ଜୀବନ ଧନ ମୋ ପଖାଳ କଂସା

ଭୁବନେଶ୍ୱର,୨୦ା୩(ସୌମ୍ୟରଞ୍ଜନ ରାଉତ): ଓଡ଼ିଆ ଜନଜୀବନ ସହ ପଖାଳର ସମ୍ପର୍କ ବହୁ ପୁରୁଣା। ପ୍ରତ୍ୟେକ ଓଡ଼ିଆର ପ୍ରାଣର ପ୍ରତୀକ ହେଉଛି ପଖାଳ। ଗାଁ ହେଉ କି ସହର ଯେଉଁଠାରେ ରୁହନ୍ତୁନା କାହିଁକି ଓଡ଼ିଆ ଲୋକଙ୍କର ପଖାଳ ପ୍ରତି ଥିବା ଲାଳସା କେବେବି କମ୍‌ ହୋଇ ନ ଥାଏ। ତେଣୁ ଓଡ଼ିଆ ସଂସ୍କୃତିରେ ପଖାଳର ଗୁରୁତ୍ୱକୁ ଆହୁରି ବଢ଼ାଇବା ପାଇଁ ମାର୍ଚ୍ଚ ୨୦କୁ ପଖାଳ ଦିବସ ରୂପେ ପ୍ରତିବର୍ଷ ପାଳନ କରାଯାଉଛି। ଏହି ଦିନରେ ପଖାଳର ମହତ୍ତ୍ବକୁ ନେଇ ସ୍ବର୍ଗତ ବାଳକୃଷ୍ଣ ଦାସଙ୍କ ‘ଆସ ଜୀବନ ଧନ ମୋ ପଖାଳ କଂସା’ ଗୀତ ମନେପଡ଼ିଯାଉଛି।
ଗଁାରେ ଥିବା ଝୁମ୍ପୁଡ଼ି ଘର ହାଣ୍ଡିଶାଳର ଶୋଭା ବଢ଼ାଉଥିବା ପଖାଳ ମୋହରେ କେବଳ ମଣିଷ ପଡ଼ିନାହାନ୍ତି, ସ୍ବୟଂ ପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ମୋହରେ ମୋହିତ। ସେଥିପାଇଁ ତ ବର୍ଷସାରା ଦାରୁଦିଅଁଙ୍କ ପାଖରେ ପଖାଳର ଭୋଗ ପରଷା ହେଉଛି। ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ପାଖଳର ସ୍ଥାନ ସର୍ବଦା ସ୍ବତନ୍ତ୍ର ରହିଛି। ବର୍ତ୍ତମାନର ଫାଷ୍ଟଫୁଡ୍‌ ଯୁଗରେ ବି ଏହାର ଆଦର କମିନାହିଁ। ସହରର ଚାକଚକ୍ୟ ସହ ଦେଶୀ, ବିଦେଶୀ ଖାଦ୍ୟ ଭିତରେ ରାଜଧାନୀବାସୀ ପଖାଳକୁ ବେଶ୍‌ ଖୋଜୁଛନ୍ତି। ବିଶେଷକରି ଏବେ ପ୍ରବଳ ଖରା ହେଉଥିବାରୁ ଲୋକଙ୍କର ପ୍ରଥମ ପସନ୍ଦ ପଖାଳ ପାଲଟିଛି। ଫଳରେ ସହରର ଛୋଟଠାରୁ ବଡ଼ ବଡ଼ ତାରକା ହୋଟେଲରେ ପଖାଳର କ୍ରେଜ୍‌ ରହିଛି।
ବର୍ତ୍ତମାନ ସମୟରେ ପଖାଳର ଅଧିକ ଡିମାଣ୍ଡ ରହୁଥିବାରୁ ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଦହି ପଖାଳ, ସଜ ପଖାଳ, ଛୁଙ୍କ ପଖାଳ, ଖଟା ପଖାଳ ଏବଂ ପରିବା ପଖାଳ ପରି ଅନେକ କିସମର ପଖାଳ ଉପଲବ୍ଧ ହେଉଛି। ସୋରିଷ, ଶୁଖିଲା ଲଙ୍କା, ଭୃସଙ୍ଗପତ୍ର ସହ ଦହି ଛୁଙ୍କଦିଆ ପଖାଳର କ୍ରେଜ୍‌ ସବୁଠି ଅଧିକ ରହିଥିବା ଦେଖାଯାଉଛି। ଦହି ପଖାଳ ସଙ୍ଗକୁ ଶାଗ ଭଜା, ଛତୁ ଭଜା, ବାଇଗଣ ଭର୍ତ୍ତା, ବଡ଼ିଚୂରା ଓ ଭଜା ଖାଇବାର ମଜାକୁ ବଢ଼ାଇ ଦେଉଛି। ସେହିପରି ଆମିଷ ଖାଉଥିବା ଲୋକଙ୍କ ପାଇଁ ଚୂନା ଓ ବଡ଼ ମାଛ ଭଜା, କୁକୁଡ଼ା ମାଂସ ଭଜା ଓ ପତ୍ରପୋଡ଼ା ରହିଥିବା ନିୟୁ ମ୍ୟାରିୟନ ହୋଟେଲ ପକ୍ଷରୁ କୁହାଯାଇଛି। ଏଠାରେ ନିରାମିଷ ପଖାଳ ପ୍ଲେଟ୍‌ର ମୂଲ୍ୟ ୬୫୦ ଟଙ୍କା ରହିଥିବା ବେଳେ ଆମିଷ ପଖାଳର ମୂଲ୍ୟ ୭୫୦ ଟଙ୍କା ରହିଛି। ସେହିଭଳି ରାଜଧାନୀରେ ପଖାଳର ହବ୍‌ କୁହାଯାଉଥିବା ଏକାମ୍ର ହାଟରେ ମଧ୍ୟ ଏବର୍ଷ ନିରାମିଷ ପଖାଳ ୧୨୦ ଟଙ୍କାରୁ ୧୪୦ ଟଙ୍କା ପର୍ଯନ୍ତ ରହିଛି। ସ୍ବସ୍ତି ପ୍ରିମିୟମ୍‌ରେ ପଖାଳ ଦିବସରେ ସ୍ପେଶାଲ ପଖାଳ ରହିଛି। ଆମିଷ ପଖାଳ ପ୍ଲେଟ୍‌ର ମୂଲ୍ୟ ୯୯୯ ରହିଥିବାବେଳେ ସାଦା ମୂଲ୍ୟ ୮୯୯ ଟଙ୍କା ରହିଛି। ହୋଟେଲ ଶୀତଲରେ ନିରାମିଷ ପଖାଳର ମୂଲ୍ୟ ୫୫୦ ରହିଥିବା ବେଳେ ଆମିଷ ୬୦୦ ଚଙ୍କା। ଏଥିରେ ପାଖାପାଖି ୮ରୁ ୯ ପ୍ରକାରର ଆଇଟମ୍‌ ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri