ଅଣ ଓଡ଼ିଆଙ୍କୁ ସାମିଲକରି ନୀଳାଦ୍ରି ପାଳିଲା ବିଶ୍ୱ ପଖାଳ ଦିବସ

ବଡ଼ବିଲ,୨୦।୩ (ସ୍ବ.ପ୍ର.): ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ବିଶ୍ୱ ପଖାଳ ଦିବସ। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲା ବଡ଼ବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରି ପକ୍ଷରୁ ଏହି ଦିବସକୁ ସୋମବାର ବେଶ୍‌ ଜାକଜମକରେ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ଅଞ୍ଚଳର ବିଭିନ୍ନ ଅଣ ଓଡ଼ିଆଙ୍କୁ ସାମିଲକରି ନୀଳାଦ୍ରି ଭ୍ରାତୃତ୍ୱଭାବ ସୃଷ୍ଟି କରିବାରେ ସଫଳ ହୋଇଛି।

ପଖାଳ ଭୋଜନ ପୂର୍ବରୁ ଏକ ସଭାର ଆୟୋଜନ ହୋଇଥିଲା। ସଭାରେ ନୀଳାଦ୍ରିର ବରିଷ୍ଠ ସଦସ୍ୟ ତଥା ଟ୍ରଷ୍ଟି ରମେଶ ଚନ୍ଦ୍ର ମିଶ୍ର କହିଥିଲେ, ଓଡ଼ିଆଙ୍କ ପ୍ରିୟ ଏହି ପଖାଳରେ ଭରପୂର ପରିମାଣରେ ରୋଗ ପ୍ରତିରୋଧକ ଶକ୍ତି ରହିଛି । ଅନ୍ୟତମ ଅତିଥି ଭାବେ ଜୟରାମ ପରିଡ଼ା ଯୋଗଦେଇ ପଖାଳ ସ୍ବାସ୍ଥ୍ୟ ପ୍ରତି ହିତକର। ନିୟମିତ ପଖାଳ ଖାଉଥିବା ବ୍ୟକ୍ତି ବହୁତ କମ୍‌ ରୋଗରେ ପଡ଼ିଥାନ୍ତି ବୋଲି ମତବ୍ୟକ୍ତ କରିଛନ୍ତି।

ଏପରିକି ପଖାଳ ଓ ତୋରାଣିରେ କାର୍ବୋହାଇଡ୍ରେଟ୍‌ ସହ ରୋଗ ପ୍ରତିରୋଧ ଶକ୍ତି ପ୍ରଚୁର ପରିମାଣରେ ରହିଥାଏ, ଯାହାକି ଶକ୍ତିବର୍ଦ୍ଧକ ଓ କ୍ଷୀଣ ଶରୀରକୁ ସୁସ୍ଥ ସବଳ, ମୋଟା କରିବାରେ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପଖାଳ ସାଙ୍ଗକୁ ଭେଣ୍ଡିଭଜା, ଆଳୁ ବାଇଗଣ ଭର୍ତା, ଶାଗବଡ଼ି, ଛୁଇଁଭଜା, ଫୁଲ ବଡ଼ି ଭଜା, ବାଇଗଣ ଭଜା, କଲରା ଭଜା, ଧନିଆପତ୍ର ଚଟଣି, ଚିଙ୍ଗୁଡ଼ି ଛେଚା, ରୋହିମାଛ ଭଜା, ଚୂନାମାଛ ଭଜା ଖାଇ ଆନନ୍ଦିତ ହୋଇଥିଲେ ନିମନ୍ତ୍ରିତ ଅତିଥି। ନୀଳାଦ୍ରିର ଏହି ଆୟୋଜନରେ ମାରୱାଡି, ଗୁଜରାଟୀ, ପଞ୍ଜାବୀ, ମୁସଲମାନ ସମ୍ପ୍ରଦାୟର ଅନେକ ଅତିଥି ସାମିଲହୋଇ ପଖାଳ ଖାଇବାର ମଜା ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri