ଧାନକିଣାରେ ଅଚଳାବସ୍ଥା: ମଣ୍ଡିରେ ପଡ଼ିଛି ଶହଶହ ଧାନବସ୍ତା, ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ,୯ା୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାରେ ଜାନୁଆରୀରୁ ଧାନମଣ୍ଡି ଆରମ୍ଭ ହୋଇଛି। ହେଲେ ବର୍ତ୍ତମାନ ସୁଦ୍ଧା ଧାନକିଣା ସ୍ବାଭାବିକ ହେବା ନାଁ ଧରୁନି। କେତେକ ସମବାୟ ସମିତି ସମ୍ପାଦକ ମଣ୍ଡି ନ ଖୋଲି ମିଲରଙ୍କୁ ସିଧାସଳଖ ଧାନ ମପେଇବାକୁ ଚାଷୀଙ୍କୁ କହୁଛନ୍ତି। ଫଳରେ ଚାଷୀ ମିଲରମାନଙ୍କ ଦ୍ୱାରା ଶୋଷଣର ଶିକାର ହେଉଥିବା ବାରମ୍ବାର ଅଭିଯୋଗ ମଧ୍ୟ ହେଉଛି। ଯେଉଁ ମଣ୍ଡି କାର୍ଯ୍ୟକ୍ଷମ ଅଛି, ସେଠାରୁ ମିଲର ଧାନ ଉଠାଉନାହାନ୍ତି। ଚାଷୀ ପ୍ରବଳ ଶୀତରାତିରେ ଅନିଦ୍ରା ହୋଇ ଧାନକୁ ଜଗି ବସୁଛନ୍ତି। ବାରମ୍ବାର ଚାଷୀଙ୍କୁ ପ୍ରତିଶ୍ରୁତି ଦିଆଯାଉଥିଲେ ହେଁ ମଣ୍ଡିରୁ ଧାନ ଉଠୁନି। ଫଳରେ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଅପରପକ୍ଷରେ ଅନେକ ଚାଷୀ ଟୋକନ ପାଇନାହାନ୍ତି। ଯେଉଁ ଚାଷୀମାନେ ଆରମ୍ଭରୁ ଟୋକନ ପାଇଥିଲେ, ସେମାନଙ୍କର ମଧ୍ୟରୁ ଅନେକ ଚାଷୀ ମଣ୍ଡିରେ ଧାନ ବିକ୍ରି କରିପାରି ନାହାନ୍ତି। ଅନେକଙ୍କର ଟୋକନ ଅବଧି ଶେଷ ହୋଇ ଆସୁଥିବା ବେଳେ ସେମାନେ କିଭଳି ଧାନ ବିକ୍ରି କରିବେ ଚିନ୍ତାରେ ପଡ଼ିଛନ୍ତି।
ଗତ ଜାନୁଆରୀ ୧୦ରୁ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଧାନମଣ୍ଡି ସରକାରୀ ଭାବରେ ଖୋଲା ଯାଇଥିଲା। ଅଞ୍ଚଳରେ ୧୪ ସମବାୟ ସଂସ୍ଥା ଜରିଆରେ ଧାନ କିଣାଯିବାର ବ୍ୟବସ୍ଥା କରାଯାଇଥିଲା। ମଣ୍ଡି ଖୋଲିବା ପରେ ମଧ୍ୟ ମିଲରଙ୍କର ମୂଲଚାଲ ଠିକ୍‌ ନ ହେବାରୁ ସେମାନେ ଧାନ ଉଠାଇଲେ ନାହିଁ। କଟ୍‌ନିଛଟ୍‌ନିକୁ ନେଇ କିଛି ଦିନ ଧରି ମିଲର-ପ୍ରଶାସନ- ଚାଷୀଙ୍କ ଭିତରେ ଟଣାଓଟରା ଚାଲିଲା। ଚାଷୀଙ୍କଠାରୁ ଧାନ କଟ୍‌ନିଛଟ୍‌ନି ହେବ ନାହିଁ ବୋଲି ସରକାରୀ ଭାବେ କୁହାଗଲା। ପରେ ଗତ କିଛି ଦିନହେବ ଧାନ କିଣା ହୋଇଥିଲା ବେଳେ ଅଦ୍ୟାବଧି ସ୍ବାଭାବିକ ହୋଇନାହିଁ। ହେଲେ ମଣ୍ଡିରେ କୁଇଣ୍ଟାଲ ପ୍ରତି ୮ରୁ ୯ କିଲୋ ଧାନ କଟାଯାଉଥିବା ବେଳେ ଚାଷୀ କ୍ଷତି ସହୁଛନ୍ତି। ଅନ୍ୟପକ୍ଷରେ ମଣ୍ଡିରୁ ମିଲ୍‌ରେ ଓଜନରେ ପରିବର୍ତ୍ତନ ହେଉଥିବାରୁ ଚାଷୀଙ୍କ ମଧ୍ୟରେ ଅଷନ୍ତୋଷ ପ୍ରକାଶ ପାଇଛି। ଏ ନେଇ ଚାଷୀ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ନବନିର୍ମାଣ କୃଷକ ସଙ୍ଗଠନ ନେତା ଦାଶରଥି ସାହୁ, କୃଷକ ନେତା ବିଜୟ ଦାସ, ଦୋଳଗୋବିନ୍ଦ ସାହୁ ପ୍ରମୁଖ କହିଛନ୍ତି। ଧାନକିଣା ଠିକ୍‌ ଭାବରେ ହେଉ ନ ଥିବାରୁ କଂଗ୍ରେସ ବ୍ଲକ ସଭାପତି ପ୍ରକାଶ ମହାନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ଜଣେ ଚାଷୀ କହିଛନ୍ତି, ଗତ କିଛିଦିନ ତଳେ ସମବାୟ ସମ୍ପାଦକଙ୍କ କହିବା ଅନୁଯାୟୀ ନିମପୁରସ୍ଥିତ ପ୍ରଶାନ୍ତ ରାଇସ୍‌ ମିଲକୁ ୫୫ କୁଇଣ୍ଟାଲ ଧାନ ନେଇ ଯାଇଥିଲେ। ମିଲର ଓଜନ କରିବାରୁ ୫୪ କୁଇଟାଲ ୪୦ କେଜି ହୋଇଥିଲା। ପରେ ଏଫ୍‌ଏକ୍ୟୁ ମାନର ଧାନ ହୋଇଥିଲେ ମଧ୍ୟ କୁଇଣ୍ଟାଲ ପିଛା କଟ୍‌ନିଛଟ୍‌ନି କରାଇବାକୁ ଚାଷୀଙ୍କୁ କହିଥିଲେ। ସେ ସେଠାରୁ ଧାନ ନେଇ ଅଢାଜୋରି ପଦ୍ମା ରାଇସ୍‌ମିଲ୍‌ରେ ମପେଇବାରୁ ଧାନ ୫୫ କେଜି ହୋଇଥିବା ବେଳେ ମାନ ବାବଦରେ କିଛି କଟ୍‌ନିଛଟ୍‌ନି କରାଯାଇଥିଲା। ମିଲରମାନଙ୍କ ମନମାନିର ଶିକାର ହୋଇ କୁଇଣ୍ଟାଲ ପିଛା ୧୦ କେ.ଜି. ଭଳି ଧାନ ଓଜନ କମେଇ ନେଉଥିବା ଅଭିଯୋଗ ଉଠାଇଛନ୍ତି।
ଚାଷୀ ବିଘ୍ନେଶ୍ୱର ପ୍ରଧାନ, ବୈଷ୍ଣବ ଦାସ ଓ ବିଜୟ ନାୟକ ପ୍ରମୁଖ କୁହନ୍ତି, ଖଡ଼ଇଣ୍ଟା ସମବାୟ ସମିତିରେ ଏକପ୍ରକାର ଅଚଳାବସ୍ଥା ଲାଗି ରହିଛି। ସମିତିରେ ବୋର୍ଡ ନ ଥିବା ବେଳେ ଅସ୍ଥାୟୀ ସମ୍ପାଦକଙ୍କ ମନମାନିରେ ବିଭିନ୍ନ ହେର୍‌ଫେର ଲାଗି ରହିଛି। ଏହି ସମବାୟ ସମିତିର ଭିତ୍ତିଭୂମି ଉନ୍ନତି ପାଇଁ ରାଜ୍ୟ ସରକାର ୨୦୨୪-୨୦୨୫ ଆର୍ଥିକ ବର୍ଷରେ ପ୍ରାୟ ୭୦ ଲକ୍ଷ ଟଙ୍କା ବ୍ୟୟରେ ମଣ୍ଡିଗୃହ ନିର୍ମାଣ ହୋଇଛିି। ମାତ୍ର ସମ୍ପାଦକଙ୍କ ମନମାନିରୁ ଏଠାରେ ମଣ୍ଡି ଖୋଲା ଯାଇନାହିଁ। ସମବାୟ ସମିତି ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri