Posted inଫୁରସତ

ଦେଶପ୍ରେମର ବାର୍ତ୍ତା ବାଣ୍ଟୁଛନ୍ତି ପାଇକ ପୁଅ

ଏଇ ଯେ ଦିଶୁଛି ଲାଲ୍‌ମାଟିର ଖୋର୍ଦ୍ଧାଗଡ଼।ଏ ବୀରମାଟିର ଉଷ୍ମ ରକତେ ଯୁଗଯୁଗ ଧରି ଉଷ୍ମତର। ଏପରି ଆହ୍ବାନ ଦେଉଥିବା କବିତା ମନେପକାଇଦିଏ- ଓଡ଼ିଶାର ପାରମ୍ପରିକ ସମରକଳା ପାଇକ ଆଖଡ଼ାକୁ । ଏମିତି ସମରକଳା କଥା ମନେପଡ଼ିଲେ ପ୍ରଥମେ ମନକୁ ଆସେ ଖୋର୍ଦ୍ଧାଗଡ଼ ପାଇକ ପୁଅଙ୍କ ସାହସ ଓ ବୀରତ୍ୱର କଥା; ଯାହା ମନପ୍ରାଣରେ ଭରିଦିଏ ଦେଶପ୍ରେମ। ତେବେ ରାଜାରାଜୁଡ଼ା ସମୟରେ ରାଜ୍ୟ ଓ ଦେଶର ସୁରକ୍ଷା ପାଇଁ ପାଇକ ବାହିନୀଙ୍କ କାର୍ଯ୍ୟଥିଲା ଗୁରୁତ୍ୱପୂର୍ଣ୍ଣ। ମାତ୍ର ସପ୍ତଦଶ ଶତାବ୍ଦୀର ମଧ୍ୟାନ୍ତରରେ ଇଂରେଜମାନେ ଭାରତରେ ପଦାର୍ପଣ କଲେ। ବିଶେଷକରି ଇଂରେଜମାନେ ବାଣିଜ୍ୟରୁ ହିଁ ସାମ୍ରାଜ୍ୟ ବିସ୍ତାର କରିବାର ସୁଯୋଗ ପାଇଥିଲେ। ଏପରି କି ୧୮୦୩ ମସିହାରେ ଇଂରେଜମାନେ ଓଡ଼ିଶା ଦଖଲ କଲେ। ଏହାପରେ ବିଭିନ୍ନ ଗଡ଼ଜାତ ଅଞ୍ଚଳରେ ପାଇକମାନେ ଇଂରେଜମାନଙ୍କ ପ୍ରଜା ବିରୋଧୀ, ରାଜ୍ୟ ବିରୋଧୀ ନୀତିଙ୍କୁ ବିରୋଧ କରିଥିଲେ। ଏଥିଯୋଗୁ ସାରା ଦେଶରେ ସଂଗ୍ରାମର ବହ୍ନି ଜଳିଲା। ସର୍ବପ୍ରଥମେ ଜୟକୃଷ୍ଣ ରାଜଗୁରୁ ମହାପାତ୍ର (ଜୟୀ ରାଜଗୁରୁ)ଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ପାଇକ ବିପ୍ଳବ । ସମୟକ୍ରମେ ମହାନ୍‌ ପାଇକବୀର – ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର, ପିଣ୍ଡିକି ବାହୁବଳେନ୍ଦ୍ର, ତାପଙ୍ଗ ଦଳବେହେରା ମାଧବଚନ୍ଦ୍ର ରାଉତରାୟ, କୃତିବାସ ପାଟଶାଣୀ, ଚକରା ବିଶୋଇ, ପଞ୍ଚୁ ନାୟକ, ଦିନା ଜାନୀ, ସାଧୁ ଜାନୀ, ଲୋଚନ ବିଶୋଇ, ଚନ୍ଦନ ହଜୁରୀ, କାଳିଆ ମଙ୍ଗରାଜ ସମେତ ଅନେକ ପାଇକବୀରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ସଂଗଠିତ ହୋଇଥିଲା ପାଇକ ବିଦ୍ରୋହ; ଯାହା କି ପରବର୍ତ୍ତୀ ସମୟରେ ଦେଶ ସ୍ବାଧୀନତାର ପ୍ରଥମ ସଂଗ୍ରାମ ରୂପେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ତେବେ ଆଜିର ଯୁଗରେ ଓଡ଼ିଶାର ପାଇକ ବିଦ୍ରୋହର ଅଦମ୍ୟ ସାହସ ଓ ବୀରତ୍ୱକୁ ମନେପକାଇ ଏଇ ପାରମ୍ପରିକ ପାଇକ ଆଖଡ଼ାକୁ ବଞ୍ଚାଇବାର ପ୍ରୟାସ ଜାରିରଖି ଖୋର୍ଦ୍ଧାଗଡ଼ର କେତେଜଣ କଲେଜଛାତ୍ର ଗଢ଼ିଛନ୍ତି- ‘କଳିଙ୍ଗ ପାଇକ କ୍ରିଏସନ’। ଏମାନେ ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଇକଆଖଡ଼ା ପ୍ରଦର୍ଶନୀ କରି ନିଆରା ପରିଚୟ ସୃଷ୍ଟି କରିବା ସହିତ ରାଜ୍ୟର କଳାସଂସ୍କୃତି ପୁନରୁଦ୍ଧାର ଦିଗରେ ସହାୟକ ହୋଇପାରିଛନ୍ତି।

ଐତିହାସକ ଖୋର୍ଦ୍ଧାଗଡ଼ କଳାସଂସ୍କୃତିର ସ୍ବତନ୍ତ୍ର ପରିଚୟ ବହନକରେ। ବିଶେଷକରି ଏହି ଅଞ୍ଚଳର ପାରମ୍ପରିକ ପାଇକଆଖଡ଼ାକୁ ଦେଖି ନିଜକୁ ସାମିଲ କରିଛନ୍ତି କେତେଜଣ ଶିକ୍ଷିତଯୁବକ। ଏମାନଙ୍କ ମଧ୍ୟରେ କିଏ ବାଣିଜ୍ୟ ବିଭାଗର ଛାତ୍ର ତ ପୁଣି କିଏ ବ୍ୟବସାୟୀ, କିଏ ଡାକ୍ତରୀ ଛାତ୍ର, କିଏ ସାମ୍ବାଦିକତା, ଇଞ୍ଜିନିୟରିଂ, କ୍ରୀଡ଼ାବିଭାଗରେ ପୁଣି କିଏ ଶିକ୍ଷିକ, କଳାସଂସ୍କୃତିରେ କ୍ୟାରିୟର ଗଢୁଛନ୍ତି ତ କିଏ ଆଇଏଏସ, ଓଏଏସ ଏବଂ ସେନାବାହୀନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
୨୦୧୫ମସିହାରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଇକଆଖଡ଼ା ପ୍ରଦର୍ଶନ ପାଇଁ ଏକ ପ୍ରସ୍ତାବ ଆସିଥିଲା। ତେବେ ପାଇକ ପରମ୍ପରା ଆମ ରାଜ୍ୟର ଗର୍ବ ଓ ଗୌରବ ମନେକରି ସେଦିନ ପ୍ରାୟ ଆଠ/ଦଶ ଜଣ କଲେଜ ଛାତ୍ର ଏହି ପାରମ୍ପରିକ ପାଇକ ଆଖଡ଼ା ଶିଖିବା ପାଇଁ ଅଣ୍ଟା ଭଡ଼ିଥିଲେ। ସେମାନଙ୍କ ମଧ୍ୟରେ ରିଣ୍ଟୁ ଜେନା, ଜ୍ଞାନ ସେଠୀ, ରାଜେଶ ବେହେରା, ଶ୍ରୀକାନ୍ତ ବେହେରା, ଗୋପବନ୍ଧୁ ଜେନା, ଆଶିଷ ମହାନ୍ତି, ଓମ୍‌ ପ୍ରିୟଦର୍ଶୀ ଛୋଟରାୟ, ଦେବାଶିଷ ବେହେରା, ପାପୁନି ବିଶ୍ୱାଳ, ଅମିତ୍‌ ସେଠୀ ଓ ବାଦ୍ୟକାର କାହ୍ନୁ ମଲ୍ଲିକ ପ୍ରମୁଖ ସେବେଠାରୁ ଆଉ ପଛକୁ ନ ଚାହିଁ ଆଗକୁ ଆଗକୁ ମାଡ଼ିଚାଲିଛନ୍ତି । ପ୍ରଥମେ ଖୋର୍ଦ୍ଧାର ମା’ ବରୁଣେଇଙ୍କ ପୀଠରେ ରଜଉତ୍ସବ ମଞ୍ଚରେ ପାଇକଆଖଡ଼ା ସମରକଳାକୁ ପ୍ରଦର୍ଶନ କରି ଖୁବ୍‌ ପ୍ରଶଂସିତ ହୋଇଥିଲେ। ଏହାପରେ ଏକ ବୈଠକ କରି ଅନୁଷ୍ଠାନର ନାଁ ‘କଳିଙ୍ଗ ପାଇକ କ୍ରିଏସନ’ ଦେଇଛନ୍ତି। ଏହି ଅନୁଷ୍ଠାନର ମୁଖ୍ୟ ଦୁର୍ଗାପ୍ରସାଦ ବାରିକ କୁହନ୍ତି, କୌଣସି ସ୍ଥାନରେ ଖେଳ ପାଇଁ ଯେତେବେଳ ସୂଚନା ଆସେ, ପ୍ରର୍ଦଶନର ଦୁଇଦିନ ପୂର୍ବରୁ ଅନୁଷ୍ଠାନର ସଦସ୍ୟମାନେ ଏକାଠି ହେଉ । ବାଦ୍ୟକାର ବି ଆସନ୍ତି। ଏଥିରେ ଆମେ ବିଭିନ୍ନ ପ୍ରକାରର ପାରମ୍ପରିକ ଖେଳକୁ ଅଭ୍ୟାସ କରିଥାଉ। ଯେପରି ପାଇକ ବୋଲି ବା କୁହାଟ, ଭୂମିଘର, ପଟ୍ଟାଖେଳ, ବାଡ଼ିଖେଳ, ତଲ୍‌ଓ୍ବାର ବୁଲାଇବା, ମୁଦ୍‌ଗର ଉଠାଇବା, ପଥର ଟେକା, ବନାଟି ବୁଲାଇବା, ଧୂପ, କାତି, ଖଣ୍ଡା, ଢାଲ, ଫାର୍ସା ଘୂରାଇବା, ଶଗଡ଼ ଚକା ବୁଲେଇବା, ଛୁରା ମରା, କୁସ୍ତି, ମଲ୍ଲଯୁଦ୍ଧ, ବାଘଚାଲି, ବୀରଠାଣି, ଘୋଡ଼ାଚାଲି, କୁନ୍ତ ଭୁସା, ଶୂନ୍ୟମରା, ଦୁର୍ଗ ନିରୀକ୍ଷଣ, ପୀରାମିଡ଼, ଗଛ ପୀରାମିଡ଼ ଇତ୍ୟାଦି ସମରକଳାକୁ ଅଭ୍ୟାସ କରିଥାଉ। ମଞ୍ଚକୁ ଯିବା ପୂର୍ବରୁ ପାରମ୍ପରିକ ପାଇକ ପୋଷାକପତ୍ର ଭାବେ ଧୋତି, ଗାମୁଛା, ସାଞ୍ଜୁ, ବାଜୁ, ହାତଖଡ଼ୁ, ଘୁଙ୍ଗୁର, ପଗଡ଼ି, କବଚ ପରିଧାନ କରି ମଥାରେ ଦେବୀଙ୍କ ସିନ୍ଦୂର ଲଗାଇଥାଉ। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଓ ବୀରବାଦ୍ୟକୁ ଫୁଲ ଧୂପଦେଇ ପୂଜା କରିଥାଉ। ଗୁରୁଙ୍କୁ ପ୍ରଣାମ କରିବା ସହିତ ମା’ ବରୁଣେଇଙ୍କୁ ସ୍ମରଣକରି ମଞ୍ଚରେ ବୀରବାଦ୍ୟର ତାଳେ ତାଳେ ପାଇକଆଖଡା ପ୍ରଦର୍ଶନ କରିଥାଉ। ଏହାଦ୍ୱାରା ମନରେ ବୀରଭାବ ସୃଷ୍ଟି ହୋଇଥାଏ। ତେବେ ରାଜ୍ୟର ଖୋର୍ଦ୍ଧା ମହୋତ୍ସବ, ଧଉଳି ମହୋତ୍ସବ, କଳାହାଣ୍ଡି ମହୋତ୍ସବ, ବରଗଡ଼ ଧନୁଯାତ୍ରା, ବଲାଙ୍ଗୀର ଲୋକମହୋତ୍ସବ, କୋରାପୁଟ ପରବ, ସୁବର୍ଣ୍ଣପୁର ମହୋତ୍ସବ, ସୁନ୍ଦରଗଡ଼ ଯାତ୍ରାଉତ୍ସବ ଏବଂ ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା ଅଞ୍ଚଳରେ ଆୟୋଜିତ ଅନେକ ଉତ୍ସବରେ ପାଇକ ଆଖଡ଼ା ଦେଖାଇଛୁ। ଏପରି କି ରାଜ୍ୟ ବାହାରେ ତଥା ସୁରଟ, ଗୁଜରାଟର ଅହମ୍ମଦାବାଦ, ଚେନ୍ନାଇ, ମୁମ୍ବାଇ, କୋଲକାତା, ଦିଲ୍ଲୀ, ହିମାଚଳପ୍ରଦେଶ, ପଞ୍ଜାବ, ଆସାମ, ମଣିପୁର ଓ ବିଶାଖାପାଟଣା ଆଦି ପ୍ରାୟ ଶତାଧିକ ସ୍ଥାନରେ ପାରମ୍ପରିକ ପାଇକଆଖଡ଼ାକୁ ପ୍ରଦର୍ଶନ କରିପାରିଛୁ। ସେହିପରି ଖଣ୍ଡପଡ଼ା ମହୋତ୍ସବରେ- ବୀରପୁତ୍ର ସମ୍ମାନ, ଖୋର୍ଦ୍ଧା ପାଇକବିଦ୍ରୋହ ୨ଶହ ବର୍ଷ ପୂର୍ତ୍ତିରେ ପାଇକସର୍ଦ୍ଦାର, ଓଡ଼ିଶାପର୍ବ ନୂଆଦିଲ୍ଲୀରେ- ଉତ୍କଳ ଗୌରବ ସମ୍ମାନ, ଶ୍ରୀକ୍ଷେତ୍ର ଉତ୍ସବ ପୁରୀରେ ବକ୍‌ସି ସମ୍ମାନ, ମୁମ୍ବାଇ ଛତ୍ରପତି ଶିବାଜୀ ଜୟନ୍ତୀରେ ଛତ୍ରପତି ଶିବାଜୀ ସମ୍ମାନ, ନାଲ୍‌କୋ ଭୁବନେଶ୍ୱର ତରଫରୁ ସମ୍ମାନ ମିଳିଛି। ମଣିପୁରରେ ଆୟୋଜିତ ସର୍ବଭାରତୀୟ ସମରକଳାରେ ମଧ୍ୟ ପୁରସ୍କୃତ ହୋଇପାରିଛୁ। ଓଡ଼ିଶାର ଏହି ପାରମ୍ପରିକ ପାଇକ ଆଖଡ଼ା ସମର କଳାକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବାର ପ୍ରୟାସ ଜାରିରଖିଛୁ। ସରକାରୀ ସ୍ତରରେ ଏଥିପାଇଁ ସ୍ବତନ୍ତ୍ର ଭାବେ ପାଇକ ଆଖଡ଼ା ମହୋତ୍ସବର ଆୟୋଜନ କରାଯିବା ସହିତ ଏହି ପାଇକଆଖଡ଼ାରେ ସାମିଲ ହେଉଥିବା ପ୍ରତିଭାବାନ ପୁଅ ଓ ଝିଅଙ୍କ ଦକ୍ଷତା ଏବଂ ଯୋଗ୍ୟତାକୁ ଭିତ୍ତିକରି ସରକାରୀ କ୍ଷେତ୍ରରେ ନିଯୁକ୍ତି ମିଳିଲେ ଏହାର ଅଧିକ ଲୋକପ୍ରିୟତା ବଢ଼ିବା ସହିତ ବହୁସଂଖ୍ୟାରେ ଯୁବତୀଯୁବକମାନେ ସାମିଲ ହୋଇପାରିବେ।
-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri