ପାକିସ୍ତାନ ବଦଳାଇବ ଦେଶର ପ୍ରଥମ ମହିଳାଙ୍କ ପରିଭାଷା, ରାଷ୍ଟ୍ରପତିଙ୍କ ଝିଅଙ୍କୁ ଦିଆଯାଇପାରେ ପଦ

ଇସଲାମାବାଦ,୧୧।୩: ଦେଶର ଫାଷ୍ଟ ଲେଡି ଶବ୍ଦ ରାଷ୍ଟ୍ରପତିଙ୍କ ପତ୍ନୀ ଭାବରେ ଜଣାଶୁଣା । କିନ୍ତୁ ଭାରତର ପଡୋଶୀ ଦେଶ ପାକିସ୍ତାନ ଏହାର ସଂଜ୍ଞା ପରିବର୍ତ୍ତନ କରିବାକୁ ଯାଉଛି। ହଁ … ପାକିସ୍ତାନରେ ଏହି ସ୍ଥିତି ଆସିଫ ଭୁଟ୍ଟୋ ଜରଦାରୀଙ୍କ ଝିଅ ଆସିଫା ଭୁଟ୍ଟୋ ଜରଦାରୀଙ୍କୁ ଦିଆଯାଇପାରେ। ସୂଚନାଯୋଗ୍ୟ, ଆସିଫ ଅଲି ଜରଦାରୀ ରବିବାର ପାକିସ୍ତାନର ୧୪ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି, କିନ୍ତୁ ଲୋକଙ୍କ ମନରେ ପ୍ରଶ୍ନ ହେଉଛି ପାକିସ୍ତାନର ପ୍ରଥମ ଲେଡି କିଏ ହେବାକୁ ଯାଉଛନ୍ତି। ଇସଲାମାବାଦର ରାଷ୍ଟ୍ରିୟ ଭବନରେ ଶପଥ ଗ୍ରହଣ ସମାରୋହରେ ଜରଦାରୀ ତାଙ୍କ ସାନ ଝିଅ ଆସିଫା ଭୁଟ୍ଟୋ ଜାରଦାରୀଙ୍କ ସହ ଥିଲେ ବୋଲି ସୋମବାର ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କରିଛି।

ଜରଦାରୀଙ୍କ ବଡ ଝିଅ ବାଖତାୱର ଭୁଟ୍ଟୋ ଜରଦାରୀ ରବିବାର ସୋସିଆଲ ମିଡିଆ ପୋଷ୍ଟ ଏକ୍ସରେ ଏହି ପୋଷ୍ଟ ଶେୟାର କରିଛନ୍ତି, ଯେଉଁଥିରେ ବଖତାଓ୍ବର ଭୁଟ୍ଟୋ ଜ୍‌ରଦାରୀ ତାଙ୍କ ଭଉଣୀ ଆସିଫାଙ୍କୁ ଟ୍ୟାଗ କରିଛନ୍ତି। ସେ ଲେଖିଛନ୍ତି, ଶପଥ ଗ୍ରହଣ ସମାରୋହରେ ତାଙ୍କ ପିତାଙ୍କ ସହ ଦେଖିବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ସୂଚନାଯୋଗ୍ୟ ଯେ ପ୍ରଥମ ମହିଳା ହେଉଛନ୍ତି ରାଷ୍ଟ୍ରପତିଙ୍କ ପତ୍ନୀ। ତେବେ ଏହି ମାମଲାରେ୨୦୦୭ରେ ତାଙ୍କ ପତ୍ନୀ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଜରଦାରୀ ଏକେଲା ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri