Posted inଖେଳ

ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍‌ ଇଣ୍ଡିଆ ଖେଳିଲେ ଆୟୋଜକ ଦେଶ ଭଲ ରୋଜଗାର କରିଥାଏ। ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି କରାଇବାକୁ ଯାଉଛି, ଯାହାକି ପାକିସ୍ତାନ ଆୟୋଜନ କରିବ। ହେଲେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା କାରଣରୁ ଭାରତୀୟ ଟିମ୍‌ ପାକିସ୍ତାନ ଯାଇ ନ ପାରେ ବୋଲି କୁହାଯାଉଛି। ଏପରିକି ଆଇସିସିକୁ ବିସିସିଆଇ ପକ୍ଷରୁ ହାଇବ୍ରିଡ୍‌ ମଡେଲ ଦାବି କରାଯାଇଥିବା ରିପୋର୍ଟ ପ୍ରକାଶ ପାଉଛି।ଏହାକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟରମାନେ ବୟାନବାଜି କରୁଛନ୍ତି। ଏହି କ୍ରମରେ ପାକିସ୍ତାନର ପୂର୍ବତନ କ୍ରିକେଟର ତନବୀର ଅହମ୍ମଦ ବଡ଼ ବୟାନ ଦେଇଛନ୍ତି ଯାହାକୁ ଶୁଣି ପ୍ରତ୍ୟେକ ଭାରତୀୟ ପ୍ରଶଂସକ ରାଗରେ ନିଆଁବାଣ ହେଉଛନ୍ତି। ସୋସିଆଲ ମିଡିଆରେ ସେ ବିସିସିଆଇକୁ ନେଇ ବିବାଦୀୟ ଶବ୍ଦ ବ୍ୟବହାର କରିଛନ୍ତି।

ତନବୀର ପାକିସ୍ତାନ ନ ଯିବାକୁ ନେଇ ଭାରତ ଉପରେ ଖପ୍ପା ଅଛନ୍ତି। ଏହାକୁ ନେଇ ତାଜା ବୟାନରେ ସେ କହିଛନ୍ତି, ବିସିସିଆଇର ଲୋକମାନଙ୍କ ପାଇଁ ଚୁଡ଼ି ପଠାଇଛି, ଏହାକୁ ପିନ୍ଧ, କାହିଁକି ନା ତୁମମାନଙ୍କ ହୃଦୟ ଛେଳି ପରି, ଯିଏ ପାକିସ୍ତାନ ଆସିବାକୁ ଡରୁଛି। ହୃଦୟ ତ ପାକିସ୍ତାନୀ ଟିମ୍ର, ଯିଏ କି ସିଂହ ଭଳି ଭାରତ ଗଲା ଏବଂ ବିଶ୍ୱକପ୍‌ ଖେଳି ଆସିଲା। ’ଏବେ ତାଙ୍କର ଏହି ବୟାନ ଭାଇରାଲ ହେଉଛି।

କହିରଖୁଛୁ, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଭାରତର ପାକିସ୍ତାନ ନ ଯିବା ଏବଂ ଆଇସିସି ନିକଟରେ ହାଇବ୍ରିଡ ମଡେଲ ଲାଗି ଦାବି କରିବା ଖବର ଉପରୁ ପରଦା ଉଠାଇଥିଲେ। ଏସବୁ ଖବର ଗୁଜବ ବୋଲି ସେ କହିଥିଲେ। ଏପରିକି ସେ ସ୍ପଷ୍ଟ କରିଥିଲେ ଯେ ଏଯାବତ ଚାମ୍ପିଅନ୍ସ ଟ୍ରଫିକୁ ନେଇ ବିସିସିଆଇ ଏବଂ ଆଇସିସି ମଧ୍ୟରେ କୌଣସି ଆଧିକାରୀକ ଆଲୋଚନା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

୨୮ ଯାଏ ଝଡ଼ବର୍ଷା: ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୩ା୩ (ବନ୍ଦନା ସେଠୀ):ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଲାଗି ରହିଥିବା ଝଡ଼ବର୍ଷାର ପ୍ରଭାବ କମିଥିଲେ ହେଁ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା…

ରେଳ ଲାଇନ ପାର୍ ହେଉଥିବା ବେଳେ ମହିଳାଙ୍କୁ ପିଟିଦେଲା ଟ୍ରେନ, ତାପରେ…

କୋରାପୁଟ,୨୩।୩ ( ଅମିତାଭ ବେହେରା ): କୋରାପୁଟ ସହରର ଉପକଣ୍ଠରେ ସୋମବାର ସକାଳେ ଏକ ଦୁଃଖଦ ଘଟଣା ଘଟିଛି । ରେଳ ଧକ୍କାରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି…

ବିନା ସୂଚନା ଫଳକରେ ବୁର୍ଡା-ସିଆଲବାହାଲି ରାସ୍ତା କାମ: ସାଧାରଣରେ ପ୍ରଶ୍ନବାଚୀ

ଲୋଇସିଂହା,୨୩।୩(ସୁଶାନ୍ତ ବାରିକ):ଗତ ୫ବର୍ଷ ପୂର୍ବେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକର ବୁର୍ଡା-୨୬ ନଂ ଜାତୀୟ ରାଜପଥରୁ ସିଆଲବାହାଲି ପର୍ଯ୍ୟନ୍ତ ରାସ୍ତା କାମ କରାଯାଇଥିଲା। ସେତେବେଳେ ନିମ୍ନମାନର କାମ…

ସରିଯିବ ତେଲ, ବଞ୍ଚିପାରିବେନି କୌଣସି ଦେଶ! ଯୁଦ୍ଧ ମଧ୍ୟରେ ବଡ଼ ଶକ୍ତି ସଙ୍କଟକୁ ନେଇ ଚେତାବନୀ ଦେଲେ IEA ମୁଖ୍ୟ

ତେହରାନ୍‌,୨୩।୩: ଇରାନ ଏବଂ ଆମେରିକା-ଇସ୍ରାଏଲ ମେଣ୍ଟ ମଧ୍ୟରେ ସଂଘର୍ଷ ପ୍ରାୟ ତିନି ସପ୍ତାହ ଧରି ଚାଲିଛି, କିନ୍ତୁ ବର୍ତ୍ତମାନ ଏହାର କୌଣସି ଅନ୍ତ ଦେଖାଯାଉନାହିଁ। ଏହି ସମୟରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri