ମଣ୍ଡିରୁ ଉଠିନି ଧାନ: ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହେବ ଧାନ

ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ଗତମାସ ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଗୋଡଭଗା ମଣ୍ଡିରୁ କେବଳ ୭୫କୁଇଣ୍ଟାଲ ଧାନ ଉଠାଯାଇଛି। ନାନା ଆଳ ଦେଖାଇ ଧାନକିଣାକୁ ବିଳମ୍ବିତ କରାଯାଉଥିବା ବେଳେ ସମ୍ଭାବ୍ୟ ବର୍ଷା ଚାଷୀଙ୍କ ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି।
ଜିଲାରେ ପ୍ରଥମଥର ପାଇଁ ଆରମ୍ଭରୁ ଏଭଳି ସ୍ଥିତି ଉପୁଜି ଥିବାରୁ ଚାଷୀ ମହଲରେ ଅସନ୍ତୋଷ ତେଜି ଉଠିଛି। ଏହାକୁ ନେଇ ଜିଲାର ଚାଷୀମାନେ ଆନ୍ଦୋଳନମୁହାଁ ହୋଇଛନ୍ତି। ସୋମବାର ସକାଳୁ ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଜିଲାର ବିଭିନ୍ନ ଅଞ୍ଚଳର ଚାଷୀ ଏବଂ ବିଭିନ୍ନ କୃଷକ ସଙ୍ଗଠନର ପ୍ରତିନିଧିମାନେ ସମବେତ ହୋଇଛନ୍ତି। ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ଅଚଳାବସ୍ଥା ପ୍ରତିବାଦରେ ସେମାନେ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିବା ବେଳେ ସମ୍ଭାବ୍ୟ ଚାଷୀ ଆନ୍ଦୋଳନ ଆଶଙ୍କା କରି ସକାଳୁ ଉକ୍ତ ମଣ୍ଡିରେ ବ୍ୟାପକ ପୋଲିସ ମୁତୟନ ଅଛନ୍ତି। ଅନ୍ୟପଟେ ଖବର ପାଇ ପୂର୍ବାହ୍ନରେ ଅତିରିକ୍ତ ଉପଜିଲାପାଳ ମଦନଲାଲ ପଣ୍ଡା ଏବଂ ସହକାରୀ ଯୋଗାଣ ଅଧିକାରୀ(ଏସିଏସ୍‌ଓ) ବ୍ୟୋମକେଶ ମାଝି ଉକ୍ତ ମଣ୍ଡିକୁ ପହଞ୍ଚି ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଉପୁଜିଥିବା ସମସ୍ୟା ଲାଗି ଜିଲା ଏବଂ ରାଜ୍ୟସ୍ତରୀୟ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଏହାର ସମାଧାନ ହୋଇଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ଏହି ଅବଧି ଅତିକ୍ରାନ୍ତ ହେବା ସତ୍ତ୍ୱେ କୌଣସି ନିର୍ଯାସ ବାହାରି ନାହିଁ। ଫଳରେ କଲାପାଣି ମଣ୍ଡିରେ ଚାଷୀମାନେ ଶୀତ, କାକର ସହି ଧାନ ସଂଗ୍ରହ ପ୍ରକ୍ରିୟା ନେଇ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି। ଧାନକିଣା ସମ୍ପର୍କିତ କିଛି ଠୋସ୍‌ ପ୍ରତିଶ୍ରୁତି ନ ମିଳିଲେ ଚାଷୀମାନେ କୌଣସି ମୁହୂର୍ତ୍ତରେ କଲାପାଣି ମଣ୍ଡି ସମ୍ମୁଖ ଜାତୀୟ ରାଜପଥକୁ ଧାନ ବୋଝେଇ ଟ୍ରାକ୍ଟର ସହିତ ଓହ୍ଲାଇବାର ଆଶଙ୍କା ରହିଛି। ଏହି ଆଶଙ୍କାରେ ମଣ୍ଡି ପରିସର ପୋଲିସ ଛାଉଣୀରେ ରହିଥିବା ମଧ୍ୟ ପରିଲକ୍ଷିତ ହୋଇଛି।
ଅନ୍ୟବର୍ଷ ତୁଳନାରେ ଏଥର ପ୍ରଥମଥର ପାଇଁ ପାଖାପାଖି ଏକମାସ ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ ହୋଇଥିବା ଚାଷୀମାନେ କହିଛନ୍ତି। ସରକାରଙ୍କ ଧାନ ସଂଗ୍ରହ ନୀତି ଅନୁଯାୟୀ, ନଭେମ୍ବର ମାସ ପହିଲାରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା କଥା। ମାତ୍ର ବରଗଡ଼ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଗତ ନଭେମ୍ବର ୨୮ତାରିଖରୁ ମଣ୍ଡିଗୁଡ଼ିକୁ ଖୋଲି ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ବିଳମ୍ବରେ ମଣ୍ଡି ଖୋଲିଥିଲେ ସୁଦ୍ଧା ଧାନ ଆଦୌ ବିକ୍ରି ହୋଇପାରି ନାହିଁ। ସେହିପରି ଜିଲାର ୫ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ହୋଇପାରି ନାହିଁ। ଗୋଟିଏ ପଟେ ଧାନବିକ୍ରି ଠପ୍‌ ପଡ଼ିଥିବାବେଳେ ଅନ୍ୟପଟେ ସୋମବାର ଭୋର୍‌ରେ ହୋଇଥିବା ବର୍ଷା ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଫଳରେ ସଂଯୁକ୍ତ କୃଷକ ସଂଗଠନ ୫ଦଫା ଦାବି କରିଛି ଏବଂ ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ସହିତ ଅମଳ ଧାନକୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛି।
ଚାଷୀଙ୍କ କଷ୍ଟୋପାର୍ଜିତ ସମସ୍ତ ଧାନକୁ କିଣିବା ବ୍ୟବସ୍ଥା କରାଯିବା ସହିତ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ସମସ୍ତ ଚାଷୀଙ୍କୁ ପଞ୍ଜୀକୃତ କରି ଟୋକନ ପ୍ରଦାନ, ଜମି ତୁଳନାରେ କମ୍‌ ପରିମାଣ ଧାନବିକ୍ରିକୁ ସଂଶୋଧନ କରି ବିନା କଟ୍‌ନୀଛଟ୍‌ନୀରେ ବଳକା ଧାନକ୍ରୟ, ମିଲର୍ସଙ୍କ ଆଳ ନ ଦେଖାଇ ସରକାର ନିଜ ସଂସ୍ଥାରେ ଧାନକିଣି ଗଚ୍ଛିତ ରଖିବା ସହିତ ଆବଶ୍ୟକମତେ ମିଲିଂ ପାଇଁ ମିଲର୍ସଙ୍କୁ ପ୍ରଦାନ, କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ବୋନସ ଏବଂ କେନ୍ଦ୍ର ସରକାରଙ୍କ ଘୋଷିତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ୨୩୬୯ଟଙ୍କାକୁ ମିଶାଇ ୩୧୬୯ଟଙ୍କା ପ୍ରଦାନ କରିବାକୁ ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ଏହା ସହିତ ମଣ୍ଡିରେ ଧାନ ପଡ଼ିବାର ୪୮ ଘଣ୍ଟା ମଧ୍ୟରେ ତାକୁ କିଣାଯିବା ଏବଂ ଜାନୁୟାରୀ ମାସ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନକ୍ରୟ ଶେଷ କରିବାକୁ ମଧ୍ୟ ଦାବି ହୋଇଛି। ଏହି ଦାବି ସମୂହ ତୁରନ୍ତ ପୂରଣ କରାଯାଉ, ଅନ୍ୟଥା ଚାଷୀଙ୍କ ସହିତ ରାଜନୀତି କରା ନ ଯାଉ ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। କଲାପାଣି ମଣ୍ଡିରେ ସଂଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ଏକାଦଶିଆ ସାହୁ, ସୁରେଶ ନେକାଣ୍ଟି, ତପନ ମିଶ୍ର, ଟେକରାଜ ପ୍ରଧାନ, ବିରେନ କର, ସୁରେଶ କର୍ଣ୍ଣ, ସୁରେନ୍ଦ୍ର ମେହେର, ଆଦିତ୍ୟ ଦାଶ, ବୁଦ୍ଧଦେବ ନନ୍ଦ, ପ୍ରଶାନ୍ତ ସାହୁ, ଅଶୋକ ସାହୁ, ଗଗନ ପ୍ରଧାନ, ସି.ଏସ୍‌. ଶ୍ରୀନିବାସ, ଏସ. ସମରାଜୁ, ଏମ. ସତ୍ୟନାରାୟଣ ପ୍ରମୁଖ ଖବର ଲେଖାହେବା ସୁଦ୍ଧା ଉପସ୍ଥିତ ରହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri