Categories: ଖେଳ

ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନକୁ ଆଶ୍ୱସ୍ତି, ଭାରତ ପକ୍ଷରୁ ଖେଳାଳିଙ୍କୁ ପ୍ରଦାନ କରାଯିବ ଭିଜା

ନୂଆଦିଲ୍ଲୀ,୨୫।୯: ଅକ୍ଟୋବର ୫ରୁ କ୍ରିକେଟ ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ମାଟିରେ ଚଳିତ ବର୍ଷ ବିଶ୍ୱକପ୍‌ ମ୍ୟାଚ ଖେଳାଯିବ। ଏଥି ସହିତ ବାବର ଆଜାମଙ୍କ ଅଧିନାୟିକତ୍ୱ ପାକିସ୍ତାନୀ କ୍ରିକେଟ ଦଳକୁ ଭିଜା ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ବର୍ତ୍ତମାନ ପାକିସ୍ତାନ କ୍ରିକେଟ ଦଳ ପାଇଁ ଏକ ଖୁସି ଖବର ଅଛି। ସୋମବାର ପାକିସ୍ତାନ କ୍ରିକେଟ ଦଳ ପାଇଁ ଭିଜା ପ୍ରଦାନ କରାଯିବ। ପୂର୍ବରୁ ସ୍ଥିର ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ପାକିସ୍ତାନ କ୍ରିକେଟ ଦଳ ଆଜି ଭାରତ ଆସିବାର ଥିଲା, କିନ୍ତୁ ବାବର ଆଜାମଙ୍କ ଦଳ ଆଜି ଆସିପାରିବ ନାହିଁ।

ରିପୋର୍ଟ ଅନୁଯାୟୀ, ଆଜି ପାକିସ୍ତାନରେ ଭାରତୀୟ ଦୂତାବାସକୁ ନୋ ଅବଜେକ୍ସନ ସାର୍ଟିଫିକେଟ ମିଳିଯିବ। ଏହା ପରେ ପାକିସ୍ତାନ କ୍ରିକେଟ ଦଳ ପାଇଁ ଭିଜା ଜାରି କରାଯିବ। ପାକିସ୍ତାନ କ୍ରିକେଟ ଦଳକୁ ଠିକ୍‌ ସମୟରେ ଭିଜା ପାଇପାରିନଥିଲେ। ଏହା ପରେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସିରେ ନିଜର ମତାମତ ଉପସ୍ଥାପନ କରିଥିଲା। ଆଇସିସି ଏଥିରେ ହସ୍ତକ୍ଷେପ କରି ଯଥାଶୀଘ୍ର ସମସ୍ୟାର ସମାଧାନ କରିବାକୁ ବିସିସିଆଇ କହିଥିଲା। ତେବେ ବର୍ତ୍ତମାନ ଏହି ସମସ୍ୟାର ସମାଧାନ ହୋଇଛି। ଆଜି ପାକିସ୍ତାନ କ୍ରିକେଟ ଦଳ ଭିଜା ପାଇବ। ଯାହା ପରେ ବାବର ଆଜାମଙ୍କ ଦଳ ବିଶ୍ୱକପ ପାଇଁ ଭାରତ ଆସିବାର ରାସ୍ତା ସଫା ହୋଇଯିବ।

Share