ଉପାନ୍ତକୁ ଅଣଦେଖା: ମଣ୍ଡିରେ ପଡ଼ିଛି ଧାନ

ବରଗଡ଼ ଅଫିସ୍‌/ଝାରବନ୍ଧ/ ଅମ୍ବାଭୋନା,୨୭।୧୨: ଖରିଫ ଧାନ ସଂଗ୍ରହରେ ବରଗଡ଼ ଜିଲାର ଉପାନ୍ତ ଅଞ୍ଚଳଗୁଡ଼ିକୁ ଅଣଦେଖା କରାଯାଉଛି। ମଣ୍ଡିରେ ପଡ଼ିଥିବା ଧାନ ଉଠାଯାଉନାହିଁ। ଫଳରେ ଚାଷୀମାନେ ଶୀତ, କାକରରେ ଜଗି ରହିଛନ୍ତି। ଅନ୍ୟପଟେ ଧାନ ବିକ୍ରି ହୋଇ ନ ପାରିବାରୁ ଅମଳରେ ନିୟୋଜିତ ଶ୍ରମିକଙ୍କୁ ସେମାନଙ୍କ ପାରିଶ୍ରମିକ ଦେବାରେ ଚାଷୀ ହଟହଟା ହେଉଛି। ସେହିପରି ପରବର୍ତ୍ତୀ ଫସଲ ପାଇଁ ମଧ୍ୟ ପ୍ରସ୍ତୁତି କରିପାରୁନାହିଁ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ନଭେମ୍ବର ୨୫ରୁ ବରଗଡ଼ ଜିଲାରେ ଧାନ କିଣାବିକା ଆରମ୍ଭ ହୋଇଛି। ସମୁଦାୟ ୧୯୩ଟି ମଣ୍ଡି ଖୋଲିଥିବା ବେଳେ ବରଗଡ଼ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌ସି) ଅଧୀନରେ ୬୭, ଅତାବିରା ଆରଏମସି ଅଧୀନରେ ୫୩ ଏବଂ ପଦ୍ମପୁର ଆରଏମ୍‌ସି ଅଧୀନରେ ୭୩ଟି ମଣ୍ଡି ରହିଛି। ଅନ୍ୟବର୍ଷ ତୁଳନାରେ ଏଥର ୨ସପ୍ତାହ ବିଳମ୍ବରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ଚାଷୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଧାନ ଉଠାଣ ମନ୍ଥର ହୋଇଥିବା ବେଳେ ଟୋକନ କଟକଣା ଯୋଗୁ ଚାଷୀଙ୍କ ଧାନ ବିକ୍ରି ହୋଇ ପାରୁ ନ ଥିବା ଅଭିଯୋଗ ହୋଇଛି। ପଦ୍ମପୁର ଉପଖଣ୍ଡ କୋତନା ଗ୍ରାମର ଜଣେ ଚାଷୀ ବୀରେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ୧୨ତାରିଖରୁ ସେ ମଣ୍ଡିକୁ ଧାନ ନେଇଛନ୍ତି। ମାତ୍ର ଏପର୍ଯ୍ୟନ୍ତ ତାହା ଉଠିନାହିଁ। ସେହିପରି ପଗାରପାଣି ଗ୍ରାମର ଅନ୍ୟ ଜଣେ ଚାଷୀ ଚକ୍ରଧର ସାଗର ଗତ ୧୨ତାରିଖରୁ ମଣ୍ଡିକୁ ଧାନ ନେଇଛନ୍ତି। କିନ୍ତୁ ସପ୍ତାହେ ବିତିଯାଇଥିବା ସତ୍ତ୍ବେ ଧାନ ଉଠି ନ ଥିବା ସେ କହିଛନ୍ତି। ଅନୁରୂପ ଭାବେ ଜିଲାର ଅମ୍ବାଭୋନା, ପାଇକମାଳ ଆଦି ବ୍ଲକର ଉପାନ୍ତ ଅଞ୍ଚଳରେ ଏହି ସମସ୍ୟା ଲାଗିରହିଛି। ଅମ୍ବାଭୋନା ବ୍ଲକ ଭୁକ୍ତା ମଣ୍ଡିରେ ୪୮,୧୮୩ ପ୍ୟାକେଟ୍‌ ଧାନ ପଡ଼ି ରହିଥିବା ସୂଚନା ମିଳିଛି। ସେହିପରି କଣ୍ଡପଲା ପ୍ୟାକ୍ସ ଅଧୀନ ମଣ୍ଡିଗୁଡ଼ିକରେ ୨୭ ହଜାର ପ୍ୟାକେଟ୍‌ ଧାନ ଖୋଲା ଆକାଶତଳେ ପଡ଼ି ରହିଛି। ଏହି ମଣ୍ଡି ଗୁଡ଼ିକ କେବଳ ଗୋଟିଏ ଲେଖାଏଁ ଦୃଷ୍ଟାନ୍ତ। ଜିଲାର ପ୍ରାୟ ସବୁ ବ୍ଲକର ମଣ୍ଡିରେ ଏଭଳି ସ୍ଥିତି ଦେଖାଯାଇଛି। ଏ ସମ୍ପର୍କରେ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ରଜନୀକାନ୍ତ ଦାଶଙ୍କ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri