଟିରେ ବିଜୟ ହୋଇଛନ୍ତି। ପିପିପିକୁ ୩୫ ଆସନ ମିଳିଛି। ଅନ୍ୟ ଆସନଗୁଡ଼ିକ ଛୋଟ ଦଳକୁ ଯାଇଛି। ସରକାର ଗଢ଼ିବାକୁ ହେଲେ ୨୬୫ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ୧୩୩ ଆସନରେ ବିଜୟୀ ହେବା ଆବଶ୍ୟକ। ସମ୍ପୂର୍ଣ୍ଣ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବାରୁ ଭୋଟ ରିଗିଂ ହେବା ନେଇ ଅଭିଯୋଗ ହୋଇଛି।
ଇମ୍ରାନଙ୍କ ଅନୁପସ୍ଥିତିରେ ନଓ୍ବାଜ ଗଡ ଜିତିଥାନ୍ତେ ଏକରକମ ପକ୍କା ଥିଲା ବୋଲି କୁହାଯାଉଥିଲା। ହେଲେ ଇମ୍ରାନଙ୍କ ସମର୍ଥିତ ସ୍ବାଧିନ ପ୍ରାର୍ଥୀ ବିରୋଧିଙ୍କୁ ଦେଇଛନ୍ତି ବଡ ଝଟ୍‌କା। ତେବେ ଳବେ ବି ସରକାର କିଏ କରିବ ସସପେନ୍ସ ଜାରି ରହିଥିବାବେଳେ ଭୋଟ ରିଗିଂ ହେବାର ମଧ୍ୟ ସମ୍ଭାବନା ରହୁଛି। ଅନ୍ୟପଟେ ନଓ୍ବାଜଙ୍କୁ ଦେଶର ସେନା ସମର୍ଥନ ରହୁଥିବାବେଳେ ଶେଷ ମୂହୁର୍ତ୍ତରେ ପାଶା ପଲଟିପାରେ ମଧ୍ୟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri