ପ୍ରାର୍ଥିପତ୍ର ଦାଖଲ କଲେ ପଦ୍ମଶ୍ରୀ ଦିଲୀପ ତିର୍କୀ,ଯୋଗେଶ ସିଂହ

ସୁନ୍ଦରଗଡ଼,୧ା୫(ଜୟ ନାରାୟଣ ମେଣ୍ଡୁଳି) ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ସୁନ୍ଦରଗଡ ଜିଲାରେ ନାମାଙ୍କନ ଦାଖଲର ୩ୟ ଦିନରେ ବିଧାନ ସଭା ଆସନ ପାଇଁ ୪ ଜଣ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ବେଳେ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି ା
ସୁନ୍ଦରଗଡ ଲୋକସଭା ଆସନ ପାଇଁ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପରାଗ ହର୍ଷଦ ଗାଭାଲୀଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ା
ସେହିପରି ସୁନ୍ଦରଗଡ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯୋଗେଶ କୁମାର ସିଂହ ପ୍ରାର୍ଥତ୍ପତ୍ର ଦାଖଲ କରିଥିଲେ। ଦିଲ୍ଲୀପ ସକାଳେ ମିଶନ ରୋଡ ସ୍ଥିତ ଚର୍ଚ୍ଚା ଯାଇ ସ୍ତ୍ରୀ ମୀରା ତିର୍କୀଙ୍କ ସହ ପ୍ରାର୍ଥନା କରିଥିଲେ। ଏହା ପରେ ଦିଲ୍ଲୀପ ଓ ଯୋଗେଶ ସୁନ୍ଦରଗଡ଼ ସମଲେଶ୍ବରୀ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ପଞ୍ଚମୁଖୀ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରି ବିଜୁଜନତା ଦଳର କାର୍ଯ୍ୟାଳୟଠାରୁ ଉଭୟେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚି ଥିଲେ। ଏହି ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବରିଷ୍ଠ ବିଜେଡି ନେତା ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନ, ଜର୍ଜ ତିର୍କୀ, ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝି, ବିଜେଡି ନେତ୍ରୀ ସୁନିତା ବିଶ୍ବାଳ, ଜିଲାପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ, ବାଲିଶଙ୍କରା ବ୍ଲକ ଅଧ୍ୟକ୍ଷା କୁଞ୍ଜଲତା ଭିତ୍ରିଆ, ଚମେଲି ଓରାମ, ଉପନଗରପାଳ ଲଲାଟେନ୍ଦୁ ପରିଡା, ଜିଲା ଉପସଭାପତି ଜୟନାରାୟଣ ତ୍ରିପାଠୀ, ପ୍ରଫୁଲ୍ଲ ସୁନ୍ୟାନୀ, ପୂର୍ବତନ ନଗରପାଳ ବେଣୁଧର ତାଣ୍ଡିଆ, ପୂର୍ବତନ ଉପନଗରପାଳ ସୁମନ୍ତ ପଣ୍ଡା, କାଉନସିଲର ସୁମନ୍ତ ସାହୁ, ଜିଲା ଆଇନଜୀବୀ ସାମ୍ମୁଖ୍ୟର ଆବାହକ ଅଶୋକ ସ୍ବାଇଁ, ସୁକାନ୍ତ ପତି, କାଶୀନାଥ ରାଉତ, ଡାକ୍ତର ହିମାଂଶୁ ଷଡ଼ଙ୍ଗୀ, ଏମ.ଡି କଲିମ, ସେହେବାଜ ହୁସେନ, ସଞ୍ଜୟ ସାହୁଙ୍କ ସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ। ରଘୁନାଥପାଲି ପାଇଁ ଇଣ୍ଡିଆନ ନ୍ୟାଶନାଲ କଂଗ୍ରେସର ଗୋପାଳ ଦାସ ଓ ବିରେନ୍ଦ୍ର କୁମାର ପଟ୍ଟନାୟକ ରାଉରକେଲା ବିଧାନ ସଭା ଆସନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି ା
ସୂଚନାଯୋଗ୍ୟ ଯେ ମେ ୩ ପ୍ରାର୍ଥତ୍ପତ୍ର ଦାଖଲ କରିବାର ଶେଷ ତାରିଖ ରହିଛି। ମେ ୪ ନାମାଙ୍କନପତ୍ର ଯାଞ୍ଚ କରାଯିବ। ମେ ୬ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରିବାର ସହ ଚୂଡାନ୍ତ ତାଲିକା ପ୍ରକାଶିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri