୨୪ଘଣ୍ଟାରେ ପାକିସ୍ତାନରେ ହୋଇପାରେ ଭୟଙ୍କର ଭୂମିକମ୍ପ, ରଚିପାରେ ତୁର୍କୀ ପରି ତାଣ୍ଡବ!

ଇସଲାମବାଦ,୩।୧୦: ନେଦରଲ୍ୟାଣ୍ଡର ଜଣେ ବୈଜ୍ଞାନିକ ପୂର୍ବାନୁମାନ କରିଛନ୍ତି, ଆଗାମୀ ୨୪ଘଣ୍ଟା ମଧ୍ୟରେ ପାକିସ୍ତାନରେ ଭୟଙ୍କର ଭୂମିକମ୍ପ ହେବାକୁ ଯାଉଛି। ଇତିହାସରେ ସବୁଠାରୁ ଭୟଙ୍କର ଭୂକମ୍ପର ସମ୍ମୁଖୀନ ହେବ ଦେଶ। ନେଦରଲ୍ୟାଣ୍ଡ ସ୍ଥିତ ସଂଗଠନ ସୋଲାର ସିଷ୍ଟମ ଜୋମେଟ୍ରି ସର୍ଭେର ଡଚ ଗବେଷକ ଫ୍ରାଙ୍କ ହୁଗରର୍ବେଟ୍ସ ଏହି ଭବିଷ୍ୟବାଣୀ କରିଛନ୍ତି। ବାଲୁଚିସ୍ତାନର ଚମାନ ଅଞ୍ଚଳରେ ଟେକ୍ଟୋନିକ ପ୍ଲେଟର ଚଳନରେ ଏହି ଭୂମିକମ୍ପ ସୃଷ୍ଟି ହେବ। ଏହା ଶକ୍ତିଶାଳୀ ଭୂମିକମ୍ପ ରୂପ ମଧ୍ୟ ନେଇପାରେ। ଅକ୍ଟୋବର ୧ ରୁ ୩ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଜ୍ଞାନିକ ହୁଗରର୍ବେଟ୍ସ କହିଛନ୍ତି। ଏନେଇ ସେପ୍ଟେମ୍ବର ୨୯ରେ ସୋସିଆଲ ମିଡିଆ ଏକ୍ସରେ ଏକ ଟ୍ବିଟ କରିଥିଲେ।

ଏହି ସତର୍କବାଣୀରେ ଦେଶରେ ଭୟର ଆଲୋଡ଼ନ ସୃଷ୍ଟି ହୋଇଛି। ପରେ ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ସ୍ପଷ୍ଟୀକରଣ ଦେଇଛି। ଏହି ସତର୍କ ବାଣୀକୁ ପିଏମଡି ପ୍ରତ୍ୟାଖ୍ୟାନ କରି କହିଛି ଯେ, କୌଣସି ଭୂମିକମ୍ପର ଗତିବିଧି ଉପରେ ସଠିକ ପୂର୍ବାନୁମାନ କରିବା ଅସମ୍ଭବ। ପୃଥିବୀ ଭିତରେ ଦୁଇଟି ପ୍ରମୁଖ ଟେକ୍ଟୋନିକ ପ୍ଲେଟର ସୀମା ପାକିସ୍ତାନ ଦେଇ ସୋନମିଆନି ଠାରୁ ଦେଶର ଉତ୍ତର ଅଞ୍ଚଳ ପର୍ଯ୍ୟନ୍ତ ଯାଇଛି। ଏହି ସୀମା ରେଖାଗୁଡ଼ିକର ଯେକୌଣସି ସମୟରେ ଭୂମିକମ୍ପ ହୋଇପାରେ। ଶେଷ ଥର ପାଇଁ ୧୮୯୨ ମସିହାରେ ଚମାନ ଫଲ୍ଟ ଲାଇନରେ ଏକ ବଡ଼ ଭୂକମ୍ପ ଦେଖିବାକୁ ମିଳିଥିଲା, ସେତେବେଳେ ରିଚ୍ଟର ସ୍କେଲରେ ତୀବ୍ରତା ୯ରୁ ୧୦ଥିଲା ବୋଲି ପିଏମଡି କହିଛି।

ପାକିସ୍ତାନ ପାଣିପାଗ ବିଭାଗ ଏକ ବିବୃତ୍ତିରେ କହିଛି ଯେ ସାଧାରଣତ ଶହ ଶହ ବର୍ଷ ବିତିଯିବା ପରେ ସମାନ ସୀମାରେ ପୁନର୍ବାର ଭୂକମ୍ପ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭୂମିକମ୍ପ ସମ୍ପର୍କରେ କୌଣସି ଅନ୍ତର୍ଜାତୀୟ ସଂସ୍ଥା ତରଫରୁ ଚେତାବନୀ କିମ୍ବା ସତର୍କତା ଦିଆଯାଇ ନାହିଁ। କିନ୍ତୁ ପାକିସ୍ତାନରେ ଟେକ୍ଟୋନିକ ପ୍ଲେଟର ଗତିବିଧି ପୂର୍ବାନୁମାନ କରିବାର ବ୍ୟବସ୍ଥା ନାହିଁ। ସୋସିଆଲ ମିଡିଆରେ ମିଥ୍ୟା ଖବରକୁ ବିଶ୍ୱାସ ନ କରିବାକୁ ପାଣିପାଗ ବିଭାଗ ଲୋକଙ୍କୁ ନିବେଦନ କରିଛି।

ତେବେ ଏହା କେବଳ ପ୍ରଥମ ଥର ନୁହେଁ ଯେ ହୁଗର୍‌ର୍ବେଟ୍ସ ଭୂକମ୍ପର ପୂର୍ବାନୁମାନ କରଛନ୍ତି। ଚଳିତ ବର୍ଷ ଫେବୃଆରୀରେ ହୁଗରର୍ବେଟ୍ସ ତୁର୍କୀ ଏବଂ ସିରିଆ ଭୂମିକମ୍ପ ହେବାର ସତର୍କ କରାଇଥିଲେ। ସେହି ଭୟଙ୍କର ଭୂକମ୍ପରେ ୫୦ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ହୁଗରର୍ବେଟ୍ସ କହିଛନ୍ତି, ଯଦି ଆମେ ବାୟୁମଣ୍ଡଳୀୟ ପରିବର୍ତ୍ତନକୁ ଦେଖିବା, ତେବେ ଏହି କ୍ଷେତ୍ରଗୁଡିକ ପ୍ରମୁଖ ଭୂମିକମ୍ପ କାର୍ଯ୍ୟକଳାପ ପାଇଁ ପରବର୍ତ୍ତୀ କେନ୍ଦ୍ର ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri