Posted inଖେଳ

ପାକିସ୍ତାନ କ୍ରିକେଟ ଆଇସିୟୁରେ…ଚମକାଇବା ଭଳି ବୟାନ ଦେଲେ…

ରାଚୀ,୧୧ା୩: ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦୀ ଜାତୀୟ ଟି୨୦ ଦଳକୁ ଅଲରାଉଣ୍ଡର ଶଦାବ ଖାନ୍‌ଙ୍କ ପ୍ରତ୍ୟାବର୍ତ୍ତନ ଉପରେ ପ୍ରଶ୍ନ ଉଠାଇବା ସହ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଯୋଗୁ ପାକିସ୍ତାନ କ୍ରିକେଟ ଆଇସିୟୁରେ ଥିବା କହିଛନ୍ତି। ଗତ ଟି୨୦ ବିଶ୍ୱକପ୍‌ଠାରୁ ଜାତୀୟ ଦଳରୁ ବାଦ୍‌ ପଡ଼ିଥିବା ଶଦାବଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଲାଗି ଘୋଷିତ ପାକିସ୍ତାନ ଟି୨୦ ଦଳର ଉପଅଧିନାୟକ କରାଯାଇଛି। ସଲମାନ ଅଲୀ ଆଘାଙ୍କୁ ଦଳର ନେତୃତ୍ୱଭାର ଦିଆଯାଇଛି। ଘରୋଇ କ୍ରିକେଟରେ ତାଙ୍କ ପ୍ରଦର୍ଶନ କେଉଁଭଳି ରହିଛି, ତାଙ୍କୁ ପୁଣିଥରେ କାହିଁକି ଚୟନ କରାଯାଇଛି, ତାହା ବୁଝାପଡ଼ୁନାହିଁ। ଯେତେବେଳେ ଏକ ବଡ଼ ଇଭେଣ୍ଟ ଆସେ, ଆମେ ପ୍ରସ୍ତୁତି ସମ୍ପର୍କରେ କଥା ହେଉ। ଆମେ ଯେତେବେଳେ ଫ୍ଲପ୍‌ ହୋଇଯାଉ, ଆମେ ସର୍ଜରି ସମ୍ପର୍କରେ କଥା ହେଉ। ସତକଥା ହେଲା, ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ପାକିସ୍ତାନ କ୍ରିକେଟ ବର୍ତ୍ତମାନ ଆଇସିୟୁରେ ଅଛି। ଆମ ବୋର୍ଡର ନିଷ୍ପତ୍ତି ଓ ନୀତିରେ କୌଣସି ସ୍ଥିରତା ନାହିଁ। ଆମେ ନେତୃତ୍ୱ, କୋଚ୍‌ ଓ ଦଳରେ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରୁ। କିନ୍ତୁ ବୋର୍ଡ ଅଧିକାରୀଙ୍କ ଉତ୍ତରଦାୟିତ୍ୱ କ’ଣ ବୋଲି ଆଫ୍ରିଦୀ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଏତଦ୍‌ବ୍ୟତୀତ ସେ ପ୍ରକାଶ କରିଛନ୍ତି ଯେ, ଯଦି ଆମ ଅଧିନାୟକ ଓ କୋଚ୍‌ଙ୍କ ଉପରେ ସର୍ବଦା ଖଣ୍ଡା ଝୁଲିବ, ତେବେ ଆମ କ୍ରିକେଟ କେଉଁଭଳି ଉନ୍ନତି କରିବ। ବର୍ତ୍ତମାନ ପିସିବି ଦାୟିତ୍ୱରେ ଥିବା ମହସିନ ନକ୍‌ଭି ଜଣେ ସକାରାତ୍ମକ ବ୍ୟକ୍ତି। କିନ୍ତୁ ସତକଥା ହେଲା, ତାଙ୍କୁ କ୍ରିକେଟ ବିଷୟରେ ଅଧିକ କିଛି ଜଣାନାହିଁ। ସେ ପାକିସ୍ତାନ ପାଇଁ ଭଲ କରିବାକୁ ଚାହୁଁଛନ୍ତି। କିନ୍ତୁ ଶେଷରେ ସେ ଅନ୍ୟଙ୍କ ପରାମର୍ଶ ଉପରେ ନିର୍ଭର କରନ୍ତି। ମୁଁ ତାଙ୍କୁ କହିଛି ଯେ, ସେ ଏକାଥରକେ ୩ଟି କାର୍ଯ୍ୟ କରିପାରିବେ ନାହିଁ। ତାଙ୍କୁ ଗୋଟିଏ ଦାୟିତ୍ୱକୁ ପ୍ରାଥମିକତା ଦେବା ଦରକାର। ପିସିବି ଚେୟାରମ୍ୟାନ ହେବା ଏକ ଫୁଲଟାଇମ କାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ ପୂର୍ବରୁ ହଠାତ୍‌ ସନ୍ନ୍ୟାସ ନେଇ ଚମକାଇଲେ ଏହି ଅଲରାଉଣ୍ଡର, କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୨୯।୧୨: ନ୍ୟୁଜିଲାଣ୍ଡର ଅଲରାଉଣ୍ଡର ଡଗ ବ୍ରାସୱେଲ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାସୱେଲ ୬୯ଟି ଅନ୍ତର୍ଜାତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ, ୧୨୦...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri