ଉପାନ୍ତକୁ ଅଣଦେଖା: ମଣ୍ଡିରେ ପଡ଼ିଛି ଧାନ

ବରଗଡ଼ ଅଫିସ୍‌/ଝାରବନ୍ଧ/ ଅମ୍ବାଭୋନା,୨୭।୧୨: ଖରିଫ ଧାନ ସଂଗ୍ରହରେ ବରଗଡ଼ ଜିଲାର ଉପାନ୍ତ ଅଞ୍ଚଳଗୁଡ଼ିକୁ ଅଣଦେଖା କରାଯାଉଛି। ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉନାହିଁ। ଫଳରେ ଚାଷୀମାନେ ଶୀତ, କାକରରେ ଜଗି ରହିଛନ୍ତି। ଅନ୍ୟପଟେ ଧାନ ବିକ୍ରି ହୋଇ ନ ପାରିବାରୁ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେବାରେ ଚାଷୀ ହଟହଟା ହେଉଛି। ସେହିପରି ପରବର୍ତ୍ତୀ ଫସଲ ପାଇଁ ମଧ୍ୟ ପ୍ରସ୍ତୁତି କରିପାରୁନାହିଁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ନଭେମ୍ବର ୨୫ରୁ ବରଗଡ଼ ଜିଲାରେ ଧାନ କିଣାବିକା ଆରମ୍ଭ ହୋଇଛି। ସମୁଦାୟ ୧୯୩ଟି ମଣ୍ଡି ଖୋଲିଥିବା ବେଳେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନରେ ୬୭, ଅତାବିରା ଆରଏମସି ଅଧୀନରେ ୫୩ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନରେ ୭୩ଟି ମଣ୍ଡି ରହିଛି। ଅନ୍ୟବର୍ଷ ତୁଳନାରେ ଏଥର ୨ସପ୍ତାହ ବିଳମ୍ବରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ଚାଷୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଧାନ ଉଠାଣ ମନ୍ଥର ହୋଇଥିବା ବେଳେ ଟୋକନ କଟକଣା ଯୋଗୁ ଚାଷୀଙ୍କ ଧାନ ବିକ୍ରି ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ପଦ୍ମପୁର ଉପଖଣ୍ଡ କୋତନା ଗ୍ରାମର ଜଣେ ଚାଷୀ ବୀରେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ୧୨ତାରିଖରୁ ସେ ମଣ୍ଡିକୁ ଧାନ ନେଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ତାହା ଉଠିନାହିଁ। ସେହିପରି ପଗାରପାଣି ଗ୍ରାମର ଅନ୍ୟ ଜଣେ ଚାଷୀ ଚକ୍ରଧର ସାଗର ଗତ ୧୨ତାରିଖରୁ ମଣ୍ଡିକୁ ଧାନ ନେଇଛନ୍ତି। କିନ୍ତୁ ସପ୍ତାହେ ବିତିଯାଇଥିବା ସତ୍ତ୍ବେ ଧାନ ଉଠି ନ ଥିବା ସେ କହିଛନ୍ତି। ଅନୁରୂପ ଭାବେ ଜିଲାର ଅମ୍ବାଭୋନା, ପାଇକମାଳ ଆଦି ବ୍ଲକର ଉପାନ୍ତ ଅଞ୍ଚଳରେ ଏହି ସମସ୍ୟା ଲାଗିରହିଛି। ଅମ୍ବାଭୋନା ବ୍ଲକ ଭୁକ୍ତା ମଣ୍ଡିରେ ୪୮,୧୮୩ ପ୍ୟାକେଟ୍‌ ଧାନ ପଡ଼ି ରହିଥିବା ସୂଚନା ମିଳିଛି। ସେହିପରି କଣ୍ଡପଲା ପ୍ୟାକ୍ସ ଅଧୀନ ମଣ୍ଡିଗୁଡ଼ିକରେ ୨୭ ହଜାର ପ୍ୟାକେଟ୍‌ ଧାନ ଖୋଲା ଆକାଶତଳେ ପଡ଼ି ରହିଛି। ଏହି ମଣ୍ଡି ଗୁଡ଼ିକ କେବଳ ଗୋଟିଏ ଲେଖାଏଁ ଦୃଷ୍ଟାନ୍ତ। ଜିଲାର ପ୍ରାୟ ସବୁ ବ୍ଲକର ମଣ୍ଡିରେ ଏଭଳି ସ୍ଥିତି ଦେଖାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri