ଇସ୍ରୋ ପୂର୍ବରୁ ଆରମ୍ଭ ହୋଇଛି ପାକିସ୍ତାନର ସ୍ପେସ ଏଜେନ୍ସି, ୬୨ବର୍ଷରେ ଲଞ୍ଚ କରିଛି କେବଳ ୫ଟି ସାଟେଲାଇଟ

ନୂଆଦିଲ୍ଲୀ/ଇସଲାମବାଦ,୨୬।୮: ଚନ୍ଦ୍ରାବତରଣ କରିଛି ଭାରତ। ଦକ୍ଷିଣ ମେରୁରେ ଚନ୍ଦ୍ରାବତରଣ କରି ଇତିହାସ ରିଚିଛି। ଭାରତର ଚନ୍ଦ୍ର ମିଶନ ଚନ୍ଦ୍ରାୟନ ୩ର ସଫଳତାକୁ ସାରା ବିଶ୍ୱରେ ଆଲୋଚନା ହେଉଛି। ଖାସ୍‌ କରି ଆମ ପଡୋଶୀ ଦେଶ ପାକିସ୍ତାନରେ ଏନେଇ ଅଧିକ ଚର୍ଚ୍ଚା ହେଉଛି। ପାକିସ୍ତାନୀ ନିଜ ଦେଶକୁ ପରିହାସ କରିବାରେ ଲାଗି ପଡିଛନ୍ତି। ସାଧାରଣ ଲୋକ ହୁଅନ୍ତୁ କିମ୍ବା ପାକିସ୍ତାନର ଗଣମାଧ୍ୟମ ପାକିସ୍ତାନର ପରିହାସ କରୁଛନ୍ତି।

ତେବେ ଏଠାରେ କହି ରଖୁଛୁ ଭାରତେଇlସ୍ରୋ ପ୍ରତିଷ୍ଠା ହେବା ପୂର୍ବରୁ ପାକିସ୍ତାନରେ ସ୍ପେସ ଏଜେନ୍ସି ପ୍ରତିଷ୍ଠା କରାଯାଇଥିଲା। କିନ୍ତୁ କିନ୍ତୁ ଏହା ଆଜି ଯାଏଁ ଗୋଟିଏ ବି ସଫଳତା ହାସଲ କରିପାରି ନାହିଁ। ଭାରତର ସ୍ପେସ ଏଜେନ୍ସି ପୂର୍ବରୁ ପାକିସ୍ତାନରେ ସ୍ପେସ ଏଜେନ୍ସି (ସୁପରକୋ) ପ୍ରତିଷ୍ଠା କରାଯାଇଥିଲା। ସ୍ପେସ ଆଣ୍ଡ ଅପର ଆଟମୋସ୍ପିଅର ରିସର୍ଚ୍ଚ ୧୬ ସେପ୍ଟେମ୍ବର ୧୯୬୧ରେ ପ୍ରତିଷ୍ଠା ହୋଇଥିବାବେଳେ ୧୯୬୯ରେ ଇସ୍ରୋ ପ୍ରତିଷ୍ଠା କରାଯାଇଥିଲା।

ସୁପରକୋ ୧୯୬୨ ମସିହାରେ ମହାକାଶକୁ ରକେଟ ଉତକ୍ଷେପଣ କରିଥିଲା। ତେବେ ମହାକାଶ ମିଶନ କରିବାକୁ ପାକିସ୍ତାନ ମହାକାଶ ସଂସ୍ଥା ବନ୍ଦ କରି ଦେଇଥିଲା କାରଣ ପାକିସ୍ତାନ ସରକାର ଏଜେନ୍ସି ପ୍ରତି ଧ୍ୟାନ ଦେଉ ନ ଥିଲେ।

୬୨ ବର୍ଷର ସ୍ପେସ ଏଜେନ୍ସି ଇତିହାସରେ ପାକିସ୍ତାନ କେବଳ ୫ ଟି ସାଟେଲାଇଟ ଉତକ୍ଷେପଣ କରିଛି। ପ୍ରଥମ ସାଟେଲାଇଟ ୧୯ ଜୁଲାଇ ୧୯୯୦ରେ ଛଡାଯାଇଥିଲା। ଯାହାର ନାମ ଥିଲା ବଦ୍ର-୧। ଏହି ସାଟେଲାଇଟ କେବଳ ୬ମାସ ଯାଏଁ କାମ କରି ପାରିଲା। ଏହା ପରେ, ୧୦ ଡିସେମ୍ବର ୨୦୦୧ରେ ଦ୍ୱିତୀୟ ସାଟେଲାଇଟ ଉତକ୍ଷେପଣ କରାଯାଇଥିଲା, ଯାହାର ନାମ ବଦ୍ର-ବି ଥିଲା।

ଚାଇନା ସହାୟତାରେ ତୃତୀୟ ସାଟେଲାଇଟ ଲଞ୍ଚ କରାଯାଇଥିଲା। ପିଏକେଏଟି-୧ ୧୧ ଅଗଷ୍ଟ ୨୦୧୧ରେ ଲଞ୍ଚ କରାଯାଇଥିଲା। ତେବେ ଶେଷ ଓ ପଞ୍ଚମ ସାଟେଲାଇଟ ପାକିସ୍ତାନ ୯ ଜୁଲାଇ ୨୦୧୮ରେ ଚାଇନା ସହାୟତାରେ ଉତକ୍ଷେପଣ କରିଥିଲା। ଏହା ପରେ ପାକିସ୍ତାନ କୌଣସି ସାଟେଲାଇଟ ଲଞ୍ଚ କରିନାହିଁ।

ତେବେ ଆରମ୍ଭରୁ ପାକିସ୍ତାନ ନିଜକୁ ଏକ ସୁପର ପାୱାର୍‌ କରିବାକୁ ସ୍ଥିର କରିଥିଲା। ଏହି କାରଣରୁ ସେ ଏକ ସ୍ପେସ ଏଜେନ୍ସି ସ୍ଥାପନ କରି ରକେଟ ଉତକ୍ଷେପ କରିବା ଆରମ୍ଭ କରିଥିଲା। ଆମେରିକାର ସାହାଯ୍ୟରେ ପାକିସ୍ତାନ ସ୍ପେସ୍‌ ଏଜେନ୍ସି ଆରମ୍ଭ ତ କରିଥିଲା। ହେଲେ ପଡୋଶୀ ଦେଶକୁ ନେଇ ଅସ୍ଥିରତା ଓ ସରକାର ଏବଂ ସେନା ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଦେଶରେ ଅର୍ଥନୈତିକ ସହ ରାଜନୈତିକ ସଙ୍କଟ ମଧ୍ୟ ଘନେଇବାରେ ଲାଗିଲା। ପାକିସ୍ତାନ ସାମରିକ ଶକ୍ତି ବୃଦ୍ଧି ଏବଂ କ୍ଷେପଣାସ୍ତ୍ର ପରୀକ୍ଷଣରେ ଅଧିକ ଖର୍ଚ୍ଚ କରିଥିଲା। ତେବେ ଆଜି ଭାରତର ସ୍ପେସ ଏଜେନ୍ସିର ପାଣ୍ଠି ପାକିସ୍ତାନ ତୁଳନାରେ ପ୍ରାୟ ୭୦ ଗୁଣ ଅଧିକ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri