ଭାରତ ବିରୋଧରେ ବିଷ ଓଗାଳିଲେ ପାକ ସେନା ମୁଖ୍ୟ ଅସିମ ମୁନିର

ଇସଲାମାବାଦ,୪ ।୧୨: ପାକିସ୍ତାନର ନବ ନିଯୁକ୍ତ ସେନା ମୁଖ୍ୟ (ସିଓଏଏସ) ଜେନରାଲ ଅସିମ ମୁନିର ଭାରତ ବିରୋଧରେ ବିଷ ଓଗାଳିଛନ୍ତି । ଜେନରାଲ ଅସିମ ମୁନିର ଶନିବାର (୩ ଡିସେମ୍ବର) ଏକ ଉସକାଇବା ଭଳି ବୟାନ ଦେଇଛନ୍ତି । ସେ କହିଛନ୍ତି ଭାରତ କରୁଥିବା ଯୋଜନାରେ କେବେ ସଫଳ ହେବ ନାହିଁ ଆଉ ଯଦି କୌଣସି ଦୁଃସାହସ କରେ ତେବେ ତା’ଣ କଡା ଜବାବ ଦିଆଯିବ । ପାକିସ୍ତାନ ସୀମାର ମିଡିଆ ଶାଖ ଅନୁସାରେ ସେନା ମୁଖ୍ୟ ଶନିବାର ଏଲଓସିର ରଖଚିକରି ସେକ୍ଟରରେ ସୀମାବର୍ତ୍ତୀ ଅଞ୍ଚଳ ଗସ୍ତ କରିଥିଲେ ସେନାଙ୍କ ସହ କଥା ହେବା ସମୟରେ ସେ ଏହି କଥା କହିଛନ୍ତି ।
ଜେନରାଲ ଅସିମ ମୁନିର ଏଲଓସିର ସ୍ଥିତି ସମ୍ପର୍କରେ ଜାଣିଲେ । ଅଧିକାରୀ ଓ ସେନାଙ୍କ ସହ କଥା ହୋଇ ସେନା ମୁଖ୍ୟ ଚ୍ୟାଲେଞ୍ଜ ଦେଲା ଭଳି ପରିସ୍ଥିତିରେ ନିଜ କାର୍ଯ୍ୟ କରିଥିବାରୁ ସେନାଙ୍କ ପ୍ରଶଂସା କରିଛନ୍ତି ।

Share