ଆଶାଜନକ ନୁହେଁ ଧାନର ଏମ୍‌ଏସ୍‌ପି ବୃଦ୍ଧି

ବରଗଡ଼ ଅଫିସ୍‌, ୮ା୬: କେନ୍ଦ୍ର ସରକାର ବୁଧବାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ ଟଙ୍କାରୁ ୨୧୮୩ ଟଙ୍କା ଏବଂ ଗ୍ରେଡ୍‌-ଏ(ଏଫଏକ୍ୟୁ) ଧାନ କୁଇଣ୍ଟାଲ ପ୍ରତି ୨୦୬୦ ଟଙ୍କାରୁ ୨୨୬୩ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ସାଧାରଣ ଧାନରେ କୁଇଣ୍ଟାଲ ପ୍ରତି ୧୪୩ ଟଙ୍କା ଏବଂ ଗ୍ରେଡ୍‌-ଏ ଧାନରେ କୁଇଣ୍ଟାଲ ପ୍ରତି ୧୬୩ ଟଙ୍କା ବୃଦ୍ଧିକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଧାନର ଏଭଳି ସହାୟକ ମୂଲ୍ୟ ବୃଦ୍ଧି ଯୋଗୁ ଚାଷୀମାନେ ଲାଭବାନ ହେବେ ବୋଲି ଭାଜପା କହିଛି। ଡିଜେଲ, ପେଟ୍ରୋଲ, ଡାଲି, ତେଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ସାର, କୀଟନାଶକ ଭଳି କୃଷିକ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଦର ଯେଭଳି ବହୁଗୁଣିତ ହୋଇଛି, ସେହି ଅନୁସାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କ ପାଇଁ ଲଲିପପ୍‌ ସଦୃଶ ବୋଲି ବିରୋଧୀ କଂଗ୍ରେସ ଏବଂ ବିଜେଡ଼ି କହିଛି। ସେହିପରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଆଶାଜନକ ହୋଇପାରିନାହିଁ ବୋଲି ଚାଷୀ ସଙ୍ଗଠନ ଗୁଡ଼ିକ କହିଛନ୍ତି ।

ସ୍ବପ୍ନରେ ଚାଷୀଙ୍କ ୨ଗୁଣା ଆୟ
ପ୍ରତିବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କେନ୍ଦ୍ର ସରକାର ବୃଦ୍ଧି କରିଥାନ୍ତି। କରୋନା ଯୋଗୁ ଚାଷୀଙ୍କ ଆର୍ଥିକ ଅବସ୍ଥା ଏପର୍ଯ୍ୟନ୍ତ ସୁଧୁରିନାହିଁ। ସେହିପରି ଏଥର ନିର୍ବାଚନ ବର୍ଷ। ଫଳରେ ଅନ୍ୟ ବର୍ଷ ତୁଳନାରେ ଶିଳ୍ପଜାତ ଦ୍ରବ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦରବୃଦ୍ଧି ଅନୁପାତରେ ଏଥର ସରକାର ଧାନର ସହାୟକ ମୂଲ୍ୟ ଯଥେଷ୍ଟ ବୃଦ୍ଧି କରିବେ ବୋଲି ଚାଷୀମାନେ ଆଶା ରଖିଥିଲେ। କିନ୍ତୁ ତାହା ହେଲାନାହିଁ। ୨୦୦୮ରେ ଧାନର ଏମ୍‌ଏସ୍‌ପି ୧୩ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଏଥର କେବଳ ୬.୫୫ ପ୍ରତିଶତ ବୃଦ୍ଧି ପାଇଛି। ଚାଷୀଙ୍କୁ ଉତ୍ପାଦନ ଖର୍ଚ୍ଚ ମଧ୍ୟ ମିଳିବ ନାହିଁ ଏବଂ ୨ଗୁଣା ଆୟ ସ୍ବପ୍ନରେ ରହିଯାଇଛି ।
-ରମେଶ ମହାପାତ୍ର, ଚାଷୀନେତା
ଚାଷୀଙ୍କ ପାଇଁ ଉପହାସ
କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ପ୍ରତିବାଦରେ ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିଥିଲେ। ସରକାର ବାଧ୍ୟ ହୋଇ ସେହି ଆଇନ ପ୍ରତ୍ୟାହାର କରି ନେଇଥିଲେ। ସେତେବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ମାନ୍ୟତା ଦେବାକୁ ମଧ୍ୟ ଦାବି ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ସେହି ଦାବି ପୂରଣ ହୋଇନାହିଁ। ଅନ୍ୟପଟେ ସାର, କୀଟନାଶକର ଦରବୃଦ୍ଧି ବହୁଗୁଣିତ ହୋଇଛି। ସେହିପରି ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟରୁ ବଞ୍ଚତ୍ତ ହେଉଥିବାବେଳେ ବଜାର ବ୍ୟବସ୍ଥା ମଧ୍ୟ ଠିକ୍‌ ନାହିଁ। ଏଭଳି ସ୍ଥଳେ ଧାନ କି.ଗ୍ରା ପ୍ରତି ମାତ୍ର ୧ଟଙ୍କା ୪୩ ପଇସା ବୃଦ୍ଧି କରିବା ଚାଷୀଙ୍କ ପାଇଁ ଉପହାସ ସଦୃଶ ଛଡ଼ା ଅନ୍ୟ କିଛି ନୁହେଁ ।
-ହର ବଣିଆ, ଚାଷୀନେତା

୨୯୩୦ଟଙ୍କାକୁ ବୃଦ୍ଧି ହେଉ ଧାନର ଏମ୍‌ଏସ୍‌ପି
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ୨୦୧୮ ମସିହାରୁ ଦାବି ହୋଇ ଆସୁଛି। ଏପର୍ଯ୍ୟନ୍ତ କେନ୍ଦ୍ର ସରକାର ତାକୁ କର୍ଣ୍ଣପାତ ନ କରିବା ଦୁର୍ଭାଗ୍ୟଜନକ। କିନ୍ତୁ କେନ୍ଦ୍ରର ମୋଦି ସରକାର ରନ୍ଧନ ଗ୍ୟାସଠାରୁ ଆରମ୍ଭ କରି ଡିଜେଲ, ପେଟ୍ରୋଲ, ତେଲ, ଡାଲି ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦରକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ଫଳରେ ଚାଷୀ, ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁଞ୍ଜିପତି ଲାଭବାନ ହେଉଛନ୍ତି। ଚାଷୀଙ୍କ ପ୍ରତି ଯଦି ଦରଦ ଅଛି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି କରନ୍ତୁ।
-ଦେବେଶ ଆଚାର୍ଯ୍ୟ, ବିଜେଡ଼ି ବିଧାୟକ
ନିର୍ବାଚନରେ ଜବାବ ଦେବେ ଚାଷୀ
କେନ୍ଦ୍ରର ଭାଜପା ସରକାର ୨୦୧୪ରୁ ଶାସନକୁ ଆସିଛି। ଶାସନର ୯ବର୍ଷ ମଧ୍ୟରେ ଚାଷୀଙ୍କ ହିତ ପାଇଁ କିଛି ଯୋଜନା କରିନାହିଁ। ଅପରପକ୍ଷେ ଚାଷୀଙ୍କ ଉପରେ ଭାଜପା ସରକାର କିଭଳି ଅନ୍ୟାୟ, ଅତ୍ୟାଚାର କରିଛି, ତାକୁ ସାରା ଦେଶବାସୀ ଦେଖିଛନ୍ତି। ନୂତନ କୃଷି ଆଇନ ଆଣି ବିରୋଧ ପରେ ପ୍ରତ୍ୟାହାର କରିବା, ଧାନର ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ନଦେବା, ରାସାୟନିକ ସାର ଦର ଦ୍ୱିଗୁଣିତ କରିବା ଭଳି ଅନେକ ଦୃଷ୍ଟାନ୍ତ ରହିଛି। ଆଗକୁ ସାଧାରଣ ନିର୍ବାଚନ ଆସୁଛି। ଭାଜପା ଚାଷୀଙ୍କୁ ଭକୁଆ ବନାଇବାକୁ ପ୍ରୟାସ କରୁଛି। ନିର୍ବାଚନରେ ଚାଷୀମାନେ ନିଶ୍ଚିତ ଭାବେ ଏହାର ଉଚିତ ଜବାବ ଦେବେ ।
-ପାଣ୍ଡବ କର୍ଣ୍ଣ, କଂଗ୍ରେସ ନେତା
ସୁଦୃଢ଼ ହେବ ଚାଷୀଙ୍କ ଆର୍ଥିକ ସ୍ଥିତି
କେନ୍ଦ୍ର ସରକାର ଚାଷୀଙ୍କ ହିତ ପାଇଁ ବହୁବିଧ ଯୋଜନା ହାତକୁ ନେଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଭଳି ଅନେକ ଯୋଜନା ରହିଛି। ଚାଷୀମାନେ ଏହି ଯୋଜନାରୁ ଯେଭଳି ଉପକୃତ ହେଉଛନ୍ତି, ଏବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧି ଚାଷୀଙ୍କୁ ଆହୁରି ଲାଭାନ୍ବିତ କରିବ। ବିଗତବର୍ଷ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି ହୋଇଥିଲା। କିନ୍ତୁ ଏଥର ସାଧାରଣ ଧାନରେ କୁଇଣ୍ଟାଲ ପ୍ରତି ୧୪୩ ଏବଂ ଗ୍ରେଡ୍‌-ଏ ଧାନରେ କୁଇଣ୍ଟାଲ ପ୍ରତି ୧୬୩ ଟଙ୍କା ବୃଦ୍ଧି କରାଯାଇଛି। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ନିଶ୍ଚିତ ଭାବେ ଆହୁରି ସୁଦୃଢ଼ ହେବ ।
-ରବି ନାରାୟଣ ଦାଶ, ଭାଜପା ନେତା


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri