ପାଇକ କଳାକୁ ନାହିଁ ପ୍ରୋତ୍ସାହନ

ବନ୍ତଳା,୧୨ା୧ ଶତ୍ରୁ ଆକ୍ରମଣ ବେଳେ ରାଜାଙ୍କ ଗଡ଼କୁ ସୁରକ୍ଷା ଦେଉଥିଲେ। ପାରମ୍ପରିକ ଅସ୍ତ୍ରଶସ୍ତ୍ରଧରି ଇଂରେଜମାନଙ୍କ ପଥରୋଧ କରିଥିଲେ। ସ୍ବତନ୍ତ୍ର ସମରକଳାରେ ନିପୁଣ କ୍ଷତ୍ରିୟ ପାଇକମାନେ ସେତେବେଳେ ନିଜ ସାହସ, ବୀରତ୍ୱ ପାଇଁ ବେଶ୍‌ ପ୍ରଶଂସା ପାଉଥିଲେ। ହେଲେ ଅନୁଗୋଳ ଜିଲା ପ୍ରଶାସନ ଦ୍ୱାରା ସେମାନଙ୍କ କଳା, ପରିବାର ଏବେ ଉପେକ୍ଷିତ। ସରକାରଙ୍କ ପକ୍ଷରୁ ସେମାନଙ୍କୁ କୌଣସି ସହାୟତା କି ପ୍ରୋତ୍ସାହନ ମିଳୁନାହିଁ। ମୂଲମଜୁରି କରି ଜିଲାର କ୍ଷତ୍ରିୟ ପାଇକମାନେ ଚଳୁଥିବା ବେଳେ ସେମାନଙ୍କ କଳାକୁ ବଞ୍ଚାଇ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉ ନାହିଁ। ଏପରି କି ଜିଲା ମହୋତ୍ସବରେ ପାଇକ କଳାକୁ ପୁରସ୍କୃତ କରୁଥିବା ପ୍ରଶାସନ ଏହାକୁ ପଞ୍ଜୀକରଣ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରୁ ନ ଥିବା ବନ୍ତଳା ଥାନା ବଡ଼ହିଂସ କ୍ଷତ୍ରିୟ ପାଇକ ପରିବାରଗୁଡ଼ିକ ପକ୍ଷରୁ ଅଭିଯୋଗ ହେଉଛି।
ପାଇକମାନଙ୍କ କହିବା ଅନୁଯାୟୀ, ୫ ଶହ ବର୍ଷ ପୂର୍ବରୁ ରାଜା ଅନୁ କନ୍ଧ ତଳଗଡ଼ରେ ଗଡ଼ ସ୍ଥାପନ କରିଥିଲେ। ଉକ୍ତ ଗଡ଼କୁ ସୁରକ୍ଷା ଦେବା ପାଇଁ ସେତେବେଳର କ୍ଷତ୍ରିୟ ପାଇକମାନେ ଖୋର୍ଦ୍ଧା, ବୌଦ୍ଧ, ନୟାଗଡ଼, ରାଜଖରିଆର ଆଦି ସ୍ଥାନରୁ ସେମାନଙ୍କ ବଂଶଧରଙ୍କୁ ଏଠାକୁ ଆଣିଥିଲେ। ବର୍ତ୍ତମାନ ଗ୍ରାମରେ ସମୁଦାୟ ୯୦ ପାଇକ ପରିବାର ବାସ କରୁଛନ୍ତି। ଆଜି ବି ସେମାନେ ସମରକଳାର ଅଭ୍ୟାସ ଜାରି ରଖିଛନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ଖଣ୍ଡା, କାତି, ପଟା, ଟିପା, ଢାଲ, ତଲୁଆର, ଟାଙ୍ଗି, ଛୁରି ଆଦି ସେମାନେ ସାଇତି ରଖିଛନ୍ତି। ପ୍ରତିବର୍ଷ ଦଶହରା ସମୟରେ ମା’ ଭୈରବୀ ଠାକୁରାଣୀଙ୍କ ନିକଟରେ ସେସବୁ ପୂଜା କରି କଳା ପ୍ରଦର୍ଶନ କରିଥାନ୍ତି। ଇତିମଧ୍ୟରେ ବହୁ ପୁରାତନ ଅସ୍ତ୍ର ନଷ୍ଟ ଅବସ୍ଥାକୁ ଆସିଗଲାଣି। ହେଲେ ଅର୍ଥ ଅଭାବରୁ ନୂଆ ସାମଗ୍ରୀ କିଣାଯାଇପାରୁ ନାହିଁ। ଯାହା ଅଳ୍ପ କିଛି ଅସ୍ତ୍ରଶସ୍ତ୍ର ରହିଛି ତାହାକୁ ଧରି ପୋକତୁଙ୍ଗା, ବାରଗୌଣିଆ, ଧୋକୁଟା, ଶଙ୍ଖପୁର, ଲାଛବନ୍ଧ, ବନ୍ତଳା, ଖିଣ୍ଡା, ଗଡ଼ତରାଶ, ତଳଗଡ଼, କଣ୍ଟମେଘ, କଞ୍ଜା, କଣ୍ଟକୁଳ, ଅନୁଗୋଳ, ତାଳଚେର, ଆଠମଲ୍ଲିକ, ଢେଙ୍କାନାଳ, ବଲାଙ୍ଗୀର, ରାଜଖରିଆର, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼, କଟକ ଆଦି ସ୍ଥାନରେ ନିଜ କଳା ପ୍ରଦର୍ଶନ କରି ପାଇକମାନେ ଅନେକ ପୁରସ୍କାର ପାଇପାରିଛନ୍ତି। ଅନୁଗୋଳ ଜିଲା ମହୋତ୍ସବରେ ମଧ୍ୟ ସେମାନେ ପୁରସ୍କୃତ ହୋଇଛନ୍ତି। ଜିଲାର କ୍ଷତ୍ରିୟ ପାଇକମାନଙ୍କ ସମ୍ପର୍କରେ ପ୍ରଶାସନ ଅବଗତ ଥିଲେ ମଧ୍ୟ କଳାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଉନାହିଁ। ପାଇକ କଳାକୁ ପଞ୍ଜୀକରଣ କରାଯାଉ ନାହିଁ କି କଳାକାରଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଉ ନାହିଁ ବୋଲି ଗ୍ରାମ ସଭାପତି ଶ୍ରୀଖର ଗଡ଼ନାୟକ, ସମ୍ପାଦକ କେଦାର ପଧାନ, ଦୋଳଗୋବିନ୍ଦ ପଧାନ, ଉମେଶ ଜେନା, ଲମ୍ବୋଦର ପତିଆର, ପ୍ରାଣବନ୍ଧୁ ପତିଆର, ପବନା ଗଡ଼ନାୟକ, ପବିତ୍ର ପତିଆର, ବଂଶୀଧର ପତିଆର, ବିରଞ୍ଚି ପତିଆର, କେଶବ ପଧାନ, ବେଣୁଧର ଗଡ଼ନାୟକ, ମଦନ ପତିଆର, ପରଭାସିଆ ପତିଆର, ଗୌରା ସାମଲ ଦୁଃଖର ସହିତ ପ୍ରକାଶ କରିଛନ୍ତି।

ପରିବାର ଖର୍ଚ୍ଚରୁ କିଛି ଅର୍ଥ ଦେଉଛୁ
ବଡ଼ିହିଂସ କ୍ଷତ୍ରିୟ ପାଇକମାନେ ସରକାରଙ୍କ ଠାରୁ କୌଣସି ସୁବିଧା ପାଉନାହାନ୍ତି। ମୂଲମଜୁରି କରି ଚଳୁଥିଲେ ମଧ୍ୟ ନିଜ କଳାକୁ ସୁରକ୍ଷିତ ରଖିବା ପାଇଁ ସେମାନେ ବହୁ ପରିଶ୍ରମ କରୁଛନ୍ତି। ନିଜ ପରିବାର ଚଳାଇବା ଅର୍ଥରୁ କିଛି ବାହାର କରି କଳାର ସୁରକ୍ଷା ପାଇଁ ଦେଉଛନ୍ତି।
-କୁମର ସାମଲ, ଗ୍ରାମବାସୀ
ଅବହେଳାର ଶିକାର ହେଉଛୁ
ବୁଡ଼ି ଯାଉଥିବା ପାଇକ କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ବହୁ ଚେଷ୍ଟା କରାଯାଇଛି। ସରକାର ଆମ ଦୁଃଖ ବୁଝୁନାହାନ୍ତି କି କଳାର ସୁରକ୍ଷା ସମ୍ପର୍କରେ ଚିନ୍ତା କରୁନାହାନ୍ତି। ଗ୍ରାମର ପାଇକ ପରିବାରମାନେ ଦୀର୍ଘବର୍ଷ ହେଲା ଏପରି ଅବହେଳାର ଶିକାର ହୋଇ ଆସୁଛନ୍ତି।
-ବଂଶୀଧର ପତିଆର, ଗ୍ରାମବାସୀ
ଆବାସଟିଏ ଆଜିଯାଏ ମିଳିନି
ଯେଉଁ ଜାଗାରେ ପାଇକମାନେ ରହୁଛନ୍ତି ତାହା ଜଣେ ଜମିଦାରଙ୍କ ନାମରେ ଅଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଆଜିପର୍ଯ୍ୟନ୍ତ ପାଇକଙ୍କ ନାମରେ ତାହା ହୋଇପାରୁନାହିଁ। ସେଥିପାଇଁ ଆବାସ ଯୋଜନାରେ ଘରଟିଏ ମିଳିପାରୁନି। ସରକାର ଦୃଷ୍ଟି ଦେଲେ କଳାର ପୁନରୁଦ୍ଧାର ହୋଇପାରିବ।
-ଶମ୍ଭୁନାଥ ପଧାନ, ଗ୍ରାମବାସୀ
ଭତ୍ତା ଦେଉନାହାନ୍ତି ସରକାର
ପିଲା ଦିନରୁ ଅନେକ ସ୍ଥାନରେ ସମରକଳା ପ୍ରଦର୍ଶନ କରୁଛୁ। ବୟସର ଶେଷ ସୋପାନରେ ପହଞ୍ଚିସାରିଥିଲେ ମଧ୍ୟ ଏଯାଏ ସରକାର ଭତ୍ତା ଦେଲେନି। ଘରଡିହ ପଟ୍ଟା ନ ଥିବାରୁ ପିଲାମାନେ ବହୁ ହଇରାଣ ହେଉଛନ୍ତି। ସରକାର ଗରିବମାନଙ୍କୁ ପକ୍କା ଘର ଦେଉଥିଲେ ମଧ୍ୟ ଆଜିଯାଏ ଆମେ ଭଙ୍ଗା ଚାଳ ଘରେ ପଡ଼ିରହିଛୁ।
-ଲମ୍ବୋଦର ପତିଆର, ଗ୍ରାମବାସୀ
ସଂଗ୍ରାମ ଜାରି ରଖିବୁ
ଜିଲା ପ୍ରଶାସନ ପାଇକ କଳାକୁ ପଞ୍ଜୀକରଣ କରୁନାହିଁ। ଫଳରେ ଆମ ଦୁଃଖ ସରକାରଙ୍କ ନିକଟରେ ପହଞ୍ଚିପାରୁନି। ଜିଲା ମହୋତ୍ସବରେ ପୁରସ୍କାର ଦେଉଥିବା ପ୍ରଶାସନ ସର୍ବଦା ଅବହେଳା କରୁଛି। ତଥାପି ଆମ କଳାକୁ ସାଇତି ରଖିବା ପାଇଁ ଆମେ ଦିନରାତି ସଂଗ୍ରାମ ଜାରି ରଖିବୁ।
-କେଶବ ପତିଆର, ଗ୍ରାମବାସୀ
ସୁରକ୍ଷା ମିଳିଲେ ଉପକୃତ ହୁଅନ୍ତୁ
ଗାଁରେ ୩୦ ବିଧବା, ବୃଦ୍ଧାବୃଦ୍ଧ ଅଛନ୍ତି। କିନ୍ତୁ ଆଜିଯାଏ କେହି ଭତ୍ତା ପାଇନାହାନ୍ତି। ଭୋଟ ବେଳେ ବହୁ ନେତା ଆସୁଛନ୍ତି। ଗ୍ରାମବାସୀଙ୍କୁ ମୁଣ୍ଡିଆ ମାରି ନାନା ପ୍ରତିଶ୍ରୁତି ଦେଇ ଯାଉଛନ୍ତି। କିନ୍ତୁ ଆମ କଥା ସରକାରଙ୍କ ନିକଟରେ କେହି ପହଞ୍ଚାଇ ପାରୁନାହାନ୍ତି। ସରକାର ପାଇକ ପରିବାର ଓ କଳାକୁ ସୁରକ୍ଷା ଦେଲେ ଉପକୃତ ହୁଅନ୍ତୁ।
-ଗୌରା ସାମଲ, ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri