ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ ପିକଅପ୍ ଭ୍ୟାନ (OR _17k 6167)କୁ ଜବତ କରାଯାଇଛି ।
ଉକ୍ତ ଗାଡି ରେ ୧୭ଗଣ୍ଡି ସାଗୁଆନ ଓ ୫ଗଣ୍ଡି ଗମ୍ଭାରୀ ଗଛ ଥିଲା, ଯାହାର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏ ସଂପର୍କରେ ପଦ୍ମପୁର ବନ ବିଭାଗ କେଶ ନମ୍ବର୧୧/୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଭେଉଁରିଆ ଗ୍ରାମର ପ୍ରେମରାଜ ସାହୁଓ ସରେଇକେଲା ଗ୍ରାମର ମନୋଜ ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏହାସହ ଗାଡି ଓ କାଠକୁ ଜବତ କରାଯାଇଛି । ଏହି ଚଢ଼ାଉରେ ଫରେଷ୍ଟର ରାଧାକାନ୍ତ କୁମ୍ଭାର, ଗାର୍ଡ ରଞ୍ଜନ ବରିହା, ମନ ଟେଟୁଆ ଓ ରାଜା ଡ଼ନସନା ସାମିଲ ହୋଇଥିଲେ ।

