ପଦ୍ମପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ

ବରଗଡ଼ ଅଫିସ, ୫।୧୨(ଡି.ଏନ.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ଉକ୍ତ ନିର୍ବାଚନ ମଣ୍ଡଳୀର ସମସ୍ତ ୩୧୯ ବୁଥରେ ଭୋଟ ଗ୍ରହଣ ଚାଲିଛି। ତେବେ ଦିନ ୧୧ଟା ସୁଦ୍ଧା ଏହି ନିର୍ବାଚନ ମଣ୍ଡଳୀରେ ୨୯.୭୩ ପ୍ରତିଶତ ମତଦାନ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଉକ୍ତ ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୫୭ହଜାର ୪୭୪ ଭୋଟର ଥିବାବେଳେ ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।