ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଆସୁଛି ଧାନ

ଯାଜପୁର,୨୬ା୧୨(ହର୍ଷବର୍ଦ୍ଧନ ବେହେରା): ଖରିଫ ଧାନ ସଂଗ୍ରହ କାର୍ଯ୍ୟକୁ ଆଉ ମାତ୍ର ୨ ସପ୍ତାହ ବାକି ରହିଥିବାବେଳେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ନିକଟବର୍ତ୍ତୀ ଜିଲାଗୁଡ଼ିକରୁ ଯାଜପୁର ଜିଲାକୁ ବେଆଇନ ଭାବେ ଧାନ ଆସୁଛି। କାରଣ ନିକଟବର୍ତ୍ତୀ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅଧିକ। ତେଣୁ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତ ପଏଣ୍ଟଗୁଡ଼ିକରୁ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲା ଦେଇ ଯାଜପୁରକୁ ସଂଯୋଗକାରୀ ରାସ୍ତାରେ ବେଆଇନ ଧାନ ଆସୁଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା-ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ସୀମାର ପଲାସମୁଣ୍ଡଳି, ତୁକପଳାସିଆ, ଧୁମସାହି, ସରକଣା, ଦେଉଳି, ଚାନ୍ଦୁଆ, ଯଦୁନାଥପୁର, ତିରିଙ୍ଗ, ନନ୍ଦବସା, ଭାଲୁପାଣି ପ୍ରଭୃତି ସ୍ଥାନରେ ବେଆଇନ ଧାନ ପରିବହନ ନିୟନ୍ତ୍ରଣ ପାଇଁ ପୂର୍ବରୁ ସିସିଟିଭି କ୍ୟାମେରା ସ୍ଥାପନ କରାଯାଇଛି। ତଥାପି ଏହି ବେଆଇନ କାର୍ଯ୍ୟ ନିୟନ୍ତ୍ରଣ ହୋଇପାରୁ ନଥିବା ଅଭିଯୋଗ ହୋଇଛି। ଫଳରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଯାଜପୁର ସମେତ ଉପରୋକ୍ତ ସୀମାନ୍ତ ଜିଲାର ମିଲଗୁଡ଼ିକରେ ବେଆଇନ ଧାନ ବହୁ ପରିମାଣରେ ଗଦା ହୋଇଥିବା ଚାଷୀ ମହଲରେ ଚର୍ଚ୍ଚାର ହେଉଛି। ତେଣୁ ଧାନ ସଂଗ୍ରହ ପୂର୍ବରୁ ଦାୟିତ୍ୱରେ ଥିବା ମିଲଗୁଡ଼ିକର ଉପଯୁକ୍ତ ଭାବେ ଯାଞ୍ଚ କରାଗଲେ ଅଭିଯୋଗର ବାସ୍ତବତା ଲୋକଲୋଚନକୁ ଆସି ପାରିବ ବୋଲି ଦାବି ହୋଇଛି।
ଯାଜପୁର ଜିଲାର ଚାଷୀଙ୍କ ସୁବିଧା ପାଇଁ ମଣ୍ଡିର ପର୍ଯ୍ୟାପ୍ତ ସୁବିଧା ଓ ଶୀଘ୍ର ଧାନ ଉଠାଇବା ପାଇଁ ପଦକ୍ଷେପ ନିମନ୍ତେ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ସମସ୍ତ ମଣ୍ଡିରେ ଜଣେ ଲେଖାଏ ନୋଡାଲ ଅଧିକାରୀ ଓ ୪ରୁ୫ଟି ମଣ୍ଡି ପାଇଁ ଜଣେ ଲେଖାଏ ସୁପରଭାଇଜିଂ ଅଧିକାରୀ ନିୟୋଜିତ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ଧାନର ମାନ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବା ପାଇଁ ପଞ୍ଚାୟତସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ହୋଇଛି। ଚଳିତ ବର୍ଷ ଏଏଫ୍‌କ୍ୟୁ ମାନର ଧାନ କୁଇଣ୍ଟାଲ ପିଛା ଦର ୨୩୬୯ ଟଙ୍କା ଓ ଗ୍ରେଡ୍‌ ଏ-ଧାନର ମୂଲ୍ୟ ୨୩୮୯ ଟଙ୍କା ରହିଛି। ରାଜ୍ୟ ସରକାର ଘୋଷଣା କରିଥିବା ୮୦୦ ଟଙ୍କା ଇନ୍‌ପୁଟ୍‌ ସହାୟତା ଚାଷୀ ପାଇବେ। ଜିଲାର ଖରିଫ ଧାନ ନିମନ୍ତେ ୫୯୯୬୧ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ୧୩୯ ଧାନକ୍ରୟ କେନ୍ଦ୍ର ସମବାୟ ସଂସ୍ଥା ଦ୍ୱାରା ସ୍ଥିରୀକୃତ ହୋଇଛି। ଏଥିରେ ୪୨ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଧାନ ସଂଗ୍ରହ କରିବେ। ଚଳିତ ବର୍ଷ ଜିଲାରେ ପ୍ରଥମ ସୋପାନରେ ୧୩,୧୧,୦୦୦ କୁଇଣ୍ଟାଲ ଧାନ କ୍ରୟ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଜିଲାର ପୂର୍ବ ଧାନ ସଂଗ୍ରହ ପ୍ରକ୍ରିୟାକୁ ଅବଲୋକନ କଲେ ପାକ୍ସଗୁଡ଼ିକରେ କେତେଜଣ ଅଣଚାଷୀଙ୍କୁ ଟୋକନ ପ୍ରଦାନ ଏବଂ ଚାଷୀଙ୍କ ଜମି ତୁଳନାରେ ବହୁ ଗୁଣ ଅଧିକ ଧାନ ସଂଗ୍ରହ ହୋଇଥିବା ପ୍ରମାଣିତ ହୋଇଛି। ଏହି କ୍ରମରେ କାଗଜପତ୍ରରେ ଏଠାରେ ଧାନ ସଂଗ୍ରହ ହେଉଥିବା ଦର୍ଶାଯାଇଥିଲେ ହେଁ ବାହାର ରାଜ୍ୟରୁ ଧାନ ଆଣି କେତେକ ମିଲ୍‌ରେ ତାହାର ଭରଣା କରାଯାଇଛି। ଏହାବାଦ ଧାନ କିଣାରେ ଭେଣ୍ଡର ରସିଦ ଜାଲିଆତି କରି ୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହୋଇଥିବା ଷ୍ଟେଟ ଏନ୍‌ଫୋର୍ସ ସ୍କ୍ବାଡ୍‌ ହାତରେ ୨୦୨୨ରେ ଧରାପଡ଼ିଥିଲା। ତେବେ ସ୍କ୍ବାଡ୍‌ର ରିପୋର୍ଟକୁ ନେଇ ରାଜ୍ୟ ସେବା ସମବାୟ ସମିତିର ନିବନ୍ଧକ(ଆର୍‌ସିଏସ୍‌) ଆବଶ୍ୟକ ତଦନ୍ତ କରି ଯାଜପୁର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି(ଏଆର୍‌ସିଏସ୍‌)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ୨୪ା୭ା୨୦୨୪ରେ ତୁରନ୍ତ ଘଟଣାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ଆରସିଏସ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ୧ ବର୍ଷ ୫ ମାସ ସମୟ ଅତିକ୍ରାନ୍ତ ହେବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ପାରିନାହିଁ। ମୂଳରୁ ଏଭଳି ପତ୍ର ଆଦାନପ୍ରଦାନ ଏବଂ ଜାଣିଶୁଣି ବିଳମ୍ବ ଘଟଣାକୁ ଅବଲୋକନ କଲେ ଏହି ଦୁର୍ନୀତିରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପର୍ଯ୍ୟନ୍ତ ସଂପୃକ୍ତି ଥିବା ସନ୍ଦେହ କରାଯାଇଛି। ଏଥିରୁ ଏହିଭଳି ବେଆଇନ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଲିଥିବା ସନ୍ଦେହ ହେବା ସ୍ବାଭାବିକ। ଚଳିତ ଖରିଫ ଧାନ ସଂଗ୍ରହ ଜାନୁଆରୀ ୭ରୁ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କିନ୍ତୁ ଏହି ବିଳମ୍ବିତ ପ୍ରକ୍ରିୟା ଯୋଗୁ ଚାଷୀ ନିଜର ଆବଶ୍ୟକତା ମେଣ୍ଟାଇବାକୁ କିମ୍ବା ବିଭିନ୍ନ ଋଣ ଶୁଝିବାକୁ ମଧ୍ୟସ୍ଥ ହାତରେ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟଠାରୁ ପ୍ରାୟ ୧୦୦୦ଟଙ୍କା କମରେ ଟେକି ଦେଉଛନ୍ତି। ମଧ୍ୟସ୍ଥମାନେ ଏହି ବେଆଇନ ଧାନକୁ ନେଇ ଜିଲାର ବିଭିନ୍ନ ମିଲରେ ବିକ୍ରି କରୁଥିବା ସୂଚନା ମିଳିଛି। ତେଣୁ ଧାନ ସଂଗ୍ରହ ହେବା ପୂର୍ବରୁ ଯଦି ଦାୟିତ୍ୱରେ ଥିବା ମିଲଗୁଡ଼ିକରେ ଧାନ ମିଳେ, ତେବେ ସେହି ଧାନକୁ ଜବତ କରିବା ସହ ସମ୍ପୃକ୍ତ ମିଲ୍‌ ମାଲିକଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଏ ସଂକ୍ରାନ୍ତରେ ଯାଜପୁର ଏଆର୍‌ସିଏସ୍‌ ଅମୂଲ୍ୟ ସେଠୀଙ୍କୁ ପଚାରିବାରେ ସେ କହିଛନ୍ତି, ଧାନ ସଂଗ୍ରହ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି। ବାହାର ରାଜ୍ୟରୁ ଧାନ ପରିବହନ ହେଉଥିବା ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ଏ ପର୍ଯ୍ୟନ୍ତ ହୋଇନାହିଁ। ଯଦି ସେଭଳି ଚାଲିଥାଏ ତେବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବୋଝ ନୁହେଁ, ଆବିଷ୍କାର ଭଳି ଅନୁଭବ ହେବା ଉଚିତ

ପ୍ର- ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି? ଉ- ଛାତ୍ରୀଛାତ୍ର…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

ଯୁଦ୍ଧ ଭିତରେ ପାକିସ୍ତାନର ବଡ଼ ଗେମ୍‌! ୩ଦେଶକୁ ଏକାଠି କରି…

ଇସଲାମାବାଦ,୨୯।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ଏହି ସପ୍ତାହାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆୟୋଜନ କରିବାକୁ ଯାଉଛି। ଏହି…

ଗ୍ରାଉଣ୍ଡକୁ ସେନା ପଠାଇଲା ଆମେରିକା, ଏବେ ଜୋରଦାର ହେବ ବିଶ୍ୱଯୁଦ୍ଧ! ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୨୯।୩: ଇରାନ ସହିତ ଚାଲିଥିବା ସଂଘର୍ଷର ଏକ ମାସ ପୂରଣ ହେଉଥିବାରୁ, ଆମେରିକା ମଧ୍ୟପ୍ରାଚ୍ୟରେ ଏହାର ସାମରିକ ଉପସ୍ଥିତିକୁ ଆହୁରି ମଜବୁତ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ…

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri