୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ପଦ୍ମପୁର ଉପଖଣ୍ଡରେ ଗତ ୧୧ ତାରିଖରୁ ଚାଲିଛି ରବିଋତୁର ଧାନ କିଣାବିକା। କିନ୍ତୁ ଏଠାରେ ଧାନ ସଂଗ୍ରହ ପ୍ରକ୍ରିୟା ଦିନକୁ ଦିନ ଜଟିଳ ହେବାର ଲାଗିଛି। ମଣ୍ଡିକୁ ଧାନ ଆସୁଛି, କିନ୍ତୁ ଆବଶ୍ୟକ ଟାର୍ଗେଟ୍‌ ନ ଥିବାରୁ ଧାନ ଉଠାଇବାକୁ ମିଲର୍ସ ଆସୁନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଟୋକନ କଟକଣା ଧାନ ବିକ୍ରିବଟାରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଚାଷୀମାନେ ଧାନ ଅମଳ କରିସାରିଛନ୍ତି, କିନ୍ତୁ ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ଅନେକ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ପହଞ୍ଚତ୍ ନାହିଁ। ଯେଉଁ ଚାଷୀଙ୍କୁ ଟୋକନ ମିଳିଛି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣଠାରୁ ଯଥେଷ୍ଟ କମ୍‌ ରହିଛି। ଏହାକୁ ନେଇ ସାରା ଅଞ୍ଚଳରେ ଚାଷୀ ଅସନ୍ତୋଷ ତେଜିଛି। ସେହିପରି ଆସନ୍ନ ମୌସୁମୀ ବର୍ଷାକୁ ନେଇ ଚାଷୀ ଆତଙ୍କିତ ହୋଇପଡୁଛନ୍ତି।

ଯଦି ବର୍ଷାରେ ସେମାନଙ୍କ ଧାନ ଭିଜିଯାଏ ତେବେ ତାହା ବିକ୍ରିଯୋଗ୍ୟ ହୋଇପାରିବନାହିଁ। ପଦ୍ମପୁର ଉପଖଣ୍ଡରେ ରବିଧାନ ସଂଗ୍ରହ ପାଇଁ ପ୍ରଶାସନ ତରଫରୁ ୫୯ଟି ମଣ୍ଡି ଖୋଲାଯାଇଛି। ସୋହେଲା ବ୍ଲକରେ ଧାନ ସଂଗ୍ରହ ପାଇଁ ସର୍ବାଧିକ ୧୬ଟି ମଣ୍ଡି ଖୋଲିଥିବା ବେଳେ ବିଜେପୁରରେ ୧୩ଟି, ଗାଇସିଲେଟରେ ୩ଟି, ଝାରବନ୍ଧରେ ୧୨ଟି, ପାଇକମାଳରେ ୯ଟି ଓ ପଦ୍ମପୁର ବ୍ଲକରେ ୬ଟି ମଣ୍ଡି ଖୋଲିଛି। ବିଶେଷକରି ଉପଖଣ୍ଡର ପାଇକମାଳ ଓ ଝାରବନ୍ଧ ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠାଣ ବନ୍ଦ ରହିଛି। ପାଇକମାଳ ବ୍ଲକ ଧାରୋଲରେ ୫୦ହଜାର ୧୬୫ ବସ୍ତା, ପାଇକମାଳ ମଣ୍ଡିରେ ୪୪ ହଜାର ୨୬୦ ବସ୍ତା, ଜାମ୍‌ସେଟ ମଣ୍ଡିରେ ୧୮ ହଜାର ବସ୍ତା ଧାନ ପଡ଼ିଥିବା ବେଳେ ଝାରବନ୍ଧ ବ୍ଲକ ଡଭା ମଣ୍ଡିରେ ୨୪ ହଜାର ବସ୍ତା ଧାନ ପଡ଼ିରହିଛି। ମଙ୍ଗଳବାର ସୁଦ୍ଧା ଉପଖଣ୍ଡର ୧୨ ହଜାର ୩ ଶହ ୮୧ ଜଣ ଚାଷୀ ୧୨ ଲକ୍ଷ ୬୩ ହଜାର ବସ୍ତା ଧାନ ବିକ୍ରି କରିଥିବା ବେଳେ ବିଭିନ୍ନ ମଣ୍ଡିରେ ୪ ଲକ୍ଷ ୪୧ ହଜାର ୬୦୩ ବସ୍ତା ଧାନ ପଡ଼ିଥିବା ଆର୍‌ଏମ୍‌ସି ସମ୍ପାଦକ ରବି ନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ସରକାର ଯଥାଶୀଘ୍ର ମିଲରମାନଙ୍କୁ ଟାର୍ଗେଟ ଦେଇ ଧାନ ଉଠାଇବାକୁ ବ୍ୟବସ୍ଥା କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସର ଓପନିଂ ମ୍ୟାଚ୍‌ରେ ଭାରତର ବଡ଼ ବିଜୟ

କାକାମିଗାହାରା,୨୦ା୯: ଏସିଆନ ଗେମ୍ସ ପୁରୁଷ ହକି ପୁଲ୍‌ ‘ଏ’ର ଓପନିଂ ମ୍ୟାଚରେ ଭାରତ ୧୩-୧ ଗୋଲ୍‌ରେ ଇଣ୍ଡୋନେସିଆକୁ ହରାଇ ଦେଇଛି। ଷ୍ଟ୍ରାଇକର ଦିଲ୍‌ପ୍ରୀତ ସିଂ ଏକାକି ୪ଟି…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

ଟି୨୦ କ୍ରିକେଟରେ ଇତିହାସ ରଚିଲେ ମନ୍ଧାନା

ନିଶିନ,୨୦ା୯: ଭାରତୀୟ ଓପନର ସ୍ମୃତି ମନ୍ଧାନା ରବିବାର ନିଜ କ୍ୟାରିୟରରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି। ବାଂଲାଦେଶ ବିପକ୍ଷ ଏସିଆନ ଗେମ୍ସ ସେମିଫାଇନାଲ ମ୍ୟାଚ୍‌ରେ ୩୭…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଶେଫାଳିଙ୍କ ଦମ୍‌ଦାର ଶତକ: ଫାଇନାଲରେ ଭାରତ

ନିଶିନ,୨୦ା୯: ଶେଫାଳି ବର୍ମାଙ୍କ ଶତକ ବଳରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ଭାରତ ୧୧୪ ରନ୍‌ରେ ବାଂଲାଦେଶକୁ ହରାଇ ମହିଳା କ୍ରିକେଟ ଟି୨୦ ଇଭେଣ୍ଟ ଫାଇନାଲରେ ପ୍ରବେଶ କରିଛି।…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?