Posted inଖେଳ

ବିଜୟ ସହ ଟି-୨୦ ବିଶ୍ୱକପ୍‌ରୁ ବିଦାୟ ନେଲା ପାକିସ୍ତାନ

ଫ୍ଳୋରିଡା,୧୭ା୬: ପାକିସ୍ତାନ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩ ଉଇକେଟରେ ପରାସ୍ତ କରି ଟି୨୦ ବିଶ୍ୱକପ ଅଭିଯାନ ଶେଷ କରିଛି। ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟ ହରାଇ ୧୦୬ ରନ୍‌ କରିଥିଲା। ଜବାବରେ ପାକିସ୍ତାନ ୧୮.୫ ଓଭରରେ ୭ ଉଇକେଟ ହରାଇ ୧୧ ରନ୍‌ କରିଥିଲା।
ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲା। ଶାହିନ୍‌ ଶାହ ଆଫ୍ରିଦି ଓ ମହମ୍ମଦ ଆମିର ଚମତ୍କାର ବୋଲିଂ କରିଥିଲେ। ଆୟର୍ଲାଣ୍ଡ ୩୨ ରନ୍‌ରେ ୬ ଉଇକେଟ ହରାଇଥିଲା। ତେବେ ଗେରାଥ୍‌ ଡେଲାନୀ ୩୧, ମାର୍କ ଆଡେର ୧୫ ଓ ଜୋଶୁଆ ଲିଟିଲ ୨୨* ରନ୍‌ର ଇନିଂସ ଖେଳିଥିଲେ। ଡେଲାନୀ ଓ ଆଡେର ସପ୍ତମ ଉଇକେଟରେ ୪୪ ରନ୍‌ ଯୋଡିଥିଲେ। ପାକିସ୍ତାନ ପକ୍ଷରୁ ଇମାଦ ଓ୍ବାସିମ ଓ ଶାହିନ୍‌ ଆଫ୍ରିଦି ୩ଟି ଲେଖାଏ, ମହମ୍ମଦ ଆମିର ୨ ଓ ହରିସ ରୌଫ୍‌ ଗୋଟିଏ ଉଇକେଟ ନେଇଥିଲେ। ୧୦୭ ରନ୍‌ ଜବାବରେ ପାକିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ୬୨ ରନ୍‌ରେ ଷଷ୍ଠ ଉଇକେଟର ପତନ ପରେ ବାବର ଆଜାମ ୩୨* ଓ ଆବ୍ବାସ ଆଫ୍ରିଦି ୧୭ ରନ୍‌ କରି ଇନିଂସ ସମ୍ଭାଳିଥିଲେ। ଶେଷ ଆଡକୁ ଶାହିନ୍‌ ଆଫ୍ରିଦି ୫ ବଲରୁ ୧୩ ରନ କରି ଜିତାଇଥିଲେ। ଆୟର୍ଲାଣ୍ଡ ପକ୍ଷରୁ ବ୍ୟାରୀ ମାକାର୍ଥତ୍ ୩, କର୍ଟିସ୍‌ କାମ୍ଫର୨, ବେଞ୍ଜାମିନ ହ୍ବାଇଟ୍‌ ଓ ମାର୍କ ଆଡେର ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

ତଣ୍ଟି ଚିପି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ପୋଲସରା,୧୯।୩: ଗଞ୍ଜାମ ଜିଲା ପୋଚାଲୁଣ୍ଡି ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହରୁ ସ୍ତ୍ରୀଙ୍କ ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ଶେୟାର ମାର୍କେଟ୍‌ରେ ହାହାକାର: ଗୋଟିଏ ଘଣ୍ଟାରେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ମୁମ୍ବାଇ,୧୯।୩: ଭାରତୀୟ ଷ୍ଟକ ବଜାରରେ ଗୁରୁବାର ହାହାକାର ଦେଖିବାକୁ ମିଳିଛି। ବଜାର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ନିବେଶକମାନେ ପ୍ରାୟ ୭.୬ ଲକ୍ଷ କୋଟି ଟଙ୍କା…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri