‘୨୦୨୩ ସୁଦ୍ଧା ପଦ୍ମପୁର ହେବ ଜିଲା’

ବରଗଡ଼ ଅଫିସ୍‌/ପାଇକମାଳ/

ଝାରବନ୍ଧ/ପଦ୍ମପୁର,୩ା୧୨: କଥା ନୁହେଁ, କାମରେ ବିଶ୍ୱାସ କରେ। ଆସନ୍ତା ୨୦୨୩ ସୁଦ୍ଧା ପଦ୍ମପୁର ଜିଲା ଗଠନ ହେବ। ନିର୍ବାଚନ ଆଚରଣ ସଂହିତା ଉଠିଲେ ଚାଷୀଙ୍କ ଆକାଉଣ୍ଟରେ ମରୁଡ଼ି ସହାୟତା ଅର୍ଥାତ ଇନ୍‌ପୁଟ ସବ୍‌ସିଡ଼ି ଜମା ହେବ। ଶୁକ୍ରବାର ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାରରେ ଆସି ଏହା ଘୋଷଣା କରିଛନ୍ତି। ସେହିପରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଞ୍ଚଳର ଅନ୍ୟ ପ୍ରମୁଖ ଦାବିଗୁଡ଼ିକ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ପଦ୍ମପୁରବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିର୍ବାଚନ ମଣ୍ଡଳୀର ଝାରବନ୍ଧ, ପାଇକମାଳ ଏବଂ ପଦ୍ମପୁରରେ ଅନୁଷ୍ଠିତ ପୃଥକ୍‌ ନିର୍ବାଚନୀ ସଭାରେ ସେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଜୟ ପ୍ରଭୁ ନୃସିଂହନାଥ ଏବଂ ଗଙ୍ଗାଧର ମେହେରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ, ସେ ସବୁବେଳେ ସମସ୍ତଙ୍କ ସୁଖଦୁଃଖରେ ସାମିଲ ହେଉଛନ୍ତି।
ଗରିବଙ୍କ ହକ୍‌ ପାଇଁ ଲଢ଼ୁଥିବାବେଳେ ଚାଷୀ, କେନ୍ଦୁପତ୍ର ତୋଳାଳି, ଜନଜାତିଙ୍କ କଲ୍ୟାଣ ପାଇଁ କାମ କରିଆସୁଛନ୍ତି। ସେହିପରି ମା’ମାନଙ୍କୁ ଉଦ୍ୟୋଗୀ କରିବା ତାଙ୍କ ଲକ୍ଷ୍ୟ ରହିଛି। କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍‌ ଦେବାରେ ଓଡ଼ିଶା ଦେଶରେ ପ୍ରଥମ। କିନ୍ତୁ କେନ୍ଦ୍ରର ଭାଜପା ସରକାର କେନ୍ଦୁପତ୍ର ଉପରେ ୧୮ପ୍ରତିଶତ ଜିଏସ୍‌ଟି ଲଗାଉଥିବାବେଳେ ସୁନାରେ ମାତ୍ର ୩ ପ୍ରତିଶତ ଜିଏସ୍‌ଟି ଲଗାଉଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଟାର୍ଗେଟ୍‌ କରିଥିଲେ। ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଆଦିବାସୀ ଛାତ୍ରୀଛାତ୍ରଙ୍କୁ ଛାତ୍ରବୃତ୍ତି ପ୍ରଦାନରେ ଓଡ଼ିଶା ପ୍ରଥମ। ଆହୁରି ୧୫୯ କମ୍ୟୁନିଟିର ଲୋକଙ୍କୁ ଜନଜାତି ବର୍ଗରେ ନେବା ପାଇଁ ରାଜ୍ୟ ସରକାର କେନ୍ଦ୍ରଠାରେ ପ୍ରସ୍ତାବ ଦେଇଛି। ମାତ୍ର କେନ୍ଦ୍ର ସେଥିରେ ଅବହେଳା କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ପଦ୍ମପୁର ଅଞ୍ଚଳରେ ଚାଷୀଙ୍କ ପାଇଁ ରାଜ୍ୟ ସରକାର ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି। ଆଗକୁ ଆହୁରି ଅଧିକ ଖର୍ଚ୍ଚ କରାଯିବ। ମାତ୍ର କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ମଧ୍ୟ ସେ କେନ୍ଦ୍ର ଉପରେ ବର୍ଷିଥିଲେ। ଆବାସ ଯୋଜନାରେ ରାଜ୍ୟରେ ପ୍ରତିବର୍ଷ ୫ଲକ୍ଷ ଗରିବ ଲୋକଙ୍କୁ ଘର ମିଳୁଥିଲା। ମାତ୍ର ଭାଜପା ଏମ୍‌ପିମାନଙ୍କ ବିରୋଧ ଯୋଗୁ ଗତ ୨ବର୍ଷ ହେଲା କେନ୍ଦ୍ର ତାକୁ ବନ୍ଦ କରିଦେଇଛି। ଫଳରେ ୧୦ଲକ୍ଷ ଗରିବ ଲୋକ ଘର ପାଇ ପାରିନାହାନ୍ତି ଏବଂ ପଦ୍ମପୁର ଅଞ୍ଚଳର ୨୫ହଜାର ଗରିବ ଲୋକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। କେନ୍ଦ୍ର ଆବାସ ଯୋଜନା ବନ୍ଦ କରିଦେଲେ ସୁଦ୍ଧା ବିଜେଡ଼ି ସରକାର ଗରିବ ଲୋକଙ୍କୁ ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିପରି ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ଲାଇନକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସେ ସମାଲୋଚନା କରିଥିଲେ। ବିଜେଡ଼ି ପ୍ରାର୍ଥିନୀ ବର୍ଷାଙ୍କ ପ୍ରତି ଭାଜପା ନେତୃବୃନ୍ଦ କଟୁ ସମାଲୋଚନା କରିବା ଘଟଣା ନିନ୍ଦନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ଦଳୀୟ ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଶଙ୍ଖ ଚିହ୍ନରେ ଭୋଟ୍‌ ଦେବାକୁ ସେ ଜନସାଧାରଣଙ୍କୁ ନିବେଦନ କରିଥିଲେ।
ସଭାରେ ଦଳୀୟ ପ୍ରାର୍ଥୀ ବରିହାଙ୍କ ସମେତ ବିଜେଡ଼ି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ନବ କିଶୋର ଦାଶ, ରାଜେନ୍ଦ୍ର ଢୋଲକିଆ, ଅତନୁ ସବ୍ୟସାଚୀ, ବିଧାୟକ ସୁଶାନ୍ତ ସିଂ, ଦେବେଶ ଆଚାର୍ଯ୍ୟ, ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ପୁଷ୍ପେନ୍ଦ୍ର ସିଂଦେଓ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।
ଦୀର୍ଘ ୩ ବର୍ଷ ପରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକ୍ୟାପ୍ଟର ଯୋଗେ ଆସି ପଦ୍ମପୁର ନିକଟ ସତୀଭଟା ଏୟାରଷ୍ଟ୍ରିପ୍‌ରେ ଓହ୍ଲାଇଥିଲେ। ସେଠାରୁ ପୁଣି ହେଲିକ୍ୟାପ୍ଟର ଯୋଗେ ଝାରବନ୍ଧ ଅଭିମୁଖେ ଯାଇଥିଲେ। ଦିନ ପ୍ରାୟ ୧୨ଟା ୧୦ ମିନିଟରେ ସେଠାରେ ମୁଖ୍ୟମନ୍ତ୍ରୀ ପହଞ୍ଚତ୍ଥିଲେ ଏବଂ ପ୍ରାୟ ଘଣ୍ଟା ରହିବା ପରେ ପାଇକମାଳ ନିର୍ବାଚନୀ ସଭାକୁ ଯାଇ ଉଦ୍‌ବୋଧନ ଦେଇଥିଲେ। ସେଠାରୁ ପୁଣି ପଦ୍ମପୁରକୁ ଫେରି ସ୍ଥାନୀୟ ଆର୍‌ଏଲ୍‌ କଲ୍ୟାଣ ମଣ୍ଡପକୁ ଯାଇଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ, ଯାଦବ ସମାଜ, ତୈଳିକ ସମାଜ ସମେତ ବିଭିନ୍ନ ସମାଜର ପ୍ରତିନିଧିଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri