Posted inଖେଳ

ଆଫଗାନିସ୍ତାନ ଆଗରେ ମାଟି କାମୁଡ଼ିଲା ପାକିସ୍ତାନ

ନୂଆଦିଲ୍ଲୀ,୩।୯: ତ୍ରିକୋଣୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନକୁ ପାକିସ୍ତାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ମ୍ୟାଚ ପରେ ଆଫଗାନିସ୍ତାନର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଥିଲା। ଆଫଗାନିସ୍ତାନ ଦଳ ପ୍ରଥମେ ୟୁଏଇ ଏବଂ ଏବେ ପାକିସ୍ତାନକୁ ପରାସ୍ତ କରି ପରାଜୟ କେବଳ ଏକ ସଂଯୋଗ ବୋଲି ଦର୍ଶାଇଛି। ଶାରଜା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଆଫଗାନିସ୍ତାନ ପାକିସ୍ତାନକୁ ୧୮ ରନ୍‌ରେ ପରାସ୍ତ କରିଥିଲା।

୧୭୦ ରନ୍‌ର ଲକ୍ଷ୍ୟ ହାସଲ କରିବାକୁ ଚେଷ୍ଟା କରୁଥିବାବେଳେ ପାକିସ୍ତାନର ଆରମ୍ଭ ବହୁତ ଖରାପ ହୋଇଥିଲା। ଦଳ ୮ ରନ୍‌ରେ ସାମ ଆୟୁବଙ୍କ ରୂପରେ ପ୍ରଥମ ଉଇକେଟ ହରାଇଥିଲା। ସେ ଖାତା ଖୋଲି ନ ପାରି ଆଉଟ ହୋଇଥିଲେ। ଏହା ପରେ ନିୟମିତ ବ୍ୟବଧାନରେ ଉଇକେଟ ପଡ଼ିବା ଜାରି ରହିଥିଲା। ବ୍ୟାଟ୍ସମ୍ୟାନମାନେ ଭଲ ଆରମ୍ଭକୁ ବଡ଼ ଇନିଂସ୍‌ରେ ପରିଣତ କରିପାରି ନ ଥିଲେ। କ୍ରମାଗତ ଉଇକେଟ ପତନ ଯୋଗୁ ଆବଶ୍ୟକ ରନ ହାର ବଢ଼ିବାରେ ଲାଗିଥିଲା ଏବଂ ପାକିସ୍ତାନ ଉପରେ ଚାପ ବଢ଼ିବାରେ ଲାଗିଲା। ପାକିସ୍ତାନ ୨୦ ଓଭରରେ ୯ ଉଇକେଟ ହରାଇ ୧୫୧ ରନ କରିପାରିଲା ଏବଂ ୧୮ ରନ୍‌ରେ ପରାସ୍ତ ହୋଇଥିଲା।

ସାହିବଜାଦା ଫରହାନ ୧୮, ଫଖର ଜମାନ ୨୫, ଅଧିନାୟକ ସଲମାନ ଅଲି ଆଗା ୨୦ ରନ କରିବା ପରେ ଆଉଟ ହୋଇଥିଲେ। ହାରିସ ରୌଫ ଶେଷରେ ଆସି ୧୬ ବଲରେ ୩୬ ରନ କରିଥିଲେ। ଯଦି ଏହି ଇନିଂସ ଆସି ନ ଥାନ୍ତା, ତେବେ ପାକିସ୍ତାନର ପରାଜୟର ବ୍ୟବଧାନ ଆହୁରି ବଡ଼ ହୋଇଥାନ୍ତା।

ଆଫଗାନିସ୍ତାନ ୧୬୯ ରନ ରକ୍ଷା ପାଇଁ ସମସ୍ତ ପ୍ରୟାସ କରିଥିଲେ। ଦଳର ଅଭିଜ୍ଞ ବୋଲର ମହମ୍ମଦ ନବି, ରସିଦ ଖାନ, ଫଜଲହକ ଫାରୁକି ଏବଂ ନୁର ଅହମ୍ମଦ ଭଲ ବୋଲିଂ କରିଥିଲେ ଏବଂ ଉଇକେଟ ନେଇଥିଲେ।

ରଶିଦ ଖାନ ୪ ଓଭରରେ ୩୦ ରନ ଦେଇ ୨ ଉଇକେଟ,ମହମ୍ମଦ ନବି ୪ ଓଭରରେ ୨୦ ରନ ଦେଇ ୨ ଉଇକେଟ, ନୁର ଅହମ୍ମଦ ୪ ଓଭରରେ ୨୦ ରନ ଦେଇ ୨ ଉଇକେଟ ନେଇଥିଲେ। ଫଜଲହକ ଫାରୁକି ୩ ଓଭରରେ ୨୧ ରନ ଦେଇ ୨ ଉଇକେଟ ନେଇଥିଲେ।

ପୂର୍ବରୁ, ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସେଦିକୁଲ୍ଲାହ ଅଟଲଙ୍କ ୬୪ ଏବଂ ଇବ୍ରାହିମ ଜାଦ୍ରାନଙ୍କ ୬୫ ରନ ଯୋଗୁ ଆଫଗାନିସ୍ତାନ ୫ ଉଇକେଟରେ ୧୬୯ ରନ କରିଥିଲା। ଇବ୍ରାହିମ ଏବଂ ସେଦିକୁଲ୍ଲାହ ଦ୍ୱିତୀୟ ୱିକେଟ ପାଇଁ ୧୧୩ ରନର ଭାଗୀଦାରି କରିଥିଲେ। ଆଫଗାନିସ୍ତାନର ମଧ୍ୟକ୍ରମ ବିଫଳ ହୋଇଥିଲା ଏବଂ ଏହି କାରଣରୁ ମୋଟ ସ୍କୋର ଅତି କମରେ ୨୦ ରନ କମ ଥିଲା।

ପାକିସ୍ତାନ ପକ୍ଷରୁ ଫହିମ ଆଶ୍ରଫ ସବୁଠାରୁ ସଫଳ ବୋଲର ଥିଲେ। ଆଶ୍ରଫ ୨ ଓଭରରେ ୨୭ ରନ ଦେଇ ୧ ଉଇକେଟ ନେଇଥିଲେ। ସାମ ଆୟୁବ ୧ ଉଇକେଟ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋ-ପ୍ରଶାନ୍ତ ମହାସାଗରରେ ଧମକ ଦେଲା ଭାରତ, ଦମ୍‌ ଦେଖାଇଲା INS ନୀଳଗିରି

ନୂଆଦିଲ୍ଲୀ,୨୨।୩: ଭାରତ-ପ୍ରଶାନ୍ତ (ଇଣ୍ଡୋ-ପ୍ୟାସିଫିକ)ମହାସାଗରୀୟ କ୍ଷେତ୍ରରେ ଭାରତର ବଢୁଥିବା ଶକ୍ତି ଏବେ ସ୍ପଷ୍ଟ ଭାବରେ ଦେଖା ଗଲାଣି। ଭାରତୀୟ ନୌସେନାର ଉଚ୍ଚ-ପ୍ରଯୁକ୍ତି ଯୁଦ୍ଧଜାହାଜ, INS ନୀଳଗିରି, ଅଷ୍ଟ୍ରେଲିଆରେ ଚାଲିଥିବା…

Modi Govt Plan-B ଆକ୍ଟିଭ! ଇନ୍ଧନ ଯୋଗାଣ, ଜାହାଜ ପରିବହନ ସୁରକ୍ଷା ଉପରେ ଦୃଢ ମନୋଭାବ ପୋଷଣ କଲା ଭାରତ, ହର୍ମୁଜ ଷ୍ଟ୍ରେଟରେ କଡ଼ା ନଜର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ବିଶ୍ୱ ଉତ୍ତେଜନାକୁ ଏକ ଗୁରୁତର ସ୍ତରକୁ ବୃଦ୍ଧି କରିଛି।…

ଖୁସି ଖବର: ଭାରତ ପହଞ୍ଚିଲା ଆମେରିକାର LPG ଜାହାଜ, ପ୍ରଥମେ ରୁଷିଆ ତେଲ ଟ୍ୟାଙ୍କର ଆଉ ଏବେ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପରେ, ବିଶ୍ୱ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ଇରାନର ହର୍ମୁଜ ପ୍ରଣାଳୀ ଉପରେ ପହରାଦେବା ଜାହାଜଗୁଡ଼ିକୁ ସମୁଦ୍ରରେ ରହିବାକୁ ବାଧ୍ୟ କରିଛି।…

ବଢିବ କି ପେଟ୍ରୋଲ-ଡିଜେଲ ମୂଲ୍ୟ? କେନ୍ଦ୍ର ସରକାର ଦେଲେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ବନ୍ଦ ହୋଇପାରେ ବୋଲି ଆଲୋଚନା ହେଉଛି। ଏହା ଭବିଷ୍ୟତରେ…

ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ନିଜ ନାଁରେ କଲେ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତୀୟ ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର କାର୍ଯ୍ୟକାଳକୁ ମିଶାଇ ମୋଟ…

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ଏଣିକି ୨ମିନିଟ୍‌ରେ ମିଳିବ ସିଲିଣ୍ଡର, ବୁକିଂ କରିବା ପୂର୍ୱରୁ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ଏବେ ସାରା ଭାରତର ପରିବାରର ରୋଷେଇ ଘରେ ପଡ଼ିବା ଆରମ୍ଭ ହୋଇଛି। ଯେହେତୁ ଭାରତ ଏହାର ପ୍ରାୟ 60 ପ୍ରତିଶତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri