ଅପରେସନ ସିନ୍ଦୁରରେ ବଡ କ୍ଷତି ସହିଛି ପାକିସ୍ତାନ, ଏପର୍ଯ୍ୟନ୍ତ ଖୋଲିପାରୁନି ବିମାନ ବନ୍ଦର

ଓ୍ବାଶିଂଟନ୍‌,୧୯।୬: ପାକିସ୍ତାନ ମେ’ ମାସରେ ଅପରେସନ ସିନ୍ଦୁର ସମୟରେ ଭାରତୀୟ ମିସାଇଲ ଦ୍ୱାରା କ୍ଷତିଗ୍ରସ୍ଥ ହୋଇଥିବା ରହିମ ୟାର ଖାନ ବିମାନ ଘାଟି ପାଇଁ ପୁଣି ଥରେ ଏକ ନୋଟିସ ଟୁ ଏୟାରମେନ (NOTAM) ଜାରି କରିଛି।

OSINT ବିଶେଷଜ୍ଞ ଡାମିଅନ ସାୟମନ ଏକ୍ସରେ ଏହି ଅପଡେଟ ସେୟାର କରି ଲେଖିଛନ୍ତି, “ପାକିସ୍ତାନ ରହିମ ୟାର ଖାନ ପାଇଁ ପୁଣି ଥରେ NOTAM ଜାରି କରିଛି, ମେ’ ୨୦୨୫ରେ ଭାରତ ଦ୍ୱାରା ଆକ୍ରମଣ ହୋଇଥିବା ରନୱେ ଏବେ ଅନୁମାନିକ ୦୪ ଜୁଲାଇ ୨୦୨୫ ପର୍ୟ୍ୟନ୍ତ ବନ୍ଦ ରହିବ।”

ରହିମ ୟାର ଖାନ ଉପରେ ଆକ୍ରମଣ ଭାରତର ଅପରେସନ ସିନ୍ଦୁରର ଦ୍ୱିତୀୟ ପର୍ଯ୍ୟାୟର ଅଂଶ ଥିଲା, ଯାହା ମେ’ ୭ ରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଭାରତ ଆତଙ୍କବାଦୀ ଶିବିରଗୁଡିକୁ ଆକ୍ରମଣ କରିଥିଲା।

ମେ’ ମାସରେ ଆକ୍ରମଣ ପରେ କିଛି ଦିନ ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ବିକାନେରରେ ଏକ ରାଲିରେ ଭାଷଣ ଦେଇ ପାକିସ୍ତାନ ଉପରେ ଆକ୍ରମଣ କରି ମନେ ପକାଇ ଦେଇଥିଲେ ଯେ ଭାରତୀୟ ମିସାଇଲ ଦ୍ୱାରା ଆକ୍ରମଣ ପରେ ରହିମ ୟାର ଖାନ ବିମାନ ଘାଟି ଏବେ ମଧ୍ୟ ଚାଲୁ ହୋଇନାହିଁ।

“ପାକିସ୍ତାନର ରହିମ ୟାର ଖାନ ବିମାନ ଘାଟି ଏବେ ମଧ୍ୟ ICU ରେ ଅଛି, କେବେ ଖୋଲିବ ତାହା ନିଶ୍ଚିତ ନୁହେଁ,” ପ୍ରଧାନମନ୍ତ୍ରୀ ମୋଦି କହିଥିଲେ।

ରହିମ ୟାର ଖାନ, ପାକିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ସାମରିକ ବିମାନ ଘାଟି। ଯାହା ପଞ୍ଜାବ ପ୍ରଦେଶର ସମାନ ନାମରେ ଥିବା ଆନ୍ତର୍ଜାତୀୟ ବିମାନ ବନ୍ଦର ଭିତରେ ଅବସ୍ତିତ। ଏହି ବିମାନ ଘାଟି ବ୍ୟାପକ କ୍ଷତିଗ୍ରସ୍ଖସ୍ତ ହୋଇଥିଲା, ଯାହା ଇସଲାମାବାଦର ସାମରିକ କ୍ଷମତା ଉପରେ ଏକ ବଡ଼ ଆଘାତ ଥିଲା।

ପାକିସ୍ତାନର ସିଭିଲ ଏଭିଏସନ ଅଥରିଟି ଘୋଷଣା କରିଛନ୍ତି ଯେ ଏକମାତ୍ର ରନୱେ ଏକ ସପ୍ତାହ ପାଇଁ ଚାଲୁ ରହିବ ନାହିଁ। ମେ’ ୧୦ ତାରିଖ ସନ୍ଧ୍ୟାରେ ଜାରି ହୋଇଥିବା ଔପଚାରିକ ନୋଟିସ ଟୁ ଏୟାରମେନ (NOTAM) ଅନୁସାରେ, ମେ’ ୧୦ ତାରୀଖ ପାକିସ୍ତାନ ସମୟ ଅପରାହ୍ନ ୪ଟା (ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟ) ରୁ ଅନ୍ତତଃ ମେ’ ୧୧୮ ତାରୀଖ ସକାଳ ୪ଟା ୫୯ ମିନିଟ (ଭାରତୀୟ ସମୟ ସକାଳ ୫ଟା ୨୯ ମିନିଟ) ପର୍ୟନ୍ତ ବନ୍ଦଦ ରହବ। ତେବେ, ଏବେ ଏହି ବନ୍ଦ ଅବଧୁ ଜୁଲାଇ ୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଭାରତ ସରକାର ନିଶ୍ଚିତ କରିଛନ୍ତି ଯେ ପାକିସ୍ତାନର ସାମରିକ ଭିତ୍ତିଭୂମିକୁ ନିଷ୍କ୍ରିୟ କରିବା ପାଇଁ ଏହା ଏକ ବଡ ପଦକ୍ଷେପ ଥିଲା, ଯାହା ସାମାନ୍ୟ ସମ୍ପତ୍ତିରେ କ୍ଷତି କମାଇବାକୁ ଲକ୍ଷ୍ୟ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri