ଧାନ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ: ବିକ୍ରି ପାଇଁ ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼,୧୯।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ଅମଳ ଜୋର୍‌ ଧରିଛି। ଜିଲାରେ ଗତମାସ ଶେଷ ସପ୍ତାହରୁ ଏହା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରି ନାହିଁ। ଚଳିତ ମାସ ଶେଷ ସପ୍ତାହ ଅର୍ଥାତ୍‌ ଆସନ୍ତା ୨୮ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଭଳି ସ୍ଥଳେ ଚାଷୀଙ୍କ ଅମଳ ଧାନ କ୍ଷେତ, ଖଳାରେ ଖୋଲା ଆକାଶତଳେ ପଡ଼ି ରହିଛି। ମଣ୍ଡି ଖୋଲି ନଥିବାରୁ ଚାଷୀମାନେ ଶୀତ, କାକର ସହି ସେହି ଧାନକୁ ଜଗି ରହିଛନ୍ତି। ଏଭଳି ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ଏହାକୁ ନେଇ ଆନ୍ଦୋଳନ ମଧ୍ୟ ତେଜି ଉଠିଛି। ଏହି କ୍ରମରେ ଜିଲା ପ୍ରଶାସନ ପକ୍ଷରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରାଯାଇ ନଥିଲେ ସୁଦ୍ଧା ମଙ୍ଗଳବାର ବରଗଡ଼ ବ୍ଲକ କଲାପାଣି ମଣ୍ଡିରେ ଚାଷୀମାନେ ବିକ୍ରି ପାଇଁ ଅମଳ ଧାନ ପୂରାଇଛନ୍ତି। ଏହା ଏବେ ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ବରଗଡ଼ ଜିଲାରେ ସାଧାରଣତଃ ନଭେମ୍ବର ମାସ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହ ସୁଦ୍ଧା ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥାଏ। ମାତ୍ର ଏଥର ପ୍ରଥମଥର ପାଇଁ ନଭେମ୍ବର ମାସ ଶେଷ ସପ୍ତାହରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏଭଳି ବିଳମ୍ବିତ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଗୋଟିଏ ପଟେ ଜିଲାର ଅନେକ ଚାଷୀ ଏପର୍ଯ୍ୟନ୍ତ ଧାନବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇଛନ୍ତି। ଅନ୍ୟପଟେ ଜିଲାର ବିଭିନ୍ନ ରାଇସ୍‌ ମିଲ୍‌ରେ ବିଗତବର୍ଷର ଚାଉଳ ପୂରି ରହିଛି ଏବଂ ସେହି ଚାଉଳ ଉଠା ନଗଲେ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବ ନାହିଁ ବୋଲି ମିଲର୍ସ ଆସୋସିଏଶନ ଆଗରୁ ଖବରଦାତା ସମ୍ମିଳନୀରେ ରୋକ୍‌ଠୋକ୍‌ ଶୁଣାଇ ସାରିଛି। ସେହିପରି ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସେଭଳି ଦୂରଦୃଷ୍ଟିହୀନତାକୁ ନେଇ ବିଭିନ୍ନ ଚାଷୀ ସଂଗଠନ ସମେତ ବିରୋଧୀ ବିଜେଡି ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଏହାସତ୍ତ୍ୱେ ଧାନବିକ୍ରିରୁ ବଞ୍ଚିତ ଚାଷୀଙ୍କୁ ପଞ୍ଜୀକୃତ କରାଯାଇ ନଥିବାବେଳେ ଜିଲାର ରାଇସ୍‌ ମିଲ ଗୁଡ଼ିକରୁ ମଧ୍ୟ ଚାଉଳ ଖାଲି କରାଯାଇ ନାହିଁ। କେବଳ ଜିଲାରେ ରହିଥିବା ଶାସକ ଦଳର ବିଧାୟକମାନେ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ହେଲେ ସମସ୍ୟାର ସମାଧାନ ହୋଇପାରି ନାହିଁ ଏବଂ ତାହା କେବଳ ଆଲୋଚନାରେ ସୀମିତ ରହିଛି।
ଅପରପକ୍ଷେ ଧାନବିକ୍ରି ସମସ୍ୟାକୁ ନେଇ ଜିଲାପାଳଙ୍କ କାର୍ଯ୍ୟାଳୟରେ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଚାଲିଥିବା ଧାରଣା ମଙ୍ଗଳବାର ନବମ ଦିବସରେ ପହଞ୍ଚିଛି। ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ହକ୍‌ ଦାବିରେ ଧାରଣାରେ ସାମିଲ ହୋଇଛନ୍ତି। ଶୀତ, କାକରରେ ସମସ୍ତେ ଧାରଣାରେ ବସିଛନ୍ତି। କେତେବେଳେ ଧାରଣାସ୍ଥଳରେ ଚାଷୀମାନେ ମାଣବସା ଗୁରୁବାର ପାଳନ କରୁଛନ୍ତି ତ ଆଉକେବେ ରାତିରେ କୀର୍ତ୍ତନ କରି ଅଭିନବ ପ୍ରତିବାଦ କରୁଛନ୍ତି ଏବଂ ଧାନବିକ୍ରି ପାଇଁ ସେମାନଙ୍କୁ ତୁରନ୍ତ ପଞ୍ଜୀକୃତ କରିବାକୁ ସେମାନେ ଦାବି କରୁଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇ ନାହିଁ। ଏଭଳି ସ୍ଥିତିରେ କଲାପାଣି ଅଞ୍ଚଳର ୪ଜଣ ଚାଷୀ ମଙ୍ଗଳବାର ସ୍ଥାନୀୟ ମଣ୍ଡିକୁ ପ୍ରାୟ ୬୦୦ ପ୍ୟାକେଟ୍‌ ଧାନ ପୂରାଇଥିଲେ। ଅଞ୍ଚଳର ଚାଷୀନେତା ଏକାଦଶିଆ ସାହୁ, ସୁରେଶ ନେକାଣ୍ଟି ପ୍ରମୁଖ ଉପସ୍ଥିତ ରହି ମଣ୍ଡିକୁ ଧାନ ପ୍ରବେଶ ସମୟରେ ପୂଜାର୍ଚ୍ଚନା କରିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ, ଭଡ଼ାଘରେ ରହି…

ଭୁବନେଶ୍ୱର,୨୧ା୧ : ରାଜଧାନୀ ଭୁବନେଶ୍ବରରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଜଣେ ଯୁବକଙ୍କୁ...

ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ, ସମୟସୀମା ମଧ୍ୟରେ…

ଭୁବନେଶ୍ୱର,୨୧ା୧: ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେନ୍ଦ୍ର ସରକାରଙ୍କ ଚିଠିକୁ ଗୁରୁତ୍ୱ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

କାର୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ପିକ୍‌ଅପ୍‌: ୩ ଗୁରୁତର

ବାରିପଦା,୨୧ା୧: ଏନ୍‌ଏଚ୍‌ ୧୬ ଦରକୋଳି ଛକରେ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌କୁ ଗୋଟିଏ ପିକ୍‌ଅପ୍‌ ଧକ୍କା ଦେଇଥିବାବେଳେ ପରେ ଟ୍ରକ୍‌କୁ ଧକ୍କା ଦେଇଥିଲା ପିକ୍‌ଅପ୍‌।...

ଶ୍ରୀ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ, ୩୬ ଘଣ୍ଟା ଉପବାସରେ

ଲକ୍ଷ୍ନୌ,୨୧।୧: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହୋଇଯାଇଛି। ଗତ ୩୬ଘଣ୍ଟା ଧରି ସେ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ୫% ବଢିବ DA!

ନୂଆଦିଲ୍ଲୀ,୨୧।୧: କେନ୍ଦ୍ର ସରକାରୀ କର୍ମଚାରୀମାନେ ଦୀର୍ଘ ଦିନ ଧରି ଅଷ୍ଟମ ବେତନ କମିଶନ ଅଧୀନରେ ଦରମା ବୃଦ୍ଧି ପାଇଁ ଅପେକ୍ଷା କରିଆସୁଛନ୍ତି। ଜାନୁଆରୀ 2026 ପରେ...

ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜୋରଦାର: ଦାରିଙ୍ଗବାଡିରେ ପୋଲିସ ଛାଉଣି

ଦାରିଙ୍ଗବାଡି,୨୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସହରକୁ ଟ୍ରାଫିକ ମୁକ୍ତ ଓ ସୌନ୍ଦର୍ଯ୍ୟକରଣ କରିବାକୁ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବୁଧବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri